ଓଡିଶା

odisha

ETV Bharat / state

SSB ପଦାର୍ଥ ବିଜ୍ଞାନ ଅଧ୍ୟାପକ ଚୟନରେ ଅନିୟମିତତା, ନିଯୁକ୍ତି ପତ୍ର ନଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - SSB Selection

Irregularities In Selection Process: SSB ପଦାର୍ଥ ବିଜ୍ଞାନ ପାଇଁ ଅଧ୍ୟାପକ ଚୟନ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପତ୍ର କାହାରିକୁ ପ୍ରଦାନ କରାଯାଇ ପାରିବନାହିଁ ବୋଲି ନିର୍ଦ୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

SSB ପଦାର୍ଥ ବିଜ୍ଞାନ ଅଧ୍ୟାପକ ଚୟନ
SSB ପଦାର୍ଥ ବିଜ୍ଞାନ ଅଧ୍ୟାପକ ଚୟନ

By ETV Bharat Odisha Team

Published : Feb 9, 2024, 5:12 PM IST

SSB ପଦାର୍ଥ ବିଜ୍ଞାନ ଅଧ୍ୟାପକ ଚୟନ

କଟକ: SSB ପଦାର୍ଥ ବିଜ୍ଞାନ ପାଇଁ ଅଧ୍ୟାପକ ଚୟନ ଉପରେ ଅଙ୍କୁଶ ଲଗାଇଲେ ଓଡି଼ଶା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିବ । ହେଲେ ନିଯୁକ୍ତି ପତ୍ର କାହାରିକୁ ପ୍ରଦାନ କରାଯାଇ ପାରିବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ପୂର୍ବରୁ UGC ଗାଇଡଲାଇନର ଅବମାନନା ନେଇ ଅମୀୟ ରଞ୍ଜନ ବାରିକ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ ।ଯାହାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରିବା ସହ ଅଧ୍ୟାପକ ଚୟନ ଉପରେ ରୋକ ଲଗାଇଛନ୍ତି ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସେପର୍ଯ୍ୟନ୍ତ ନିଯୁକ୍ତି ପତ୍ର କାହାକୁ ପ୍ରଦାନ କରାଯିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଏହାସହ ରାଜ୍ୟ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି କୋର୍ଟ। ସୂଚନା ଅନୁସାରେ, UGC ଗାଇଡଲାଇନକୁ ଉଲଂଘନ କରି ନିଯୁକ୍ତି ପ୍ରକ୍ରିୟା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ତେବେ UGC ଗାଇଡଲାଇନର ଅବମାନନା ଅଭିଯୋଗ ଆଣି ଅମୀୟ ରଞ୍ଜନ ବାରିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ...'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କର: ହାଇକୋର୍ଟ

ଏହା ମଧ୍ୟ ପଢନ୍ତୁ...ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ମାମଲା; ପୁନର୍ବିଚାର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ...ବିନା ଅନୁମତିରେ ଦ୍ବିତୀୟ ବିବାହ ପରେ ଗଲା କନେଷ୍ଟବଳଙ୍କ ଚାକିରି, ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ SSB ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଭିନ୍ନ ବିଭାଗର ୧ ହଜାର ୬୫ଟି ଅଧ୍ୟାପକ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରୁ ପଦାର୍ଥ ବିଜ୍ଞାନରେ ୫୪ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଲିଖିତ ପରୀକ୍ଷା ସରିଥିଲା । ଡିସେମ୍ବର ୩ ତାରିଖରେ ଲିଖିତ ପରୀକ୍ଷା ମଧ୍ୟ ଶେଷ ହୋଇଥିଲା । ତେବେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚୟନ ଉପରେ ଅଙ୍କୁଶ ବଳବତ୍ତର ରହିବ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିବ । ହେଲେ ନିଯୁକ୍ତି ପତ୍ର କାହାରିକୁ ପ୍ରଦାନ କରାଯାଇ ପାରିବନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାର୍ଚ୍ଚ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details