ଓଡିଶା

odisha

ETV Bharat / state

ବିଜେପିକୁ ଶୁଭେଚ୍ଛା ଜଣାଇଲା ବିଜେଡି, ଜନାଦେଶକୁ ସ୍ୱାଗତ କଲା ଦଳ - BJD CONGRATULATES BJP - BJD CONGRATULATES BJP

BJD Congratulates BJP: ବିଜୟ ପାଇଁ ବିଜେଡିକୁ ଶୁଭେଚ୍ଛା ଜଣାଇଲା ବିଜେଡି । ଫଳାଫଳକୁ ନେଇ ଦଳ ପକ୍ଷରୁ କ'ଣ ପ୍ରତିକ୍ରିୟା ଆସିଛି ଜାଣନ୍ତୁ ।

BJD Congratulates BJD
BJD Congratulates BJD (ETV Bharat Odisha)

By ETV Bharat Odisha Team

Published : Jun 4, 2024, 10:35 PM IST

ଭୁବନେଶ୍ବର:ଜନାଦେଶ 2024 ଆଜି ପ୍ରକାଶ ପାଇଛି । ବିଜେପି ବଡ଼ ବ୍ୟବଧାନରେ ବିଜୟ ଲାଭ କରିଥିବାବେଳେ ବିଜେଡିର ବୃହତ୍ ପରାଜୟ ହୋଇଛି । ଫଳାଫଳ ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଛି ବିଜେଡିର ପ୍ରଥମ ପ୍ରତିକ୍ରିୟା । ଜନସାଧାରଣଙ୍କ ଆଶୀର୍ବାଦ ଫଳରେ 50ରୁ ଅଧିକ ଆସନ ଦଳକୁ ମିଳିଥିବାବେଳେ ବିଜୟ ଲାଗି ବିଜେପିକୁ ଶୁଭେଚ୍ଛା ଜଣାଉଛୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଫଳାଫଳ ପ୍ରକାଶ ପାଇବା ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ । ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

BJD Congratulates BJD (ETV Bharat Odisha)

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ସାଢେ 4 କୋଟି ଓଡିଶାବାସୀଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ । ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛୁ । କାରଣ ବିଜୁ ଜନତା ଦଳକୁ ଜନସାଧାରଣ ଗତ 24 ବର୍ଷ ହେଲା ନିରନ୍ତର ଆଶୀର୍ବାଦ କରି ଆସିଛନ୍ତି । ସେହି ଆଶୀର୍ବାଦ ଫଳରେ ଆମେ ଓଡି଼ଶାବାସୀଙ୍କ ସେବା କରି ଆସିଛୁ । ଆମେ ସମସ୍ତ ଓଡି଼ଶାବାସୀଙ୍କ ନିକଟରେ ଚିର ଋଣୀ । ଏହି ନିର୍ବାଚନରେ ମଧ୍ୟ ଆମକୁ ସମର୍ଥନ ଯୋଗାଇଛନ୍ତି । ପାଖାପାଖି 40 ପ୍ରତିଶତ ଭୋଟ ହାର ଜନସାଧାରଣ ଆମକୁ ଦେଇଛନ୍ତି । କିନ୍ତୁ ସିଟ୍ ବ୍ୟବଧାନ ଅଧିକ ଜଣାପଡୁଛି । ଗତ ନିର୍ବାଚନ ଅପେକ୍ଷା 3 ପ୍ରତିଶତ ମତଦାନ କମ୍ ରହିଛି । ଜନସାଧାରଣଙ୍କ ଆଶୀର୍ବାଦ ଫଳରେ 50ରୁ ଅଧିକ ଆସନ ବିଜେଡିକୁ ମିଳିଛି । ବିଜୟ ଲାଗି ବିଜେପିକୁ ଶୁଭେଚ୍ଛା ଜଣାଉଛୁ । ଆଗାମୀ ଦିନରେ ଓଡିଶାବାସୀ ଯେଉଁ ଭୂମିକାରେ ଆମକୁ ଆଗେଇ ନେବେ ତାହା ତୁଲାଇବୁ । ଓଡ଼ିଶାର ସେବା ଓ ସର୍ବାଙ୍ଗୀନ ବିକାଶ କରିବା ଲାଗି ଆମେ ଏମିତି ଅହରହ କାର୍ଯ୍ୟ କରିବୁ ।"


ଏହା ବି ପଢନ୍ତୁ...ରେଜଲ୍ଟକୁ ନେଇ ନବୀନଙ୍କ ପ୍ରତିକ୍ରିୟା, ଦଳ ମତ ନିର୍ବିଶେଷରେ ଜଣାଇଲେ ଶୁଭେଚ୍ଛା

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି, "ଗତ 24 ବର୍ଷ ଧରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଦଳକୁ ଓଡିଶାବାସୀ ଯେଉଁ ଆକୁଣ୍ଠ ସମର୍ଥନ ଯୋଗାଇ ଦେଇଛନ୍ତି ସେଥିପାଇଁ ଧନ୍ୟବାଦ । ଆଗାମୀ ଦିନରେ ମଧ୍ୟ ଆମର ସେବା କାର୍ଯ୍ୟ ଜାରୀ ରହିବ ।" ସେହିପରି ସୁଲତା ଦେଓ କହିଛନ୍ତି, "ସାଢ଼େ 4 କୋଟି ଓଡିଶାବାସୀଙ୍କ ନିକଟରେ ଆମେ ଚିର ଋଣୀ । 24 ବର୍ଷ ଧରି ଆମକୁ ସେବା କରିବାର ସୁଯୋଗ ଦେଇଥିଲେ । ଏହି ସଫଳତା ପାଇଁ ବିଜେପିକୁ ସ୍ୱାଗତ ଜଣାଉଛି । ଓଡିଶାବାସୀ ଆଜି ଯେଉଁ ଦାୟିତ୍ୱ ଦେଇଛନ୍ତି, ସେହି ଦାୟିତ୍ୱ ଠିକ ଭାବେ ତୁଲାଇବୁ । ଓଡ଼ିଶାର ଉନ୍ନତି ଲାଗି ଯେମିତି କାର୍ଯ୍ୟ କରୁଥିଲୁ ଆଗକୁ ମଧ୍ୟ ସେମିତି କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details