ଓଡିଶା

odisha

By ETV Bharat Odisha Team

Published : Mar 1, 2024, 12:42 PM IST

ETV Bharat / state

ବଢ଼ିଲା ଲ' ଅଫିସରଙ୍କ ଦୈନିକ ଓ ରେଟେନର ଫି

Odisha Govt Raises Fees Of Law Officers: ଲ ଅଫିସରଙ୍କ ଦୈନିକ ଓ ରେଟେନର ଫି ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଲ ଅଫିସରମାନଙ୍କ ଫି ବୃଦ୍ଧି
ଲ ଅଫିସରମାନଙ୍କ ଫି ବୃଦ୍ଧି

ଭୁବନେଶ୍ବର:ଓକିଲମାନଙ୍କ ପାଇଁ ଖୁସି ଖବର ।ଲ ଅଫିସରମାନଙ୍କ ଫି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ସରକାରୀ ଓକିଲ( Non-Cadre Law Officer) ମାନଙ୍କର ଦୈନିକ ଓ ରେଟେନର ଫି ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧,୨୧୫ ଜଣ ସରକାରୀ ଓକିଲ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସରକାରୀ ଓକିଲମାନଙ୍କ ଦୈନିକ ଓ ରେଟେନର ଫିକୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଫି ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ସରକାରୀ ଓକିଲମାନେ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ । ସେହିଭଳି ରେଟନର ଫି ପୂର୍ବରୁ ୮,୨୦୦ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ବଢ଼ିଲା ଗଣଶିକ୍ଷକଙ୍କ ପାରିଶ୍ରମିକ, OTET ପାସଙ୍କୁ ବାର୍ଷିକ ଇନକ୍ରିମେଣ୍ଟ

ସେହିଭଳି କାର୍ଯ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ । ସହକାରୀ ସରକାରୀ ଓକିଲମାନେ ରେଟେନର ଫି ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ଏହା ୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ । ରେଟେନର ଫି ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ଜଣ ସରକାରୀ ପ୍ଲିଡର ଏବଂ ୧୧୩ ଜଣ ସହକାରୀ ସରକାରୀ ପ୍ଲିଡର ପୂର୍ବରୁ ରିଟେନର ଫି ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ଏହା ୧୨,୩୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ପ୍ରକାଶଥାଉକି, ଆଜି ଗଣଶିକ୍ଷକଙ୍କ ଦରମାରେ ମଧ୍ୟ ବୃଦ୍ଧି କରାଯାଇଛି । OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବଢାଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମାସିକ ଦରମା ୭ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି OTET ପାସ କରିଥିବା ଗଣଶିକ୍ଷକମାନେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ହେବେ । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସବୁବର୍ଗର କର୍ମଚାରୀଙ୍କୁ ଖୁସି କରିବା ପାଇଁ ଏବଂ ଆନ୍ଦୋଳନରତ କର୍ମଚାରୀଙ୍କୁ ଶାନ୍ତ କରିବା ପାଇଁ ନବୀନ ସରକାର ଏଭଳି ପଦକ୍ଷେପ ନେଉଥିବା ନେଇ ଚର୍ଚ୍ଚା ହେଉଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details