ଭୁବନେଶ୍ବର:ଇନ୍ସପେକ୍ଟର ପ୍ରମୋସନରେ ନୂଆ ନିର୍ଦ୍ଦେଶାବଳୀ । ୭ ବର୍ଷରେ ହୋଇପାରିବେ ଇନ୍ସପେକ୍ଟରକୁ ପ୍ରମୋସନ । ପୂର୍ବରୁ ପ୍ରମୋସନ ପାଇଁ ୧୦ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ଏବେ ୭ବର୍ଷ ମଧ୍ୟରେ ହେବ ପଦନ୍ନୋତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ରାଜ୍ୟ ଗୃହ ବିଭାଗର ନୂଆ ନିର୍ଦ୍ଦେଶନାମା ଅନୁସାରେ ଏଥର ଜଣେ ସବ୍ ଇନ୍ସପେକ୍ଟର ୭ବର୍ଷ ପରେ ପ୍ରମୋସନ ପାଇ ଇନସ୍ପେକ୍ଟର ହୋଇପାରିବେ । ପୋଲିସ ମାନୁଆଲ ରୁଲ ୬୫୦(ଏ)୨ ଅନୁସାରେ ସବ୍ ଇନ୍ସପେକ୍ଟର ଟ୍ରେନି ପାସ ଆଉଟ ହେବା ପର ୭ବର୍ଷ ଭିତରେ ଇନ୍ସପେକ୍ଟର ପ୍ରୋମୋସନକୁ ବିବେଚିତ କରାଯିବ ।
କାହାର ହେବ ପ୍ରମୋସନ ?
୭ବର୍ଷ ଧରି ଫିଲ୍ଡରେ କାମ କରିଥିବା ସବ ଇନ୍ସପେକ୍ଟର ପରେ ଇନ୍ସପେକ୍ଟରକୁ ପ୍ରମୋସନ ହେବ । ଥାନା ସମ୍ଭାଳିବା ଭଳି ଦାୟିତ୍ବ ସହ ବା ଥାନାଧିକାରୀ ଭାବେ କାର୍ଯ୍ୟ ତୁଲାଇ ପାରିବେ । ଅର୍ଥାତ୍ ଥାନା ସମ୍ଭାଳିବା ଭଳି ଜଣେ ଇନ୍ସପେକ୍ଟରଙ୍କ ଅଭିଜ୍ଞତା ତାଙ୍କ ପାଖରେ ଥିବ ।ଯେଉଁଥିପାଇଁ ଜଣେ ସବ ଇନ୍ସପେକ୍ଟରଙ୍କ ପାଇଁ ଖୁବ କମ ଦିନରେ ଇନ୍ସପେକ୍ଟର ହେବାର ସୁଯୋଗ ମିଳିବ । ପୂର୍ବରୁ ଏହି ପ୍ରମୋସନ ପାଇଁ ୧୦ବର୍ଷ ଅପେକ୍ଷା କରିବାକୁ ପଡୁଥିଲା ।
HOME DEPARTMENT (ETV Bharat Odisha)
ପୂର୍ବରୁ 7ବର୍ଷରେ ପାଇଥିଲେ ପ୍ରମୋସନ:
ପୂର୍ବରୁ ମଧ୍ୟ ୭ବର୍ଷରେ ପ୍ରମୋସନ ପାଇଥିଲେ ଅଫିସର । ୨୦୧୩ ବ୍ୟାଚର ସବ୍ ଇନ୍ସପେକ୍ଟରଙ୍କୁ ମଧ୍ୟ ୭ବର୍ଷ ପରେ ପ୍ରମୋସନ ଦେଇଥିଲେ ସରକାର । ଯେଉଁମାନେ ଏବେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ପରେ ଦେଖିବାକୁ ମିଳିଥିଲା କିଛି ଅଫିସର ପ୍ରମୋସନ ପରେ ଏଭଳି ଇନ୍ସପେକ୍ଟର ଦାୟିତ୍ବ ତୁଲାଇବାରେ ଅଭିଜ୍ଞତା କମ ରହିଥିଲା । ପରେ ଏଭଳି ନିଷ୍ପତ୍ତି ଉପରେ ରୋକ ଲାଗିଥିଲା ।ପରେ ପୋଲିସର କ୍ଷମତା ଓ ପୋଷ୍ଟିଂରେ କ୍ଷମତା ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଫଳରେ ଅନେକ ସବ୍ ଇନ୍ସପେକ୍ଟରଙ୍କୁ କମ ସମୟସୀମା ମଧ୍ୟରେ ଇନ୍ସପେକ୍ଟର ଅର୍ଥାତ୍ ତିନି ତାରା କାନ୍ଧରେ ଲାଗିବାର ସୁଯୋଗ ମିଳିବ ।
Odisha Police (ETV Bharat Odisha) ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ 'କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ'
OPSରେ ସିଧା ସଳଖ ପଦୋନ୍ନତି, DSP ହେଲେ ଅତିରିକ୍ତ SP
ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ SOP, ହାଇକୋର୍ଟଙ୍କୁ ଅବଗତ କରାଇଲେ ସରକାର
1938ରୁ ନିୟମ ରହିଛି:
ପୋଲିସ ମାନୁଆଲରେ ଲେଖା ହୋଇଛି । ସରକାର ଚାହିଁଲେ ଖାଲି ପଡିଥିବା ସିଟ୍ ଦେଖି ନିଷ୍ପତ୍ତି ନେଇପାରିବେ । ବୟସରେ କୋହଳ କରିପାରିବେ । ପୋଷ୍ଟ ଭ୍ୟାକେନ୍ସି ଦେଖି ନେବେ । ସମୟ ଅନୁସାରେ ଆବଶ୍ୟକତା ଅନୁସାରେ ଏଭଳି ନିଷ୍ପତ୍ତି ନେଇପାରିବେ । କାରଣ ଇନ୍ସପେକ୍ଟରଙ୍କ ପ୍ରମୋସନ ପାଇଁ ଡିଏସପି ହେବା ପରେ ସେମାନଙ୍କ ପଦବୀ ଖାଲି ପଡ଼ିଥାଏ । ପରେ ସେହି ପୋଷ୍ଟ ପାଇଁ ଯେଉଁ ମାନୁଆଲ ଅନୁସାରେ ଯାହା ସରକାର ବୟସ ସୀମା ସ୍ଥିର କରିଥାନ୍ତି । ସେହି ଅନୁସାରେ ପ୍ରମୋସନ ହୋଇଥାଏ । ସବ ଇନ୍ସପେକ୍ଟର ପ୍ରମୋସନ ପାଇଁ ଇନ୍ସପେକ୍ଟର ହେଲା ପରେ ଖାଲି ପଡିଥିବା ଇନ୍ସପେକ୍ଟରଙ୍କ ପଦବୀ ପୂରଣ ହୁଏ । ତେବେ ସବ ଇନ୍ସପେକ୍ଟର କିଛି ମଧ୍ୟ କ୍ୟାଡେଟ ସବ୍ ଇନ୍ସପେକ୍ଟର ଥାନ୍ତି ଅର୍ଥାତ୍ ସେମାନେ ASIରୁ ପ୍ରମୋସନ ପାଇଁ SI ହୋଇଥାନ୍ତି । ଆଉ କିଛି ସିଧାସଳଖ ଏସଆଇ ଥାନ୍ତି ଯେଉଁମାନେ ସିଧା ଏସଆଇ ପୋଷ୍ଟିଂ ପାଇଥାନ୍ତି ସେମାନେ ଏହି ପ୍ରମୋସନ ନେଇ ଏଭଳି ସବ୍ ଇନ୍ସପେକ୍ଟରରୁ ଇନ୍ସପେକ୍ଟରକୁ ପଦନ୍ନୋତି ପାଇଥାନ୍ତି ।
ଦାୟିତ୍ବ ବଢିଯାଏ:
Odisha Police (ETV Bharat Odisha) ତେବେ ଇନ୍ସପେକ୍ଟର ହେବା ପରେ ଥାନା ଦାୟିତ୍ବ ମିଳିଥାଏ । ଅର୍ଥାତ୍ ଗୋଟିଏ ଥାନା ଚଳାଇବା ପାଇଁ ଥାନାଧିକାରୀ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରନ୍ତି । ଯାହାଙ୍କ ଅଧିନରେ କିଛି ସବ୍ ଇନ୍ସପେକ୍ଟର ଥାନ୍ତି ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ,ହାବିଲଦାର ଓ କନଷ୍ଟେବଳ ମଧ୍ୟ ଥାନ୍ତି ।ସେମାନଙ୍କୁ ନେଇ ଥାନା ସ୍ତରରେ ଇନଭେଷ୍ଟିଗେସନ, ଆଇନଶୃଙ୍ଖଳା, ଅପରାଧି ଧରପଗଡ,କେସର କ୍ଲୋଜି ବା ଚାର୍ଜସିଟ୍ ଫାଇଲ ଭଳି ଦାୟିତ୍ବ ତୁଲାଇଥାନ୍ତି । ଯାହାଙ୍କ ନେତୃତ୍ବରେ ଥାନାର ସମସ୍ତ ଦାୟିତ୍ବ ଭାର ଥାଏ ଇନ୍ସପେକ୍ଟର ଉପରେ ତେଣୁ ସେସବୁ ତୁଲାଇବା ଜଣେ ଇନ୍ସପେକ୍ଟର ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ ।
ଇଟିଭି ଭାରତ, ଭୁବନେଶ୍ବର