ଓଡିଶା

odisha

ETV Bharat / state

ଜମି ବିକ୍ରି ଆଇନ ହେବ ସରଳ, ସଂଶୋଧନ କରିବେ ରାଜ୍ୟ ସରକାର - ODISHA LAND SALE LAW

ଜମି ବିକ୍ରି ଆଇନ ହେବ ସରଳ । ଆବଶ୍ୟକ ପଡିଲେ ପରିବର୍ତ୍ତନ ସହ ହେବ ସଂଶୋଧନ । ଏଥିପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।

ODISHA LAND SALE LAW
ODISHA LAND SALE LAW (ETV Bharat Odisha)

By ETV Bharat Odisha Team

Published : Nov 26, 2024, 4:47 PM IST

Updated : Nov 26, 2024, 5:06 PM IST

ଭୁବନେଶ୍ବର: ଜମି ବିକ୍ରି ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ଦରକାର ସମୟରେ ଜମି ବିକ୍ରି କରିବାକୁ ଚାହିଁଲେ ଆଇନ ପ୍ରକ୍ରିୟା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେହି ଝିଅ ବାହାଘର ପାଇଁ ଜମି ବିକ୍ରି କରିବାକୁ ଚାହିଁଲେ କରିପାରୁନାହିଁ । ତେଣୁ ଜମି ବିକ୍ରି ପାଇଁ ଯେପରି ଲୋକେ ସମସ୍ୟା ଭୋଗିବେନି ଏଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଇନକୁ ସହଜ ଓ ସରଳ ବା ସଂଶୋଧନ କରିବା ପାଇଁ ବିଚାର ବିମର୍ଶ କରୁଛନ୍ତି ରାଜ୍ୟ ସରକାର । ଆବଶ୍ୟକ ପଡିଲେ ଜମି ବିକ୍ରି ଆଇନରେ ସଂଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଜମି ବିକ୍ରି ପାଇଁ ସମସ୍ୟା ହେଉଛି:

ODISHA LAND SALE LAW (ETV Bharat Odisha)

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀକହିଛନ୍ତି, ‘ରେରା ଆଇନ ମୂଳତଃ ଏକ କେନ୍ଦ୍ରୀୟ ଆଇନ । ଯେଉଁ ଆଇନ ସାଧାରଣତଃ ଭାରତବର୍ଷର ବଡ ବଡ ସହର ପାଇଁ ଲାଗୁ ହେବା କଥା । ଲାଗୁ କେଉଁ ଜାଗାରେ ହେବ ଯେଉଁ ଜାଗାରେ ନିର୍ଦ୍ଦିଷ୍ଟ ଏକ ଜମି ପ୍ଲଟିଂ କରି ଜଣେ ବିକ୍ରି କରିବାକୁ ଚାହିଁବ । ସେ ଜାଗାରେ ରେଗୁଲେଟ କରିବା ପାଇଁ ନିୟମାବଳୀ ତିଆରି ହୋଇଛି । ଯେଉଁ ଜାଗାରେ ପ୍ଲଟିଂ କରି ଫ୍ଲାଟ କରି ବିକ୍ରି କରିବାକୁ ବ୍ୟବସାୟୀ ଚାହିଁବ, ତା ପାଇଁ ଏହି ନିୟମାବଳୀ ହୋଇଛି । କେଉଁଠି ରାସ୍ତା ହେବା କଥା କେଉଁଠି ନାଳ ହେବା କଥା । କିନ୍ତୁ ଜଣେ ଯଦି ନିଜ ଝିଅର ବାହାଘର ପାଇଁ ଜମି ବିକ୍ରି କରିବାକୁ ଚାହିଁବ । ଛୁଆର ଚିକିତ୍ସା ପାଇଁ ବିକ୍ରି କରିବାକୁ ଚାହିଁବ ସ୍ପଷ୍ଟୀକରଣ ନଥିବା ଯୋଗୁଁ ଜମି କିଣାବିକାରେ ଓଡ଼ିଶାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି ।’

ଆଇନ ପାଇଁ ସରକାର ହରାଇଛନ୍ତି ଶହ ଶହ କୋଟି ରାଜସ୍ବ:

ମନ୍ତ୍ରୀ ଆହୁରି କହିଛନ୍ତି,‘ଏହି 5 ମାସର ରେକର୍ଡ ଦେଖିକି ମନେ ହେଲା ଲୋକେ ଜମି ବିକ୍ରି କରିବାରେ ହଇରାଣ ହେଉଛନ୍ତି । ତାହା ସହ ସରକାର ଶହ ଶହ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ତେଣୁ ଆଇନକୁ ତର୍ଜମା କରିବା । ଆଇନ କହିଲେ- ରେରା ଆଇନ, ଆପାର୍ଟମେଣ୍ଟ ରେଗୁଲେଟରି ଆଇନ, ଡେଭେଲ୍ପମେଣ୍ଟ ଆଇନ ରହିଛି । ଗତକାଲି ଏ ସମ୍ପର୍କରେ ନଗର ଉନ୍ନୟନ, ଆଇନ ବିଭାଗ, ରେରା ଆଇନର ଏକ କମିଟିକୁ ଏ ସମ୍ପର୍କରେ ଅବଗତ କରାଇଛି । ସେମାନେ ଏହି ଆଇନର ଆହୁରି ତର୍ଜମା କରିବା ଆରମ୍ଭ କରିଛନ୍ତି ।’

ଜମି ବିକ୍ରି ପାଇଁ ସଂଶୋଧନ ହେବ ଆଇନ:

ମନ୍ତ୍ରୀ ଆହୁରି କହିଛନ୍ତି, ‘ଜମି ବିକ୍ରି କରିବାକୁ ମୂଳତଃ ଗରିବ ଲୋକ । ଯିଏ ଅନ୍ୟ ଜଣଙ୍କ ଜମି ବିକୁଛି । ଯେଉଁ ଜମିର ବିକ୍ରି ସାଙ୍ଗରେ ପ୍ଲଟିଂର କୌଣସି ସମ୍ପର୍କ ନାହିଁ । କିମ୍ବା ଆପାର୍ଟମେଣ୍ଟ ହେବାରେ କୌଣସି ସମ୍ପର୍କ ନାହିଁ । ସେମାନଙ୍କ ଜମି କିପରି ବିକ୍ରି ହୋଇପାରିବ । ସେଥିପାଇଁ ଆଇନର ସଂଶୋଧନ ହେବାର ଆବଶ୍ୟକତା ରହିଛି । ନଗର ଉନ୍ନୟନ ବିଭାଗ ଏବଂ ଆଇନ ବିଭାଗକୁ ପରାମର୍ଶ ଦିଆଯାଇଛି । ଚଳିତ ବିଧାନସଭା ଅଧିବେସନ ସମୟରେ ଯେଉଁ ଯେଉଁ ଆଇନର ପରିବର୍ତ୍ତନ କିମ୍ବା ସଂଶୋଧନର ଆବଶ୍ୟକତା ରହିଛି ତାହାକୁ ଯଥାଶୀଘ୍ର ଉପସ୍ଥାପିତ କରିବେ । ଆମେ ତାହାକୁ ସଂଶୋଧନ କରିବୁ ଯେପରି ଗରୀବ ଲୋକଙ୍କ କମ ଜମି ଅଛି, ସେ ଯଦି କୌଣସି ନିଦ୍ଦିଷ୍ଟ କାରଣରୁ ବିକିବାକୁ ଚାହିଁବ । ତାହାର କୌଣସି ଅସୁବିଧା ହେବ ନାହିଁ । ଏବଂ ରେଗୁଲେଟରି ବାବଦରେ ମଧ୍ୟ ପ୍ଲଟିଂ କରିକି ବିକିବା ବିଷୟ ହେଉ କିମ୍ବା ଆପାର୍ଟମେଣ୍ଟ ପାଇଁ ବିଷୟ ହେଉ ତାହାର ପରବର୍ତ୍ତୀ ସମୟରେ ତାହାର ଉଦ୍ଦେଶ୍ୟ କଣ, କଣ ଚାଲିଛି ? କଣ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏବେବି ଅନେକ ଲୋକ ଆପାର୍ଟମେଣ୍ଟ କିଣିଥିବା ପୋଜିସନ ପାଇନାହାନ୍ତି । ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ମଧ୍ୟ ହୋଇପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ:

ଆସିବ ନୂଆ ଥଇଥାନ ଓ ପୁନର୍ବସତି ନୀତି, ଜମିହରାଙ୍କୁ ଜମି ଦେବେ ସରକାର

ଚାଷୀ ଫେରିପାଇବେ ବେଦାନ୍ତ ଅଧିଗ୍ରହଣ ଜମି: ରାଜସ୍ୱ ମନ୍ତ୍ରୀ

ରାଜସ୍ୱ ବିଭାଗର ବିଭିନ୍ନ ଆଇନରେ ହେବ ସରଳୀକରଣ ଓ ସଂସ୍କାର: ମନ୍ତ୍ରୀ ସୁରେଶ ପୂଜାରୀ

ବିଜେଡି ସରକାରକୁ ଟାର୍ଗେଟ:

ସମୟର ତାଳେ ତାଳେ ନୂଆ ଆଇନ ତିଆରି କରିବା । ଆଇନକୁ ସଂଶୋଧନ କରିବା, ଆଇନର ଯେଉଁ ଆବଶ୍ୟକତା କରିବା, ଯାହାର ଆବଶ୍ୟକତା ରହିଛି ବିଗତ ସରକାର କଲାନାହିଁ । ଲୋକଙ୍କ ହିତ ଦୃଷ୍ଟିରୁ ଓଡ଼ିଶାର ହିତ ଦୃଷ୍ଟିରୁ ଯେଉଁ ଯେଉଁ ଆଇନର ପରିବର୍ତ୍ତନ, ସଂଶୋଧନ ଆବଶ୍ୟକତା ଅଛି ତାହା ଆମେ କରିବୁ ।’

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 26, 2024, 5:06 PM IST

ABOUT THE AUTHOR

...view details