ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ୧୨ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।
କ୍ୟାବିନେଟ ବୈଠକରେ ୧୨ ଟି ବିଭାଗର ୧୫ ଟି ପ୍ରସ୍ତାବ ଆଗତ କରାଯାଇଛି । ସେଥିରୁ ୧୪ ଟି ପ୍ରସ୍ତାବ ପାରିତ ହୋଇଛି । ଅନ୍ୟ ଗୋଟିଏ ପ୍ରସ୍ତାବ ପରବର୍ତ୍ତୀ ଆଲୋଚନା ପାଇଁ ରଖାଯାଇଛି । ପ୍ରେସ ବିବୃତ୍ତି ସମୟରେ ରାଜସ୍ବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ- କ୍ୟାବିନେଟ୍ ବୈଠକ; 10 ବିଭାଗର ପାରିତ ହେଲା 13 ପ୍ରସ୍ତାବ
ଶିଳ୍ପ ବିଭାଗର ୨ଟି, କୃଷି, ପରିବହନ, ଅବକାରୀ, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଖାଦ୍ୟ ଯୋଗାଣ, ଗୃହ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଏମଏସଏମଇ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ବିଜ୍ଞାନ ଏବଂ କାରିଗରୀ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମଞ୍ଜୁରୀ ମଳିଛି । ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କଫି ଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ । କୋରାପୁଟ, ରାୟଗଡା, କଳାହାଣ୍ଡି ପାରି ୬ ଜିଲ୍ଲାରେ ହେବ ଏହି କଫି ଚାଷ । ଏଥିପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି ।