ଓଡିଶା

odisha

ETV Bharat / state

ଓଡ଼ିଶାରେ ପ୍ରଥମ ଥର ବଣ୍ଟନ ହେବ ସିକିଲ ସେଲ କାର୍ଡ - Sickle Cell Anaemia Card - SICKLE CELL ANAEMIA CARD

Sickle Cell Anaemia Card: ଜାତୀୟ ସିକିଲ ସେଲ ଆନେମିଆ ମିଶନ ଦ୍ବାରା ସିକିଲ ସେଲ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶାରେ ସିକିଲ ସେଲ କାର୍ଡ ଦିଆଯିବ । ଅଧିକ ପଢ଼ନ୍ତୁ

Sickle Cell Anaemia Card
Sickle Cell Anaemia Card (ETV Bharat Odisha)

By ETV Bharat Odisha Team

Published : Jun 3, 2024, 9:59 PM IST

ଭୁବନେଶ୍ବର: ସିକିଲ ସେଲ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ । ଲୋକଙ୍କ ସ୍କ୍ରିନିଂ କରିବା ପରେ ଦିଆଯିବ ସିକିଲ ସେଲ କାର୍ଡ । ବିଶେଷ ଭାବରେ ଏହି କାର୍ଡ ସ୍କ୍ରିନିଂ ପରେ ରିପୋର୍ଟ ଆଧାରରେ ପଜିଟିଭ ଏବଂ ନେଗେଟିଭ ରିପୋର୍ଟ ରହିବ । ଏହି କାର୍ଡ ବିଶେଷ ଭାବରେ ସିକିଲ ସେଲକୁ କମେଇବା ପାଇଁ ଦିଆଯାଉଛି । ଯାହାର ନାମ ହେଉଛି ସିକିଲ ସେଲ କାର୍ଡ । ତେବେ ସରକାରୀ ଏହି କାର୍ଡକୁ ଯୋଗାଇ ଦେବେ । ଏହି କାର୍ଡ ଜାତୀୟ ସିକିଲ ସେଲ ଆନେମିଆ ମିଶନ ଦ୍ବାରା ଦିଆଯାଉଛି । ତେବେ ଦେଶରେ ଏହି କାର୍ଡ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଚଳିତ ବର୍ଷ କାର୍ଡର ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଏହି ରୋଗ ଜଣେ ବ୍ୟକ୍ତି ତାଙ୍କ ରକ୍ତ ସମ୍ପର୍କ ମଧ୍ୟରେ ବିବାହ କରିବା ଦ୍ୱାରା ହୋଇଥାଏ । ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ସିକିଲ ସେଲ ସଂକ୍ରମଣ ଥାଏ ତେବେ ଛୁଆଙ୍କୁ ମଧ୍ୟ ସିକିଲ ସେଲର ସଂକ୍ରମଣ ୨୫-୫୦ ପ୍ରତିଶତ ହେବାର ସମ୍ଭାବନା ରହିଥାଏ। ତେବେ ଏହାକୁ କିଭଳି ଭାବରେ କମ କରାଯିବ ସେନେଇ ସରକାର ସିକିଲ ସେଲ କାର୍ଡର ବ୍ୟବସ୍ଥା କରିଛନ୍ତି । ଯେଉଁ ମାନଙ୍କର ସିକିଲ ସେଲ ଟେଷ୍ଟ କରାଯିବ ସେହିମାନଙ୍କୁ ହିଁ ଏହି ସିକିଲ ସେଲ କାର୍ଡ ଦିଆଯିବ । ବିଶେଷ ଭାବରେ ଏହି କାର୍ଡ ବିଭିନ୍ନ ପ୍ରକାରର ରହିଛି । ପଜେଟିଭ ଲୋକଙ୍କ ପାଇଁ ଗୋଟିଏ କାର୍ଡ, ନେଗେଟିଭ ବ୍ୟକ୍ତିଙ୍କ ପାଇଁ ଆଉ ଏକ କାର୍ଡ, ସାଧାରଣ ଲୋକଙ୍କ ପାଇଁ ଆଉ ଏକ ପ୍ରକାରର କାର୍ଡ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ... ଝାଳ ବୋହିବା ଶରୀର ପାଇଁ ଭଲ କି ଖରାପ ? କଣ କହୁଛନ୍ତି ଚର୍ମ ବିଶେଷଜ୍ଞ - Health Benefits Of Sweating

ତେବେ ଆଶାକର୍ମୀ, ଅଙ୍ଗନବାଡିମାନେ ଏହାକୁ ନେଇ ଅଧିକରୁ ଅଧିକ ଲୋକଙ୍କ ପାଖକୁ ଯାଇ ସଚେତନତା କରାଉଛନ୍ତି । ଯାହା ଫଳରେ ଅନେକ ଲୋକମାନେ ସଚେତନତା ହେବା ସହ ରକ୍ତ ସମ୍ପର୍କରେ ବିବାହ କରିବା ପାଇଁ ପଛ ଘୁଞ୍ଚା ଦେଉଛନ୍ତି । ଦେଶରେ ଏହି ସିକିଲ ସେଲ ରୋଗ ବିଭିନ୍ନ ରାଜ୍ୟରେ ଅଧିକ ରହିଛି । ଯେପରି ଭାବରେ ଛତିଶଗଡ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଭଳି ଅନେକ ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିଛି । ଏମାନଙ୍କ ତୁଳନାରେ ଓଡିଶାର ସ୍ଥିତି ଭଲ ଅଛି । ଓଡ଼ିଶାରେ ବିଶେଷ ଭାବରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ଅଧିକ ଦେଖାଯାଉଛି ।

ଆସନ୍ତୁ ଜାଣିବା ସିକିଲ ସେଲ ରୋଗ କଣ

ଏହା ଏକ ବଂଶାନୁକ୍ରମିକ ରକ୍ତ ସମ୍ବନ୍ଧୀୟ ସମସ୍ୟା ଅଟେ । ଯାହା ବାପା ମାଆଙ୍କ ଠାରୁ ପିଲାମାନଙ୍କୁ ଆସିବାର ସମ୍ଭାବନା ଅଧିକ ଥାଏ। ଏହି ରୋଗରେ ଆକ୍ରାନ୍ତ ପିଲାମାନେ ଜଟିଳ ସ୍ଵାସ୍ଥ୍ୟଗତ ସମସ୍ୟାରେ ସମ୍ମୁଖିନ ହୋଇଥାନ୍ତି ।

ଏହି ରୋଗର ସାଧାରଣ ଲକ୍ଷଣ

ଆଣ୍ଠୁ ଗଣ୍ଠିରେ ବ୍ୟଥା, ବାରମ୍ବାର ସଂକ୍ରମଣ, ଦେହ ସାରା ଘା ହେବା, ଗମ୍ଭୀର ଭାବରେ ରକ୍ତ ହୀନତା । ତେବେ ପିଲାମାନଙ୍କ ଠାରେ ଏହି ରୋଗର ଲକ୍ଷଣ ସାଧାରଣତଃ ୩ ମାସରୁ ୨ ବର୍ଷ ମଧ୍ୟରେ ଦେଖାଯାଇଥାଏ ।

ରୋଗର ଉପଚାର

ବାରମ୍ବାର ରକ୍ତ ପରିବର୍ତ୍ତନ, ପ୍ରତିଦିନ ଔଷଧ ସେବନ ଆଦି ଉପଚାର କରିବା ଆବଶ୍ୟକ । ତେବେ ରୋଗର ଉପଚାର ଅତ୍ୟନ୍ତ ବ୍ୟୟବହୁଳ ଏବଂ ସାରା ଜୀବନ ଚାଲିଥାଏ । ପ୍ରତିକାର ହିଁ ଏହାର ସର୍ବୋତ୍ତମ ଉପାୟ ଅଟେ ।

୨୦୨୬ ସୁଦ୍ଧା ଦେଶରେ ସ୍କ୍ରିନିଂ ଶେଷ କରାଯିବ । ବର୍ତ୍ତମାନ ଦେଶରେ ବିଭିନ୍ନ ରାଜ୍ୟରେ ସ୍କ୍ରିନିଂ ଚାଲୁରହିଛି । ଚଳିତ ବର୍ଷ ରାଜ୍ୟରେ ସ୍କ୍ରିନିଂ ୮୦ ଲକ୍ଷ୍ୟ ଲୋକଙ୍କ ଚିହ୍ନଟ ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ଲୋକଙ୍କର ସ୍କ୍ରିନିଂ ସରିଛି । ସେଥିମଧ୍ୟରୁ ରାଜ୍ୟରେ ସିକିଲି ସେଲ ମୋଟ ୬୬ ହଜାର ୩୪୧ ଜଣଙ୍କ ନିକଟରୁ ସିକିଲି ସେଲରେ ଶିକାର ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details