ବ୍ରହ୍ମପୁର:କେରଳର ୱାୟାନାଡ଼ର ପ୍ରଳୟଙ୍କରୀ ଭୂସ୍ଖଳନରେ ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତ୍ୟୁସଂଖ୍ୟା 3ଶହ ପାର କରିସାରିଲାଣି । ଏବେ ମଧ୍ୟ ଶତାଧିକ ନିଖୋଜ ଅଛନ୍ତି । ଭୂସ୍ଖଳନ ଆବର୍ଜନା ତଳେ ମୃତଦେହ ପୋତି ହୋଇ ରହିଥିବାର ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ବ୍ରହ୍ମପୁରରୁ ଯାଇଛି ଓଡିଶା ପୋଲିସର ପ୍ରଶିକ୍ଷିତ ସନ୍ଧନୀ କୁକୁର ‘ଷ୍ଟର୍ମ’। ବ୍ରହ୍ମପୁର ପୋଲିସ ଜିଲ୍ଲାର ସନ୍ଧାନୀ କୁକୁର ‘ଷ୍ଟର୍ମ’ ସହ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ଏକ ଟିମ୍ ଟ୍ରେନ ଯୋଗେ କେରଳ ଗସ୍ତ କରିଛନ୍ତି ।
ଏହା ବି ପଢନ୍ତୁ- ମାଟତଳୁ ମୃତଦେହ ଖୋଜି ଚର୍ଚ୍ଚାରେ ‘ସ୍ନାଇପର୍ ଡଗ୍’, କେରଳ ପୋଲିସର ବିପର୍ଯ୍ୟୟ ସାଥୀ ମାୟା-ମର୍ଫି; ଭୂସ୍ଖଳନ ହେଲେ... - Army dogs helping to find bodies
କୁକୁର ସମ୍ପର୍କରେ ଷ୍ଟର୍ମ ସମ୍ପର୍କରେ...
ଭୂସ୍ଖଳନରେ ଉଦ୍ଧାର ଅପରେସନରେ ସାମିଲ ହେବ କୁକୁର ଷ୍ଟର୍ମ (ETV Bharat Odisha) ପ୍ରାପ୍ତ ସୂଚନା ଅନୁଯାୟୀ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏହି ସନ୍ଧାନୀ କୁକୁର ଷ୍ଟର୍ମକୁ ରଖାଯାଇଛି । ଏହା ଏକ ‘ଜର୍ମାନ ସେଫାର୍ଡ’ ପ୍ରଜାତିର ବିଲାତି କୁକୁର । ପ୍ରାୟ ୫ବର୍ଷରୁ ଅଧିକ ସମୟ ଧରି ଷ୍ଟର୍ମ ପୋଲିସ ବିଭାଗରେ ନିୟୋଜିତ ଥିବା ବେଳେ ଏକାଧିକ ଅପରାଧିକ ମାମଲାର ତଦନ୍ତରେ ବ୍ୟବହୃତ ହୋଇସାରିଛି । ମୁଖ୍ୟତଃ ଚୋର ଏବଂ ହତ୍ୟାକାରୀଙ୍କୁ ଧରିବାରେ ପୋଲିସକୁ ସହଯୋଗ କରେ ଷ୍ଟର୍ମ । ନିକଟରେ ଷ୍ଟର୍ମର କାର୍ଯ୍ୟଦକ୍ଷତା କାରଣରୁ ବ୍ରହ୍ମପୁର ପୋଲିସ ଏକାଧିକ ମାମଲାର ତଦନ୍ତରେ ସଫଳତା ମଧ୍ୟ ପାଇଛି । କେରଳରେ ପ୍ରଳୟଙ୍କାରୀ ଭୂସ୍ଖଳନରେ ଉଦ୍ଧାର ଅପରେସନ ଜାରି (ETV Bharat Odisha) କେରଳର ଉଦ୍ଧାରକାରୀ ଟିମକୁ ସହାୟତା କରିବ ‘ଷ୍ଟର୍ମ’-
ଗତକାଲି ବ୍ରହ୍ମପୁରରୁ ଯାଇଥିବା ଏହି ଏକମାତ୍ର ସନ୍ଧାନୀ କୁକୁର ଷ୍ଟର୍ମ ଓ ଓଡିଶା ପୋଲିସର ଟିମ୍ କେରଳରେ ଉଦ୍ଧାରକାରୀ ଟିମକୁ ସହାୟତା କରିବ । ଏପରିକି ମିଳିଥିବା ସୂଚନା ଅନୁସାରେ ଏହି ସନ୍ଧାନୀ କୁକୁର ଷ୍ଟର୍ମ ପାଣି ମଧ୍ୟରେ ବୁଡି ରହିଥିବା ଓ ମାଟି ତଳେ ପୋତି ହୋଇ ଯାଇଥିବା ମୃତଦେହ ଚିହ୍ନଟ କରିବା ପାଇଁ ବିଶେଷ ଭାବେ ପ୍ରଶିକ୍ଷିତ ହୋଇଛି । ଏହିପରି ସ୍ଥିତିରେ କାର୍ଯ୍ୟ କରିବା ପାଇଁ ଷ୍ଟର୍ମ ବିଶେଷ ଭାବେ ତାଲିମ ଗ୍ରହଣ କରିସାରିଛି ।
ଏହା ମଧ୍ୟ ପଢନ୍ତୁ :-କେରଳ ସର୍ବଗ୍ରାସୀ ଭୂସ୍ଖଳନରେ ଭାସିଗଲେ ବାପା ମା’; ଅନାଥ ଶିଶୁଙ୍କୁ କ୍ଷୀର ପିଆଇ ଚର୍ଚ୍ଚାରେ ମହିଳା, ଚାରିଆଡେ ପ୍ରଶଂସା - COUPLE TO WAYANAD FOR BREAST FEED
କେରଳ ଯାଇଛନ୍ତି ଓଡ଼ିଶା ପୋଲିସର ଏହି ଟିମ୍ - କେରଳ ଅଭିମୁଖେ ଯାଇଥିବା ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ଷ୍ଟର୍ମ ସହିତ ଗତକାଲି (ରବିବାର) ବିବେକାନନ୍ଦ ଏକ୍ସପ୍ରେସରେ ଜଣେ ସବ-ଇନ୍ସପେକ୍ଟର ଓ ଚାରି ଜଣ କନେଷ୍ଟବଳ ଓ ହାବିଲଦାର କେରଳ ଗସ୍ତ କରିଥିବା ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ଆଜି ଏହି ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ରିପୋର୍ଟ କରିବ । ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ।
3ଶହ ପାର କଲାଣି ମୃତ୍ୟୁସଂଖ୍ୟା:-
ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା 308 ରହିଛି । ଶତାଧିକ ନିଖୋଜ ଥିବା କାରଣରୁ ମୃତ୍ୟସଂଖ୍ୟା ଯଥେଷ୍ଟ ବଢିବାର ଆଶଙ୍କା ରହିଛି । ଉଦ୍ଧାର ଅପରେସନରେ ସେନା, ପୋଲିସ, ଏନଡିଆରଏଫ, ଏସଡିଆରଏଫ ସହ ରାଜ୍ୟର ତମାମ ଜରୁରୀକାଳୀନ ସଂସ୍ଥା ସମନ୍ବିତ ଭାବେ ମିଳିତ ଅପରେସନ ଜାରି ରଖିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର