ଓଡିଶା

odisha

ମାର୍ଚ୍ଚ ୨୨ ତାରିଖରୁ +2 ମୂଲ୍ୟାୟନ, ମେ ୧୫ ସୁଦ୍ଧା ରେଜଲ୍ଟ

By ETV Bharat Odisha Team

Published : Feb 27, 2024, 5:20 PM IST

Updated : Feb 27, 2024, 5:45 PM IST

Odisha Plus Two exam evaluation: ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୦ ତାରିଖରେ ଶେଷ ହେବାକୁ ଥିବା ବେଳେ ୨୨ ତାରିଖରୁ ହେବ ମୂଲ୍ୟାୟନ । ଅଧିକ ପଢନ୍ତୁ

Etv Bharat
Etv Bharat

ମାର୍ଚ୍ଚ ୨୨ ତାରିଖରୁ +2 ମୂଲ୍ୟାୟନ, ମେ ୧୫ ସୁଦ୍ଧା ରେଜଲ୍ଟ

ଭୁବନେଶ୍ବର:ରାଜ୍ୟରେ ଚାଲିଥିବା ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ଶେଷ ହେବାକୁ ଥିବା ବେଳେ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ । ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମକି ଶିକ୍ଷା ପରିଷଦ ଘୋଷଣା କରିଛି । ମୂଲ୍ୟାୟନ ପରେ ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ସୁଦ୍ଧା ୬ଟି ସିଟିଂ ସରିଥିବା ବେଳେ ଆହୁରି ୧୩ଟି ସିଟିଂ ରହିଛି । ମାର୍ଚ୍ଚ ୨୦ ତାରିଖରେ ପରୀକ୍ଷା ସରିବ । ପରୀକ୍ଷା ସରିବା ମାତ୍ରେ ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟାୟନ ଆରମ୍ଭ କରାଯିବ । ଅନେକ ବିଭାଗ ଅନଲାଇନରେ ମୂଲ୍ୟାୟନ ହୋଇଥାଏ । କଳା ଓ ଧନ୍ଦାମୂଳକ ଶିକ୍ଷାର କିଛି ବିଷୟ ଆଫଲାଇନରେ ମୂଲ୍ୟାୟନ କରାଯିବ । ତେବେ ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଖାତା ଦେଖା ହେବ। ଏପଟେ ଯଦି ଇଲେକ୍ସନ ୨୦ କିମ୍ବା ୨୨ ତାରିଖରେ ହେଲା ତେବେ ଯୁକ୍ତ ଦୁଇ ପରୀକ୍ଷା ଫଳ ମେ ୧୫ ସୁଦ୍ଧା ପ୍ରକାଶ ପାଇବ । ଏହି ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ପାଖାପାଖି ୧୫ ହଜାର ପରୀକ୍ଷକ ଆବଶ୍ୟକ ପଡ଼ିବେ । ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ- CBSE ଢାଞ୍ଚା ଆପଣାଇଲା CHSE: ଚଳିତ ବର୍ଷରୁ ଗୋଟିଏ ଦିନରେ କଳା-ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ

ଅନଲାଇନ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି । ଏପଟେ ଫିଜିକ୍ସ ପରୀକ୍ଷାର ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ସିଲାବସକୁ ଆଧାର କରି ଅଲଗା ପ୍ରଶ୍ନ ତିଆରି ହୋଇଥିଲା । ରେଗୁଲାର ପିଲାଙ୍କୁ ଚଏସ ପ୍ରଶ୍ନ ମିଳିନାହିଁ। ତେବେ ରେଗୁଲାର ପରିକ୍ଷାର୍ଥୀଙ୍କ ପାଇଁ ୧୯ ମାର୍କର ଚଏସ ଡେଫିସିଟ ହୋଇଛି । ପିଲାଙ୍କୁ କେମିତି ମାର୍କ ଦିଆଯିବ ସେ ନେଇ ଏଗଜାମିନେସନ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ। ପିଲାଙ୍କୁ ମାର୍କ ଭରଣା କରାଯିବ, ଯେଉଁମାନେ ପ୍ରଶ୍ନ ଉତ୍ତର ଦେବାକୁ ଚେଷ୍ଟା କରିଥିବେ (ଆଟେମ୍ପଟ) ସେମାନେ ମାର୍କ ପାଇବେ । ସାମୁହିକ ଭାବେ ପିଲାମାନେ ବହୁତ ଭଲ କରିଛନ୍ତି ।

ଏହା ବି ପଢନ୍ତୁ- ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରସଙ୍ଗ, ଚଏସ ଡେଫିସିଟ୍ କହିଲା CHSE

ସୂଚନା ଅନୁଯାୟୀ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ଏକ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ମଧ୍ୟରେ ଛାତ୍ରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୮୬ ହଜାର ୮୮୯ ରହିଛି । ସେହିଭଳି ଭାବରେ କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟ ବିଭାଗରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୦ ଯାଏଁ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 27, 2024, 5:45 PM IST

ABOUT THE AUTHOR

...view details