ଓଡିଶା

odisha

ETV Bharat / state

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି , ଏଣିକି ସ୍ନାତକ କୋର୍ସ 4 ବର୍ଷ - NATIONAL EDUCATION POLICY 2020

ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ ପରିବର୍ତ୍ତନ କରିବେ ମୋହନ ସରକାର । କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି-2020 । ବଦଳିଯିବ ଗ୍ରାଜୁଏସନ ଢାଞ୍ଚା ।

ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦
ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦ (ETV Bharat Odisha)

By ETV Bharat Odisha Team

Published : Nov 10, 2024, 7:36 AM IST

Updated : Nov 10, 2024, 9:52 AM IST

ଭୁବନେଶ୍ବର:ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ବହୁଚର୍ଚ୍ଚିତ ଜାତୀୟ ଶିକ୍ଷାନୀତି ।୨୦୨୪-୨୫ (ଚଳିତ) ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ ‘ଜାତୀୟ ଶିକ୍ଷା ନୀତି-୨୦୨୦’ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ ।

  • 4 ବର୍ଷ ହେବ ଗ୍ରାଜୁଏସନ:-

‘ନୂତନ ଶିକ୍ଷା ନୀତି-2020’ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ (ଗ୍ରାଜୁଏସନ)ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରଙ୍କୁ ସାର୍ଟିଫିକେଟ, ଡିପ୍ଲୋମ, ଡିଗ୍ରୀ ଏବଂ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୂ.ଜି.ସି) ଦ୍ୱାରା ପ୍ରଦତ୍ତ କ୍ରେଡିଟ ଫ୍ରେମୱର୍କ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ ଫ୍ରେମୱର୍କ ପ୍ରସ୍ତୁତ ହୋଇଛି । ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଛି ।

କମ୍ୟୁନିଟି ସର୍ଭିସ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ, ଏନ.ସି.ସି. ଏନ.ଏସ.ଏସ ପାଇଁ ମଧ୍ୟ କ୍ରେଡିଟ୍‌ ପ୍ରଦାନ କରାଯିବ । ଏହା ଦ୍ୱାରା ଛାତ୍ରଛାତ୍ରୀ ନିଜ ଇଚ୍ଛାରେ ବିଷୟ ଚୟନ କରିପାରିବେ । ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ କରିବେ । ଏହା ସହିତ ୭ ବର୍ଷରେ ତାଙ୍କର ଡିଗ୍ରୀ କୋର୍ସ ସମ୍ପୂର୍ଣ୍ଣ କରିପାରିବେ ।

ଏହା ମଧ୍ୟ ପଢନ୍ତୁ :- ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

ଏହା ମଧ୍ୟ ପଢନ୍ତୁ :- ଦେଢ ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର, ଅଭିଯୋଗ ଶୁଣାଣିକୁ ନେଇ ଏମିତି ଇଚ୍ଛା ପ୍ରକାଶ କଲେ ମୋହନ - CM Grievance Cell

  • ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ କରିବାକୁ ପ୍ରୟାସ

‘ନୂତନ ଶିକ୍ଷା ନୀତି-2020’ ଅନୁସାରେ ଓଡିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଯୋଜନା ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ ରଖାଯାଇଛି । ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ । ଏଥିପାଇଁ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ ସିଲାବସ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି ବହୁମୁଖୀ ପାଠ୍ୟକ୍ରମ, ୧୪ଟି ଧନ୍ଦାମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ ହୋଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକ ନୂତନ ସିଲାବସ ଓ କ୍ରେଡିଟ ଫ୍ରେମୱର୍କ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ ।

ଏହା ମଧ୍ୟ ପଢନ୍ତୁ:- ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ, 'ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବାଧ୍ୟତାମୂଳକ' - INTERNAL COMPLAINT COMMITTEE

ଏହା ମଧ୍ୟ ପଢନ୍ତୁ :-ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଦେଶରେ ପ୍ରଥମ, ସମ୍ବଲପୁର IIM ରେ ପାଠ ପଢେଇବ AI ପ୍ରଫେସର - AI professor

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2024, 9:52 AM IST

ABOUT THE AUTHOR

...view details