ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ନର୍ସଙ୍କୁ ମାଡ ଘଡଣା, କନେଷ୍ଟବଳଙ୍କ କୋର୍ଟଚାଲାଣ କଲା ପୋଲିସ - Police constable assaults woman

Odisha Police constable arrested for assault of woman: ବିବାହ ପାଇଁ ରାଜି ନହେବାରୁ ଯୁବତୀଙ୍କୁ ମାଡ ମାରି ଫସିଲେ ପୋଲିସ କନେଷ୍ଟବଳ । ଥାନାରେ ଅଭିଯୋଗ ପରେ ଗିରଫ କରି କୋର୍ଟଚାଲାଣ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଯାଜପୁର: ପୁଣି ଖାକିରେ ଲାଗିଲା ଦାଗ । ପ୍ରେମ ନିଶାରେ ଉବୁଟୁବୁ ହୋଇ ହିତାହିତ ଜ୍ଞାନ ଭୁଲି ଗଲେ ପୋଲିସ ବାବୁ । ବିବାହ ପାଇଁ ମନା କରିବାରୁ ନର୍ସଙ୍କୁ ନିର୍ଦ୍ଧୁମ ମାଡ ମାରି ଲହୁଲୁହାଣ କଲେ ଫାଣ୍ଡି କନେଷ୍ଟବଳ । ଥାନାରେ ଯୁବତୀଙ୍କ ଅଭିଯୋଗ ପରେ କନେଷ୍ଟବଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ l ଗିରଫ କନେଷ୍ଟବଳ ହେଉଛନ୍ତି ଜିତେନ୍ଦ୍ର ବିଶ୍ଵାଳ ।

ଏମିତି ଥିଲା ସମ୍ପୂର୍ଣ୍ଣ ଘଟଣା:

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳ ରାତିଅଧରେ ମଙ୍ଗଳପୁର ଅଞ୍ଚଳରେ ରହୁଥିବା ନର୍ସଙ୍କର ଭଡ଼ାଘରେ ପଶି ବିବାହ ପାଇଁ ନିବେଦନ କରିଥିଲେ । ମାତ୍ର ସଂପୃକ୍ତ ନର୍ସ ଏଥିରେ ଅମଙ୍ଗ ହେବାରୁ କନେଷ୍ଟବଳ ଜଣଙ୍କ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବାର ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ କନେଷ୍ଟବଳଙ୍କ ଘର ଦଶରଥପୁର ବ୍ଲକ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମରେ । ଏନେଇ ସଂପୃକ୍ତ ନର୍ସ ମଙ୍ଗଳପୁର ଥାନାରେ କନେଷ୍ଟବଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ମଙ୍ଗଳପୁର ପୋଲିସ କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

Odisha Police constable arrested (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବିନା ପରୀକ୍ଷାରେ ଆଇପିଏସ ଅଫିସର, ୨ ଲକ୍ଷ ଟଙ୍କା ଦେଇ କିଣିଥିଲା ବର୍ଦ୍ଦି ଓ ବନ୍ଧୁକ - Bihar Boy Poses IPS

ଏହା ମଧ୍ୟ ପଢନ୍ତୁ-ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

ଏହା ମଧ୍ୟ ପଢନ୍ତୁ-ଭରତପୁର ଥାନାରେ ଚାଲିଛି ନବଗ୍ରହ ଶାନ୍ତି ପୂଜା, ଗେଟ୍ ଆଗରେ ଝୁଲିଲା ଲେମ୍ବୁ-କଞ୍ଚାଲଙ୍କା - army major fiance assault case

Odisha Police constable arrested (ETV BHARAT ODISHA)

ବିବାହିତ ହୋଇ ବି ନର୍ସଙ୍କୁ ଦ୍ବିତୀୟ ବିବାହ କରିବାକୁ ଚାହୁଁଥିଲେ କନେଷ୍ଟବଳ:

ଜିତେନ୍ଦ୍ର ବିଶ୍ୱାଳ ପୋଲିସ କନେଷ୍ଟବଳ ଭାବେ ଯାଜପୁର ଜିଲ୍ଲା ରାମବାଗ ଫାଣ୍ଡିରେ କାର୍ଯ୍ୟ କରୁଛନ୍ତି । ସେ ବିବାହିତ ଏବଂ ତାଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି । ଏକବର୍ଷ ପୂର୍ବେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟରେ ନର୍ସ ଭାବେ ପୀଡିତା କାମ କରୁଥିବା ବେଳେ ସାକ୍ଷାତ ହୋଇଥିଲା । କିଛିସମୟ କଥାବାର୍ତ୍ତା ମଧ୍ୟରେ ଉଭୟ ମୋବାଇଲ୍ ନମ୍ବର ଦିଆନିଆ ହୋଇଥିଲେ । ମୋବାଇଲ୍‌ରେ ନିୟମିତ କଥାବାର୍ତ୍ତାରୁ ସମ୍ପର୍କ ନିବିଡ଼ ହୋଇଥିଲା ।

ବିବାହ କରିବାକୁ ମନା କରିବାରୁ ପୀଡିତାଙ୍କୁ ଆକ୍ରମଣ:

ପୀଡିତା ଜଣଙ୍କ ମଙ୍ଗଳପୁର ନିକଟସ୍ଥ କାଟିଆ ଅଞ୍ଚଳରେ ଭଡାଘର ନେଇ ରହୁଥିବା ବେଳେ କନେଷ୍ଟବଳ ଜିତେନ୍ଦ୍ର ତାଙ୍କ ଅନୁରୋଧରେ ସେଠାକୁ ଯାଆଆସ କରୁଥିଲେ । ସମ୍ପର୍କ ଆଗକୁ ବଢ଼ୁଥିବା ବେଳେ ଗତକାଲି ରାତିରେ ଜିତେନ୍ଦ୍ର ମହିଳା ନର୍ସଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ l ପୂର୍ବରୁ ବିବାହ କରିଥିବାରୁ ମହିଳା ନର୍ସ ଜଣଙ୍କ ଜିତେନ୍ଦ୍ରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଜିତେନ୍ଦ୍ର ନର୍ସଙ୍କୁ ମାଡ଼ ମାରି ସେଠାରୁ ଚମ୍ପଟ ମାରିଥିଲେ l ମହିଳା ନର୍ସ ଜଣଙ୍କ ଦେହରେ ଆଘାତ ଲାଗିଥିବା ହେତୁ ସେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ସହିତ ଘଟଣାକୁ ନେଇ ମଙ୍ଗଳପୁର ଥାନାରେ କନେଷ୍ଟବଳ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ l

କନେଷ୍ଟବଳ ଗିରଫ:

ପୋଲିସ ଏହି ଏତଲାକୁ ଆଧାର କରି ମଙ୍ଗଳପୁର ପୁଲିସ୍ ଥାନା କେସ୍ ନମ୍ବର ୩୧୭/୨୪ ଓ ଭାରତୀୟ ନ୍ୟାୟ ସଂହିତା ୧୧୫ (୧) ୬୨ (୨), ୮୯ ସଙ୍ଗିନ୍ ଧାରାରେ ମାମଲା ରୁଜୁକରି ଜିତେନ୍ଦ୍ରଙ୍କୁ ଗିରଫ କରି ଥାନାକୁ ଆଣିଥିଲେ l ସେପଟେ ପୋଲିସ ମହିଳା ନର୍ସଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଥାନାକୁ ଆଣି ଘଟଣା ବିଷୟରେ ପଚାରାଉଚରା କରିବା ସହିତ କନେଷ୍ଟବଳ ଜିତେନ୍ଦ୍ରଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି l

ପୀଡିତା କହିଛନ୍ତି, ''ସେ ମୋତେ ଫିଜିକାଲି ମେଣ୍ଟାଲି ଟର୍ଚର କରୁଛନ୍ତି । ଗତକାଲି ମୋତେ ମାଡ ମାରିଥିଲେ । ସେ ଜଣେ ମଦୁଆ । ଏକ ବର୍ଷ ହେଲା ମୋତେ ମାଡ ମାରିଆସୁଛି । ସେ ପୋଲିସ ହୋଇକି ଯଦି ଏମିତି କରିବେ ତେବେ ଆମେ ସାଧାରଣ ଜନତା କଣ କରିବୁ । ସେ ନାରୀ ପ୍ରତି ଅନ୍ୟାୟ କରିଛନ୍ତି ।''

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details