ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା, ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା - world tourism day celebration

WORLD TOURISM DAY CELEBRATION: ପଶ୍ଚିମ ଓଡ଼ିଶାରେ ଖୋଲିବ ଆଉ ଏକ ଚିଡ଼ିଆଖାନା । ପର୍ଯ୍ୟଟନ ବିକାଶର ଅନେକ ଯୋଜନା ୩ ମାସ ଭିତରେ ସାମ୍ନାକୁ ଆସିବ ବୋଲି କହିଲେ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ପଢନ୍ତୁ

WORLD TOURISM DAY CELEBRATION
WORLD TOURISM DAY CELEBRATION (ETV Bharat Odisha)

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ବହୁ ବର୍ଷରୁ ପର୍ଯ୍ୟଟକମାନେ କେବଳ ନନ୍ଦନକାନନରେ ପଶୁ ପକ୍ଷୀଙ୍କୁ ଦେଖିବାର ମଜା ନେଉଥିବାବେଳେ ଆଗକୁ ପଶ୍ଚିମ ଓଡ଼ିଶାରେ ଚିଡିଆଘର ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଭାତୀ ପରିଡା । ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଓଡିଶା ରାଜ୍ୟ ଟୁରିଷ୍ଟ ଗାଇଡ ଆସୋସିଏସନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ବିଧାୟକ ବାବୁ ସିଂ ଓ ସମ୍ବାଦ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ।

ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା:

WORLD TOURISM DAY CELEBRATION (ETV Bharat Odisha)

ପ୍ରଭାତୀ ପରିଡା କହିଛନ୍ତି,"ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ଅନେକ ଯୋଜନା କରିଛି ରାଜ୍ୟ ସରକାର । ଓଡିଶା ଟୁରିଜିମ ହବ ହେଲେ ହିଁ ଆର୍ଥିକ କ୍ଷେତ୍ରରେ ବିକାଶ ହେବ । ଏନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଓଡିଶାରେ ଆଡଭେଞ୍ଚର ସ୍ପୋର୍ଟ୍ସର ପଲିସି ଆଣିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ପର୍ଯ୍ୟଟନର ବିକାଶ ସହ ରୋଜଗାର ସୃଷ୍ଟି ହେବ । ଏଥିପାଇଁ କେନ୍ଦ୍ର ସରକାର ବି ଟଙ୍କା ଯୋଗାଉଛନ୍ତି । ବହୁ ବର୍ଷରୁ ପର୍ଯ୍ୟଟକମାନେ କେବଳ ନନ୍ଦନକାନନରେ ପଶୁ ପକ୍ଷୀଙ୍କୁ ଦେଖିବାର ମଜା ନେଉଛନ୍ତି । ଆଗକୁ ପଶ୍ଚିମ ଓଡ଼ିଶାରେ ଚିଡିଆଘର ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ । "

ଓଡିଶାରେ ଆଡଭେଞ୍ଚର ସ୍ପୋର୍ଟ୍ସ:

ସେ ଆହୁରି ମଧ୍ୟ କହିଛନ୍ତି,"ବଡ କଥା ହେଉଛି ଓଡିଶାରେ ଆଡଭେଞ୍ଚର ସ୍ପୋର୍ଟ୍ସ ପାଇଁ ଅନେକ ସୁଯୋଗ ରହିଛି । ଆଡଭେଞ୍ଚର ସ୍ପୋର୍ଟ୍ସ ତଥା ଏହାର ପଲିସି ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତା ସପ୍ତାହ ବା ଅକ୍ଟୋବର ୩ ତାରିଖରେ ମୁଁ ମେଘାଳୟ ଗସ୍ତରେ ଯିବି । ଓଡିଶା ଫେରିବା ପରେ ଆଡଭେଣ୍ଚର ସ୍ପୋର୍ଟ୍ସ ଉପରେ ଅନେକ କାମ କରାଯିବ । ଏହାସହ ଓଡିଶାରେ ବୁଦ୍ଧିଷ୍ଟ କରିଡର ପ୍ରତି ଗୁରୁତ୍ୱ ଦିଆଯିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକରୁ ଅଧିକ ଇକୋ ଟୁରିଜମର ବ୍ୟବସ୍ଥା କରାଯିବ । ଏହା ସହ ଧଉଳିକୁ 'ମୋ ବସ ଗଡ଼ିବା ନେଇ ଦାବି ଆସିଛି । ବସ ଯାତାୟାତ ନେଇ ଆଲୋଚନା କରାଯିବ । ସେହିପରି କୋଣାର୍କରେ 'ଲାଇଟ ଆଣ୍ଡ ସାଉଣ୍ଡ ସୋ' ପୁଣି ଆରମ୍ଭ ହେବ । ଏଥିପାଇଁ ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଛି ଯେଉଁଥି ପାଇଁ କେନ୍ଦ୍ରସରକାର ସହାୟତାର ହାତ ବଢ଼ାଇଛନ୍ତି । ପର୍ଯ୍ୟଟନ ବିକାଶର ଅନେକ ଯୋଜନା ୩ ମାସ ଭିତରେ ସାମ୍ନାକୁ ଆସିବ ।"

ଏହା ମଧ୍ୟ ପଢନ୍ତୁ ....ବିଶ୍ବ ପର୍ଯ୍ୟଟନ ଦିବସ: ବିକାଶ ଖୋଜୁଛି ବୌଦ୍ଧ, ମୋହନ ମାଝୀ ସରକାର ଦୃଷ୍ଟି ଦେବାକୁ ଅପିଲ୍ - Tourism Development Demand

ଏହା ମଧ୍ୟ ପଢନ୍ତୁ ....ଆଜି ବିଶ୍ବ ପର୍ଯ୍ୟଟନ ଦିବସ; ବୁଲିଯାଆନ୍ତୁ ଭାରତର ଏହି 7 ପର୍ଯ୍ୟଟନସ୍ଥଳୀ, ଥରେ ଗଲେ ବାରମ୍ବାର ମନ ହୁଏ - World Tourism Day 2024

ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବର ୧ରୁ ଗଡ଼ିବ ‘ଗାର୍ଭି ଗୁଜୁରାଟ’ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ, ଜାଣନ୍ତୁ ଓଡ଼ିଶା କନେକ୍ସନ - Garvi Gujarat tourist special Train

'ବିକଶିତ ପର୍ଯ୍ୟଟନ ଦ୍ବାରା ରୋଜଗାର ବଢିବ':

ରାଜ୍ୟପାଳ ରଘୁବର ଦାସ କହିଛନ୍ତି," ବିକଶିତ ପର୍ଯ୍ୟଟନ ଦ୍ବାରା ରୋଜଗାର ବଢିବ। ଫଳରେ ରାଜ୍ୟର ଅର୍ଥ ବ୍ୟବସ୍ଥା ମଧ୍ୟ ସୁଦୃଢ ହେବ । "ପର୍ଯ୍ୟଟନ କ୍ଷେତ୍ରରେ ସଂଯୋଗ (କନେକ୍ଟିଭିଟି) ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ସସ୍ତି ଗ୍ରୁପ୍ ପ୍ରତିଷ୍ଠାତା ଡ. କିତେନ୍ଦ୍ର କୁମାର ମହାର୍ଷିଙ୍କୁ ଟୁରିଜମ୍ ରତ୍ନ ଆୱାର୍ଡ ଦିଆଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ସମେତ ୧୮ ଜଣଙ୍କୁ ଟୁରିଜମ୍‌ ଗୌରବ ସମ୍ମାନ ପ୍ରଦାନ କରାଯାଇଛି ।

'ପର୍ଯ୍ୟଟନ ବିକାଶର ମେରୁଦଣ୍ଡ ହେଉଛନ୍ତି ଗାଇଡ଼':
କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ କହିଛନ୍ତି," ଓଡ଼ିଶାରେ ପର୍ଯ୍ୟଟନ ବିକାଶର ସମ୍ଭାବନା ରହିଛି । ଯାହାର ପରିଚୟ ଜଗନ୍ନାଥ ଓ ଯେଉଁ ରାଜ୍ୟ ପ୍ରକୃତିର କୋଳରେ ଶୁଏ ସେଠି ପର୍ଯ୍ୟଟନର ବିକାଶ ଅବଶ୍ୟମ୍ଭାବୀ । ଏଥିପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଥିବା ବେବେଳେ ଏକ ଗୁରଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । ବଡ କଥା ହେଉଛି ଓଡିଶା ପର୍ଯ୍ୟଟନ ବିକାଶର ବିଚାର ଓ ବିସ୍ତାର ଘଟକ ବା ମେରୁଦଣ୍ଡ ହେଉଛନ୍ତି ଗାଇଡ଼ । ତେଣୁ ଟୁରିଷ୍ଟ ଗାଇଡଙ୍କ ଲାଗି ସ୍ୱତନ୍ତ୍ର ପାଠ୍ୟକ୍ରମ ଏବଂ ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସ୍ଥାପନ କରିବାର ଆବଶ୍ୟକ‌ତା ରହିଛି । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details