ଭୁବନେଶ୍ବର:ସରକାରୀ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବଣ୍ଡ୍ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଦୁଇ ବର୍ଷର ବଣ୍ଡ୍ ଅବଧି ପୂରଣ କରୁ ନଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍ର ଦୁଇଗୁଣା ଜରିମାନା ଭରିବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ରାଜ୍ୟର ସରକାରୀ ମେଡିକାଲ୍ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ୍ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ଦୁଇ ବର୍ଷର ବଣ୍ଡ୍ ଅବଧି ପୂରଣ କରୁ ନଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍ର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପଟେ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି । ମାତ୍ର, ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି । ତେଣୁ ଏହି ଡାକ୍ତରମାନେ କିଭଳି ସରକାରୀ ବ୍ୟବସ୍ଥାରେ ସେବା ଯୋଗାଇବେ, ସେଥିପାଇଁ ରାଜ୍ୟ ବିଭାଗ ପକ୍ଷରୁ ବଣ୍ଡ ନିୟମରେ ପରିବର୍ତ୍ତନ କରାଯାଇଛି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ କିମ୍ବା କୋଟାରେ ପିଜି ଡିପ୍ଲୋମା ପାଠ ସହ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂଶୋଧିତ ବଣ୍ଡ ନିୟମ ଲାଗୁ ହେବ । ବଣ୍ଡ ଦାଖଲ ବିନା କୌଣସି ପ୍ରକାର ନାମଲେଖା ହୋଇପାରିବ ନାହିଁ । DMET ଏହାକୁ ସୁନିଶ୍ଚିତ କରିବେ । ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପାଇଁ ସରକାରୀ ସ୍ୱାସ୍ଥ୍ୟା ଅନୁଷ୍ଠାନରେ କାର୍ଯ୍ୟ କରିବାକୁ ପଡ଼ିବ । ତେଣୁ କଲେଜ କର୍ତ୍ତୃପକ୍ଷ ସାର୍ଟିଫିକେଟ୍କୁ ନ ରଖିବାକୁ କୁହାଯାଇଛି ।