ଓଡିଶା

odisha

ETV Bharat / state

ରାଜ୍ୟରେ ଆଳୁ ସଙ୍କଟ, ୟୁପି ଏକ ମାତ୍ର ବିକଳ୍ପ କହିଲେ ବ୍ୟବସାୟୀ - ODISHA POTATO PRICE

ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ନଆସିବାରୁ ରାଜ୍ୟରେ ଦେଖାଦେଇଛି ଆଳୁ ସଙ୍କଟ । ବ୍ୟବସାୟୀ କହିଲେ ୟୁପି ଆଳୁ ବିକଳ୍ପ ।

POTATO PRICE RISES IN ODISHA
POTATO PRICE RISES IN ODISHA (ETV Bharat Odisha)

By ETV Bharat Odisha Team

Published : Nov 30, 2024, 4:23 PM IST

କଟକ: ରାଜ୍ୟରେ ପୁଣି ଦେଖା ଦେଇଛି ଆଳୁ ସମସ୍ୟା । ଓଡିଶାକୁ ଆଳୁ ନପଠାଇବା ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି ।ଯାହାଫଳରେ ଓଡ଼ିଶାର ୨୦୦ଟି ଗାଡି ଅଧା ବାଟରେ ଅଟକି ରହିଛି । ତେବେ ଲୁଚିଛପି ପ୍ରାୟ ୩ଟି ଆଳୁ ଗାଡି କଟକ ଆସିଛି । ସେପଟେ ରାଜ୍ୟରେ କୌଣସି ଷ୍ଟୋରରେ ଆଳୁ ମହଜୁତ ନଥିବା କହିଛନ୍ତି ବ୍ୟବସାୟୀ ।

'ଗୋଟିଏ ମାତ୍ର ବିକଳ୍ପ ୟୁପି ଆଳୁ':

POTATO PRICE RISES IN ODISHA (ETV Bharat Odisha)

ଏନେଇ ଛତ୍ର ବଜାର ପରିବା ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,"ଯେଉଁ ଷ୍ଟୋରରେ ଆଳୁ ମହଜୁତ ରହିଥିଲା ତାହା ଶେଷ ହେବାକୁ ବସିଲାଣି । ଫଳରେ ଆଳୁ ଗାଡି ନଆସିବା ଯୋଗୁଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଆଳୁ ସମସ୍ୟା ଦୂର କରିବା ପାଇଁ ଗୋଟିଏ ମାତ୍ର ବିକଳ୍ପ ଯାହାକି ୟୁପି ଆଳୁ । ୟୁପିରୁ ଯଦି ଆଳୁ ଆସିବ, ତେବେ ଆଳୁ ସମସ୍ୟାର ସମାଧାନ ହେବ । ରାଜ୍ୟ ସରକାର ୟୁପି ସରକାରଙ୍କ ସହ କଥା ହୋଇ ଏହି ସମସ୍ୟାର ସମାଧାନ କରନ୍ତୁ । ଗତଥର ଏହି ଆଳୁ ସମସ୍ୟା ପାଇଁ ରାଜ୍ୟ ସରକାର ୟୁପିରୁ ଆଳୁ ଆଣିଥିଲେ । ଆଳୁ ସଙ୍କଟ ଦୂର ହୋଇଥିଲା ।

'କ୍ଷତି ସହିବେ ବ୍ୟବସାୟୀ':

POTATO PRICE RISES IN ODISHA (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି,"ବ୍ୟବସାୟୀ ମାନେ ୟୁପିରୁ ଆଳୁ ଆଣିବା ସମ୍ଭବ ପର ନୁହେଁ । ୟୁପିର ଆଳୁ ଭଲ ମାତ୍ର ଏତେ ଦୂରରୁ ଆଳୁ ଆଣିଲେ ଏଠାରେ କିଲୋପ୍ରତି ୨୮ ରୁ ୩୦ ଟଙ୍କା ପଡିବ । ଜଣେ ରିଟେଲର ଯଦି ନେଇ ବିକ୍ରି କରିବ ତେବେ ଏହାର ଦର ୩୫ ରୁ ୪୦ ଟଙ୍କା ହୋଇଯିବ । ସେହିପରି ୟୁପି ଆଳୁ ଯଦି ବ୍ୟବସାୟୀ ମାନେ ଆଣିବେ ଏବଂ ସେହି ସମୟରେ ବେଙ୍ଗଲ ଯଦି ଆଳୁ ଛାଡି ଦେବ, ତେବେ ବ୍ୟବସାୟୀ ମାନଙ୍କର କ୍ଷତି ହେବ ।"

'ଅମଳ ଆଳୁ ଆସିବାକୁ ଆହୁରି ଗୋଟିଏ ମାସ ଲାଗିବ':

ସେ ଏହା ମଧ୍ୟ କହିଛନ୍ତି,"ବର୍ତ୍ତମାନ ହୋଲ ସେଲରେ ଆଳୁ ଦର ୩୧ ରୁ ୩୨ ଟଙ୍କା ବିକ୍ରି ହେଉଛି । ଖୁଚୁରା ବ୍ୟବସାୟୀ ମାନେ ଏହାକୁ ୩୮ ରୁ ୪୦ ଟଙ୍କା କିଲୋ ପ୍ରତି ଦରରେ ବିକ୍ରି କରୁଛନ୍ତି । ଆଳୁ ଆସିବା ଯଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ, ତେବେ ଆଳୁ ସଙ୍କଟ ଦେଖାଯିବ । ଛତ୍ରବଜାର ପରିବା ମଣ୍ଡିକୁ ପ୍ରତିଦିନ ୬ ରୁ ୮ ଟି ଆଳୁ ଗାଡି ଆସିଥାଏ । ମାତ୍ର ଏବେ ଲୁଚାଛପାରେ ୩ଟି ଆଳୁଗାଡି ବଜାରକୁ ଆସୁଛି । ସେହିପରି ଅମଳ ଆଳୁ ଆସିବାକୁ ଆହୁରି ଗୋଟିଏ ମାସ ଲାଗିଯିବ । ଯେତେ ଶୀଘ୍ର ୟୁପିରୁ ଆଳୁ ଆସିବ ଆଳୁ ସଙ୍କଟ ଦୂର ହେବ ସେତେ ଶୀଘ୍ର ।"

POTATO PRICE RISES IN ODISHA (ETV Bharat Odisha)


ଆଳୁ ସଙ୍କଟ ବଜେଟକୁ ଦୋହଲାଇ ଦେଇଛି :

ସାଧାରଣ ଲୋକଟିଏ ଆଳୁ ଖାଇବା ସାତସପନ ହୋଇଯିବ । ଦର ତ ଯାହା ପ୍ରଭାବ ପକାଉଛି, ତାହାରି ମଧ୍ୟରେ ବଜାରରେ ଆଳୁ ଉଭାନ ହୋଇଗଲାଣି । କେଉଁଠି ଆଳୁ ଚଢା ଦରରେ ବିକ୍ରୟ ହେଉଛି ତ ଆଉ କେଉଁଠି ଆଳୁର ଅଭାବ କହି ଗ୍ରାହକଙ୍କୁ ଲୁଟୁଛନ୍ତି ବ୍ୟବସାୟୀ । ଯାହା ଏବେ ରାଜ୍ୟରେ ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ସେପଟେ କେବେ ସୁଧୁରିବ ଆଳୁ ସମସ୍ୟା ବୋଲି ଖାଉଟି ପ୍ରଶ୍ନ କରିଛନ୍ତି । ସାଧାରଣ ଗରିବ ଲୋକଟିଏ ପାଇଁ କାହିଁକି ବରଂ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏବେ ଆଳୁ ଏକ ବଡ଼ ସମସ୍ୟା ଭାବ ହୋଇଛି । ପ୍ରତ୍ୟେକ ଖାଦ୍ୟ ଆଳୁ ବିନା ଭଲ ଲାଗେ ନାହିଁ । ଆଳୁର ଏଭଳି ସମସ୍ୟା ଯାହାକି ସମସ୍ତଙ୍କ ବଜେଟକୁ ଦୋହଲାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ...3ମାସ ପରେ ପୁଣି ଆଳୁ ସମସ୍ୟା, ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ରହିବନି ଆଳୁ ସଙ୍କଟ, 'ଆଳୁ ମିଶନ' ମାଧ୍ୟମରେ ଉତ୍ପାଦନ ହେବ ତିନି ଗୁଣ

ଏହା ମଧ୍ୟ ପଢନ୍ତୁ...ଆଳୁ ମିଶନରେ ଫେଲ ହୋଇଥିଲା ବିଜେଡି ସରକାର, ଆମେ ହେବୁ ଆତ୍ମନିର୍ଭରଶୀଳ: ଉପମୁଖ୍ୟମନ୍ତ୍ରୀ - Potato Crisis In Odisha



ରାଜ୍ୟର ସର୍ବବୃହତ ପରିବା ମଣ୍ଡିରେ ଆଳୁ ଉଭାନ !

POTATO PRICE RISES IN ODISHA (ETV Bharat Odisha)
ଆଳୁ ଗାଡି ନଆସିବା ଯୋଗୁଁ ବଜାରରେ ଆଳୁ ଅଭାବ ଦେଖା ଦେଇଛି । କଟକ ଛତ୍ର ବଜାରରେ କାଁଭାଁ ଆଳୁ ବିକ୍ରି ହେଉଥିବାରୁ ଦର ୪୫ ରୁ ୫୦ରେ କିଲୋପ୍ରତି ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବଢୁଛି । କଟକ ଛତ୍ରବଜାର ଯେଉଁଠି ପ୍ରତ୍ୟେକ ଦିନ ୧୫ ରୁ ୨୦ଟି ଆଳୁ ଗାଡ଼ି ଆସି ଲାଗେ ହେଲେ ଏବେ ଗୋଟେ ୨ଟି ଗାଡ଼ି ଆସୁଛି । ଯାହା ଫଳରେ ଆଳୁ ଦର ଆକାଶ ଛୁଆଁ ବୃଦ୍ଧି ପାଉଛି ।



ଇଟିଭି ଭାରତ,କଟକ

ABOUT THE AUTHOR

...view details