ଓଡିଶା

odisha

ପରଦାରେ ଫିଟ୍‌ ରାଜନୀତିରେ ହିଟ୍‌: କିଏ ପିନ୍ଧିଲା ବିଜୟ ମୁକୁଟ, କିଏ ମାରିଲା ଫେଲ୍‌ - Odia Celebs Election Result 2024

By ETV Bharat Odisha Team

Published : Jun 4, 2024, 10:24 PM IST

Odia Celebs Election Result 2024: ଚଳିତ ନିର୍ବାଚନରେ ଓଡ଼ିଶାରୁ ବହୁ ତାରକା ନିର୍ବାଚନ ଲଢୁଥିବା ବେଳେ ଅନେକ ବାଜି ମାରିଥିବା ବେଳେ ଅନେକଙ୍କ ଭାଗ୍ୟ ସାଥ୍ ଦେଇନାହିଁ । ଅଭିନେତା ତଥା ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଏବଂ ବିଜେଡ଼ି ପ୍ରାର୍ଥୀ ଆକାଶ ଦାସନାୟକ ବିଜୟ ହାସଲ କରିଥିବା ବେଳେ ଅରିନ୍ଦମ ରୟ, ବର୍ଷା ପ୍ରିୟଦର୍ଶିନୀ ରାଜନୀତିରେ ନିଜର ଜଲୱା ଦେଖାଇବାରେ ଅସଫଳ ରହିଛନ୍ତି । ଅଧିକ ପଢନ୍ତୁ

ରାଜନୀତିରେ ଓଡ଼ିଆ ତାରକାଙ୍କ ଦବଦବା, କିଏ ବିଜୟୀ ତ କିଏ ହେଲା ବିଫଳ?
ରାଜନୀତିରେ ଓଡ଼ିଆ ତାରକାଙ୍କ ଦବଦବା, କିଏ ବିଜୟୀ ତ କିଏ ହେଲା ବିଫଳ? (ETV Bharat Odisha)

ହାଇଦ୍ରାବାଦ:ଫିଲ୍ମ ଇଣ୍ଡଷ୍ଟ୍ରିରେ ପରେ ଏବଂ ରାଜନୀତିରେ ଚମକିଛନ୍ତି ଅନେକ ତାରକା । ବଲିଉଡରୁ ଆରମ୍ଭ କରି ଟଲିଉଡ ଏବଂ ଓଲିଉଡ ଚଳଚ୍ଚିତ୍ର ଅନେକ ତାରକା ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବଲିଉଡର କଙ୍ଗନା ରାଣାୱତ, ରବି କିଶନ, ଅରୁଣ ଗୋଭିଲ ପରି ତାରକା ରହିଥିବା ବେଳେ ଓଡ଼ିଆ ଲୋକପ୍ରିୟ ଫିଲ୍ମ ତାରକା ସିଦ୍ଧାର୍ଥ ମହାପାତ୍ର, ମନୋଜ ମିଶ୍ର, ଅରିନ୍ଦମ ରୟ, ଆକାଶ ଦାସ ନାୟକ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଓଡିଆ ତଥା ବଙ୍ଗଳା ଅଭିନେତ୍ରୀ ରଚନା ବାନାର୍ଜୀ ଭଳି ତାରକା ମଧ୍ୟ ଏଥିରେ ସାମିଲ ରହିଥିଲେ । ତେବେ ଆଜି ନିର୍ବୀଚନୀ ପଳାଫଳ ଆସିଥିବା ବେଳେ କେଉଁ ତାରକା ବିଜୟ ହାସଲ କରିଛନ୍ତି । ଜାଣନ୍ତୁ,

କୋରେଇରେ ବିଜୟୀ ହେଲେ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ (ETV Bharat Odisha)

ଚଳିତ ନିର୍ବାଚନରେ ଓଡ଼ିଶାରୁ ବହୁ ତାରକା ନିର୍ବାଚନ ଲଢୁଥିବା ବେଳେ ଅନେକ ବାଜି ମାରିଥିବା ବେଳେ ଅନେକଙ୍କ ଭାଗ୍ୟ ସାଥ୍ ଦେଇନାହିଁ । ଅଭିନେତା ତଥା ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଏବଂ ବିଜେଡ଼ି ପ୍ରାର୍ଥୀ ଆକାଶ ଦାସନାୟକ ବିଜୟ ହାସଲ କରିଥିବା ବେଳେ ଅରିନ୍ଦମ ରୟ, ମନୋଜ ମିଶ୍ର ଏବଂ ବର୍ଷା ପ୍ରିୟଦର୍ଶିନୀ ରାଜନୀତିରେ ନିଜର ଜଲୱା ଦେଖାଇବାରେ ଅସଫଳ ରହିଛନ୍ତି ।

କୋରେଇରେ ବିଜୟୀ ହେଲେ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ (ETV Bharat Odisha)

ଜିତିଲେ ଆକାଶ ଦାସନାୟକ:କୋରେଇରେ ପୁଣି ବିଜୟୀ ହୋଇଛନ୍ତି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଚଳିତ ଥରର ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ । ସେ କୋରେଇ ବିଧାନସଭା ଆସନରେ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରିଛନ୍ତି ଆକାଶ । ସୂଚନା ଥାଉ କି, ଆକାଶ ୨୦୧୪ରୁ ୨୦୧୯ ଯାଏଁ କୋରେଇରେ ଜିତିଥିଲେ । ତେବେ ସେ ପୁଣି ଏଠାକାର ବିଧାୟକ ଭାବେ ବିଜୟ ହାସଲ କରିଛନ୍ତି ଆକାଶ । ହେଲେ ପୂର୍ବଥର ସେ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ହୋଇ ଜିତିଥିଲେ ହେଁ ଚଳିତ ବର୍ଷ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ବିଜେପିରେ ସାମିଲ ହୋଇଥିଲେ । ଯାହା ପରେ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିଲା । ବର୍ତ୍ତମାନ ସେ ବିଜେପିରୁ ଲଢି ପୁଣି ନିଜ ଗଡ଼ ହାସଲ କରିଛନ୍ତି ।

ସିଦ୍ଧାର୍ଥ ମହାପାତ୍ର ବିଜୟୀ: ଦିଗପହଣ୍ଡିରେ ବାଜି ମାରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ମହାପାତ୍ର । ସେ ବିପ୍ଲବ ପାତ୍ରଙ୍କୁ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ସୂଚନା ଥାଉ କି, ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ଼ ଦିଗପହଣ୍ଡିରେ ଏଥର ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା । କାରଣ ତିନି ଥରର ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ନିଧନ ପରେ ଚଳିତ ନିର୍ବାଚନରେ ତାଙ୍କର ପୁଅ ବିପ୍ଲବ ପାତ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ସେପଟେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ଇସ୍ତଫା ଦେଇ ବିଜେପି ମିଶିଥିଲେ ଏବଂ ଦଳ ତାଙ୍କୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଦେଇଥିଲା । ଯାହା ପରେ ସେ ଏବେ ବିଜୟ ହାସଲ କରିଛନ୍ତି ।

ବଡଚଣାରେ ପରାଜିତ ହେଲେ ବିଜେପି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ (ETV Bharat Odisha)

ହାରିଲେ ବର୍ଷା ପ୍ରିୟଦର୍ଶିନୀ:ରାଜନୀତିରେ ନି ଯାଦୁ ଦେଖାଇପାରିଲେନି ଓଲିଉଡ ସୁନ୍ଦରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଲଢିଥିଲେ ସୁଦ୍ଧା ବିଜୟ ହାସଲ କରିପାରିଲେ ନାହିଁ । ସେ ବିଜେଡ଼ି ବିଧାୟିକା ପ୍ରାର୍ଥୀ ଭାବେ ଯାଜପୁର ବଡ଼ଚଣାରୁ ଲଢିଥିବା ବେଳେ ତାଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ପରାସ୍ତ କରି ବିଜୟ ହାସଲ କରିଛନ୍ତି ।

ଅରନ୍ଦିମ ରୟ ପରାଜିତ:ସେହିପରି ଚଳିତ ନିର୍ବାଚନରେ ହାରିଲେ ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ । ଅରିନ୍ଦମ କଟକ ସାଲେପୁରରୁ ନିର୍ବାଚନ ଲଢିଥିଲେ । ତେବେ ଏହି ସମୟରେ ବିଜେଡି ପକ୍ଷରୁ ବିଧାୟ ପ୍ରାର୍ଥୀ ଭାବେ ପ୍ରଶାନ୍ତ ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅରିନ୍ଦମକୁ ହରାଇ ସେ ବିଜୟ ହାସଲ କରିଛନ୍ତି । ସୂଚନା ଥାଉ କି, ପୂର୍ବରୁ ଅରିନ୍ଦମ ବିଜେଡିରେ ଥିବା ବେଳେ ଚଳିତ ଥର ସେ ବିଜେପିରେ ସାମିଲ ହୋଇଥିଲେ ଏବଂ ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲା ।

ହାରିଲେ ମନୋଜ ମିଶ୍ର:ସେହିପରି ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଥିବା ଓଲିଉଡ ଅଭିନେତା ମନୋଜ ମିଶ୍ର ମଧ୍ୟ ପରାଜିତ ହୋଇଛନ୍ତି । ସେ ବଲାଙ୍ଗୀରରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ତାଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ସୂଚନା ଥାଉ କି, ଓଡ଼ିଶାରେ ସିନେ ଅଭିନେତାଙ୍କ ମଧ୍ୟରେ ବିବାଦ ଏବଂ ପରେ ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ବିବାଦ ପ୍ରସଙ୍ଗରେ ଗଣମାଧ୍ୟମରେ ବେଶ ଚର୍ଚ୍ଚାକୁ ଆସିଥିବା ମନୋଜ ଏଥର କଂଗ୍ରେସ ବ୍ୟାନରରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ।

ଜିତିଲେ ରଚନା ବାନାର୍ଜୀ- ଓଡିଆ ତଥା ବେଙ୍ଗଲ ଅଭିନେତ୍ରୀ ପଶ୍ଚିମବଙ୍ଗ ହୁଗୁଳିରୁ ବହୁ ମତରେ ବିଜୟ ହାସଲ କରିଛନ୍ତି । ଲୋକେଟ ଚାଟାର୍ଜୀଙ୍କୁ ୬୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ଚଳିତ ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ଟିଏମସି ତାଙ୍କୁ ହୁଗୁଳି ଲୋକସଭା ଆସନରୁ ଟିକେଟ ଦେଇଥିବା ବେଳେ ବର୍ତ୍ତମାନ ନିର୍ବାଚନ ଜିତିଛନ୍ତି ରଚନା ।

ଏହା ମଧ୍ୟ ପଢନ୍ତୁ:ଫିଲ୍ମରେ ହିଟ୍‌ ରାଜନୀତିରେ ସୁପରହିଟ୍, ମଣ୍ଡିରେ ଜିତିଲେ ବଲିଉଡ କୁଇନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details