ଭୁବନେଶ୍ବର:ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କ ବିକାଶ ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ସୁପ୍ରିମ ରାୟ । କୋଟା ଭିତରେ କୋଟା ବ୍ୟବସ୍ଥା ପାଇଁ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । 6:1 ଅନୁପାତରେ ବିଭାଜିତ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର 7 ଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି ଓ ଜନଜାତି ଭିତରେ ଅଧିକ ଅବହେଳିତଙ୍କ ପାଇଁ ପୃଥକ କୋଟା ପ୍ରଦାନ ନିମନ୍ତେ ଅନୁମୋଦନ ଦେଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ନେଇ ଓଡିଶାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ ସର୍ଭେ କରିବାକୁ କହିଛି କଂଗ୍ରେସ ।
ରାଜନୈତିକ ଫାଇଦା ପାଇଁ ବ୍ୟବହାର ନହେଉ ଉପବର୍ଗୀକରଣ:-
ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ, କୋଟା ଭିତରେ କୋଟା ଗୁଣବତ୍ତା ବିରୋଧରେ ନୁହେଁ । ବ୍ୟବସ୍ଥାଗତ ଭେଦଭାବ ଯୋଗୁଁ ଅନୁସୂଚିତ ଜାତି ଓ ଜନଜାତି ସଦସ୍ୟମାନେ ଯଥୋଚିତ ସଫଳତା ପାଇବାକୁ ସମର୍ଥ ହେଉନାହାନ୍ତି । ଉପବର୍ଗୀକରଣ ସମ୍ବିଧାନର ଧାରା 14ରେ ଥିବା ସମାନତା ନୀତିକୁ ଏହା ଉଲ୍ଲଂଘନ କରେନାହିଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପବର୍ଗୀକରଣର ଆଧାରକୁ ରାଜ୍ୟମାନଙ୍କ ଦ୍ୱାରା ପରିମାପଯୋଗ୍ୟ ଓ ଦୃଷ୍ଟାନ୍ତମୂଳକ ତଥ୍ୟ ଦ୍ୱାରା ଯୁକ୍ତିଯୁକ୍ତ କରିବାକୁ ପଡ଼ିବ । ରାଜ୍ୟମାନେ ନିଜ ଇଚ୍ଛା କିମ୍ବା ରାଜନୈତିକ ଫାଇଦାରେ କାର୍ଯ୍ୟ କରିପାରିବେ ନାହିଁ । ଏହାର ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଆବଶ୍ୟକ । ଅଧିକ ପଛୁଆ ସମ୍ପ୍ରଦାୟକୁ ଅଗ୍ରାଧିକାର ଦେବା ରାଜ୍ୟର କର୍ତ୍ତବ୍ୟ । ଅନୁସୂଚିତ ଜାତି ଓ ଜନଜାତିର ମାତ୍ର କିଛି ଲୋକ ସଂରକ୍ଷଣ ଉପଭୋଗ କରୁଛନ୍ତି । ଏହି ବର୍ଗର କିଛି ଲୋକ ଦୀର୍ଘ ବର୍ଷ ଧରି ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି । ଉପବର୍ଗୀକରଣ ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ମଧ୍ୟରେ କ୍ରିମି ଲେୟାର ଚିହ୍ନଟ କରିବା ପାଇଁ ରାଜ୍ୟଗୁଡ଼ିକ ଏକ ନୀତି ଆଣିବା ଦରକାର ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମନ୍ତ୍ରୀଙ୍କ ସ୍ୱାଗତ:-