ଭୁବନେଶ୍ବର: ସରକାରଙ୍କୁ ଘାରିଛି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା ଚିନ୍ତା। ସ୍କୁଲରେ ଥିବା ବେଳେ ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ସମସ୍ୟାରୁ ଏବେ ମୁକ୍ତି ପାଇବେ ଛାତ୍ରୀ। ସେମାନେ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍ସିନେରେଟର (Automatic Sanitary Napkin Incinerator machine ) ଓ ଭେଣ୍ଡିଂ ମେସିନ୍ର ବ୍ୟବସ୍ଥା କରାଯାଇଛି। ଯାହା ଆଗାମୀ ଦିନରେ ଆହୁରି ବିଦ୍ୟାଳୟରେ ଲାଗିବ ବୋଲି କୁହାଯାଇଛି। ଏହା ସହ ବେଟି ବଚାଓ ବେଟି ପଢ଼ାଓ ସମେତ କନ୍ୟାଭୃଣ ହତ୍ୟା ଭଳି ସାଇବର ଜନିତ ସମସ୍ୟା କୁ ନେଇ ସଚେତନତା କରାଯିବା ନେଇ ନିଷ୍ପତି ନେଇଛି ଓଷେପା। ଏନେଇ ଆସନ୍ତା ୧୦ ତାରିଖରେ ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ କାର୍ଯ୍ୟକ୍ରମ।
ଏଣିକି ସ୍କୁଲରେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀ, ସ୍କୁଲରେ ଲାଗିବ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ - Sanitary pad vending facilities - SANITARY PAD VENDING FACILITIES
Odisha School Education Programme Authority OSEPA: installation of Sanitary Napkin Vending Machines for girl students : ରାଜ୍ୟରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପଢୁଥିବା ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ର ବ୍ୟବସ୍ଥା କରାଯାଇଛି। ଅଧିକ ପଢନ୍ତୁ
Published : Aug 6, 2024, 10:35 PM IST
*ସ୍କୁଲରେ ଥିବା ବେଳେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀମାନେ*
"ସ୍କୁଲରେ କରାଯିବ କିଶୋରୀ ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ (IncInerator & Vending Machine) ର ବ୍ୟବସ୍ଥା। ତେବେ ରାଜ୍ୟରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପଢୁଥିବା ଛାତ୍ରୀମାନଙ୍କ ମାସିକ ଋତୁସ୍ରାବ ଜନିତ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ର ବ୍ୟବସ୍ଥା କରାଯାଇଛି। ଏହି ମେସିନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ନିମନ୍ତେ ଲଗାଯାଇଛି" ବୋଲି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ସମସ୍ତ ଡିଇଓ ଏବଂ ବିଇଓ ମାନଂକୁ ନିର୍ଦ୍ଦେଶ ଦିଆଯାଇଛି।
*ଅନ୍ଲାଇନ୍ ସୁରକ୍ଷା ଓ ସାଇବର ସଚେତନତା ଉପରେ ଗୁରୁତ୍ଵ*
"ପିଲାମାନଙ୍କର ସୁରକ୍ଷା, ପିତାମାତା, ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ। ଆଜିକାଲି ଇଣ୍ଟରନେଟ୍ ସମସ୍ତଙ୍କ ପାଇଁ ଏକ ଜ୍ଞାନର ଭଣ୍ଡାର ହୋଇପାରିଛି। ପିତାମାତା ସେମାନଙ୍କ ପିଲାମାନଙ୍କ ପାଇଁ ଇଣ୍ଟରନେଟର ବ୍ୟବହାର ଏହାର ଲାଭ , କ୍ଷତି ଓ ସୁରକ୍ଷିତ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କରେ ବୁଝାଇବା ପାଇଁ ସମୟ ଦେବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କର ମାନସିକ ସ୍ଥିତି ଓ ବ୍ୟବହାର ଉପରେ ନଜର ରଖିବେ। ସେମାନଙ୍କୁ ଯଥା ସମ୍ଭବ ସୋସିଆଲ ମିଡ଼ିଆରୁ ଦୂରେଇ ରଖିବେ। ଇଣ୍ଟରନେଟ୍ ବ୍ୟବହାର ଓ ବ୍ରାଉଜିଂ ଉପରେ ଧ୍ୟାନ ରଖିବେ। ଅଜଣା ଲୋକର ଫ୍ରେଣ୍ଡ୍ ରିକୃଷ୍ଟକୁ ଗ୍ରହଣ ନକରିବା ଇତ୍ୟାଦି ଉପରେ ନଜର ରଖିବେ। ଯଦି କୌଣସି ଛାତ୍ରଛାତ୍ରୀ ସାଇବରର ଶିକାର ହୁଅନ୍ତି ସଙ୍ଗେ ସଙ୍ଗେ ସାଇବର କ୍ରାଇମ ୟୁନିଟ୍, ସିଆଇଡ଼ି କ୍ରାଇମ ବ୍ରାଞ୍ଚ ସହ ଯୋଗାଯୋଗ କରିପାରିବେ," ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି କହିଛନ୍ତି ଓସେପା ।
ଇଟିଭି ଭାରତ, ଭୁବନେଶ୍ବର