ପୁରୀ:ଶ୍ରୀକ୍ଷେତ୍ରରେ ଜାପାନର ପ୍ରସିଦ୍ଧ କଳାକାର । ଜାପାନୀ କଳାକାରମାନେ ପୁରୀରେ ଦେଖାଇଛନ୍ତି ଝଲକ । ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ତାଳବଣିଆ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା-ଜାପାନ୍ ୨୦୨୪ ମହୋତ୍ସବ । ଜାପାନୀ କଳାକାରମାନେ କେତେବେଳେ ଓଡ଼ିଆଣୀ ବେଶରେ ମଞ୍ଚର ଶୋଭା ବଢାଉଥିଲେ ତ କେତେବେଳେ 'ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ' ସଂଗୀତରେ ଦର୍ଶକଙ୍କୁ ଚକିତ କରିଥିଲେ । ଏହି ମହୋତ୍ସବରେ ଉତ୍କଳୀୟ ଓ ଜାପାନ ସଂସ୍କୃତି ପରମ୍ପରାର ମଧୁର ମିଶ୍ରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ମଞ୍ଚରେ ଦୁଇ ପୃଥକ ପୃଥକ ଦେଶର କଳାକାର ଓ ନାଗରିକ ମାନେ ଏକାଠି ହୋଇ ଭାବ ବିନିମୟ କରିଥିଲେ । ସେହିପରି ଜାପାନର ପାରମ୍ପରିକ ଲାଇଟ୍, ରଙ୍ଗବେରଙ୍ଗର କାଗଜ ତୋରଣ ସହ ବାଉଁଶ କାଠି ଦ୍ବାରା ନିର୍ମିତ ଜାପାନୀଜ୍ ଷ୍ଟାଇଲ୍ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା । ସେହିପରି ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି, କଣ୍ଠଶିଳ୍ପୀ ଶାଶ୍ବତୀ ଦାସ ଓ ଦିବ୍ୟଜ୍ୟୋତି ନନ୍ଦ ପ୍ରମୁଖ ଏହି ମଞ୍ଚରେ ଓଡ଼ିଶୀ, ଓଡ଼ିଶାର କଳା, ଲୋକନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ସେହିପରି ଲିଙ୍ଗରାଜ ଦାସ ଓ ସତ୍ୟବାନ୍ ସେଠୀ ପ୍ରମୁଖ ଯନ୍ତ୍ର ସଂଗୀତରେ ଶ୍ରୋତାଙ୍କୁ ଉଲ୍ଲସିତ କରିଥିଲେ । ତେବେ ଓଡ଼ିଶା-ଜାପାନ୍ ମହୋତ୍ସବକୁ ନେଇ ଉଭୟ ଜାପାନ ଓ ଓଡ଼ିଶା କଳାକାର ବେଶ୍ ଖୁସି ପ୍ରକଟ କରିଛନ୍ତି ।
ଏହା ବି ପଢନ୍ତୁ- Odisha Japan festival 2023: ଜାପାନର ଲୋକନୃତ୍ୟକୁ ମନଭରି ଉପଭୋଗ କଲେ ଦର୍ଶକ
ଏହା ବି ପଢନ୍ତୁ- ଜାପାନରେ ଓଡ଼ିଶା ମହୋତ୍ସବ, ସହଭାଗିତା ବଳରେ ଓଡ଼ିଶା-ଜାପାନ ସମ୍ପର୍କ ଦୃଢ଼ ହେବ କହିଲେ ଅଶୋକ ପଣ୍ଡା