ଓଡିଶା

odisha

ETV Bharat / state

କାହିଁକି ମାଟ୍ରିକ ପରୀକ୍ଷାର୍ଥୀ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ; ସ୍ପଷ୍ଟ କଲେ ବୋର୍ଡ କର୍ତ୍ତୃପକ୍ଷ - ମାଟ୍ରିକ ପରୀକ୍ଷା 2024

Odisha Matric Exam: ମଙ୍ଗଳବାର ଠାରୁ ମାଟ୍ରିକ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ବୋର୍ଡ। ମାଟ୍ରିକ ପରୀକ୍ଷା ପାଇଁ ଏଥର ଆଗୁଆ ଆସିବାକୁ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛି ବୋର୍ଡ। କିନ୍ତୁ କାହିଁକି ଏପରି ନିର୍ଦ୍ଦେଶ ଦିଆଯାଇଛି ? ଅଧିକ ପଢନ୍ତୁ

କାହିଁକି ମାଟ୍ରିକ ପରୀକ୍ଷାର୍ଥୀ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ; ସ୍ପଷ୍ଟ କଲେ ବୋର୍ଡ କର୍ତ୍ତୃପକ୍ଷ
କାହିଁକି ମାଟ୍ରିକ ପରୀକ୍ଷାର୍ଥୀ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ; ସ୍ପଷ୍ଟ କଲେ ବୋର୍ଡ କର୍ତ୍ତୃପକ୍ଷ

By ETV Bharat Odisha Team

Published : Feb 19, 2024, 11:08 PM IST

କାହିଁକି ମାଟ୍ରିକ ପରୀକ୍ଷାର୍ଥୀ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ; ସ୍ପଷ୍ଟ କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ରାତି ପାହିଲେ ମାଟ୍ରିକ ପରୀକ୍ଷା । ଚଳିତବର୍ଷ ଯେପରି ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ବୋର୍ଡ । ବଡ଼ କଥା ହେଉଛି ମାଟ୍ରିକ ପରୀକ୍ଷା ପାଇଁ ଏଥର ଆଗୁଆ ଆସିବାକୁ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛି ବୋର୍ଡ । କିନ୍ତୁ କାହିଁକି ଏପରି ନିର୍ଦ୍ଦେଶ ଦିଆଯାଇଛି ? ପୂର୍ବରୁ ଯଦିଓ ସମାନ ସମୟରେ ମାଟ୍ରିକ ପରୀକ୍ଷା ହେଉଥିଲା ମାତ୍ର ୮ ଟା ୩୦ରେ ପହଞ୍ଚି ବାକୁ ପରିକ୍ଷର୍ଥୀମାନଙ୍କୁ ନିର୍ଦ୍ଦେଶ ଥିଲା । ଚଳିତବର୍ଷ ଏହା ପରିବର୍ତ୍ତନ କରାଯାଇଛି । ସକାଳ ୭.୩୦ରୁ ପରୀକ୍ଷା କେନ୍ଦ୍ରର ଗେଟ ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛି ବୋର୍ଡ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ।

ବୋର୍ଡ ଉପସଭାପତି କହିଛନ୍ତି, "ଯେଉଁ ଶିକ୍ଷକ ମାନେ ପରୀକ୍ଷା ହଲରେ ଡ୍ୟୁଟି କରିବେ ସେମାନେ ହିଁ ପରୀକ୍ଷାର୍ଥୀ ମାନଙ୍କୁ ଗେଟ ରେ ଯାଞ୍ଚ କରିବେ। ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନେକ ସମସ୍ୟା ହେଉଥିଲା। ସେହିପରି ପରିକ୍ଷର୍ଥୀ ମାନେ ମଧ୍ୟ କେନ୍ଦ୍ରକୁ ଆଗୁଆ ଆସି ସୁସ୍ଥ ମନରେ ପରୀକ୍ଷା ଦେଇପାରିବେ। ଚଳିତ ବର୍ଷ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଯେପରି ଶେଷ ହେବ ସେନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।"

ଅଧିକ ପଢନ୍ତୁ- ସାବଧାନ ! ପରୀକ୍ଷା କେନ୍ଦ୍ରରେ ରହିବ AI ନଜର, ଏହି ନିୟମ ଉଲଙ୍ଘନ କଲେ ଜାଣିଦେବ ବୋର୍ଡ

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରିଛି ବୋର୍ଡ । ଏହି ସବୁ କ୍ୟାମେରା ଉପରେ ବୋର୍ଡ ମୁଖ୍ୟାଳୟରୁ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ନଜର ରଖାଯିବ । ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ 20 ଜଣ ଏକ୍ସପର୍ଟଙ୍କ ନଜରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ। ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ କପି କରନ୍ତି , ମୋବାଇଲ ବ୍ୟବହାର ହୁଏ , ପରୀକ୍ଷାର୍ଥୀ କଥାବାର୍ତ୍ତା ହୁଅନ୍ତି କିମ୍ବା ଅନ୍ୟ କୌଣସି ପରିସ୍ଥିତି ଉପୁଜେ ତେବେ ଏହି ଏଆଇ କ୍ୟାମେରା ମାଧ୍ୟମରେ କମାଣ୍ଡ ସିଧା ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରେ ପହଞ୍ଚିବ । ଏହାପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚଳିତ ବର୍ଷ ହାଇସ୍କୁଲ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିପାଇଁ ବୋର୍ଡ ପକ୍ଷରୁ 3 ହଜାର 47 ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଓଏମଆର ସିଟ ଓ ପ୍ରଶ୍ନ ପତ୍ର ପଠା ସରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ ମିନିଟରେ ଓଏମଆର ସିଟ ଏବଂ ୮ଟା ୪୫ ମିନିଟରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ। ୮ଟା ୪୫ ମିନିଟରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀମାନେ ଓଏମଆର ସିଟର ପ୍ରଥମ ପୃଷ୍ଠା ଭରିବେ । ନିରୀକ୍ଷକମାନେ ଉପସ୍ଥିତ ଏବଂ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ଦେବେ । ଏମଟିଏଚ ନିମନ୍ତେ ୧୦ଟା ୧୫ ମିନିଟରୁ ୧୧ଟା ୧୫ ମିନିଟ ପର୍ଯ୍ୟନ୍ତ ସମୟ ମିଳିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details