କେନ୍ଦୁଝର: ମାତୃଭାଷାରେ ପାଠପଢ଼ା । ଏଭଳି ସୁଯୋଗ ହୁଏତ ସମସ୍ତଙ୍କୁ ମିଳୁ ନଥିବ । ତେବେ ନିଜ ମାତୃଭାଷାରେ ପାଠପଢ଼ା ଆରମ୍ଭ କରିବା ଭିନ୍ନ ଏବଂ ନିଆରା । ସାନ୍ତାଳୀ ସଂପ୍ରଦାୟ ପାଇଁ ଏଭଳି ସୁଯୋଗ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଏହି ପ୍ରତିଶ୍ରୁତି ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ସାନ୍ତାଳୀ ସଂପ୍ରଦାୟ ପାଇଁ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
KGରୁ PG ସାନ୍ତାଳୀ ଭାଷାରେ ଶିକ୍ଷାଦାନ:
କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ସେଥିରୁ ଅନ୍ୟତମ ପ୍ରମୁଖ ଜନଜାତି ହେଉଛି 'ସାନ୍ତାଳୀ ସଂପ୍ରଦାୟ' । ସାନ୍ତାଳୀ ସେମାନଙ୍କ ମାତୃଭାଷା ହୋଇଥିବା ବେଳେ, ନିଜ ଭାଷାରେ ପାଠପଢ଼ାର କୌଣସି ବ୍ୟବସ୍ଥା ନାହିଁ । ସେମାନେ ସାଧାରଣତଃ ଓଡ଼ିଆ, ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ପାଟ ପଢ଼ିଥାନ୍ତି । ତେବେ ଆଗକୁ ସାନ୍ତାଳୀ ପିଲାମାନେ ନିଜ ମାତୃଭାଷାରେ ପାଠ ପଢ଼ି ପାରିବ । ଶିକ୍ଷାଦାନ ଆରମ୍ଭ ଅର୍ଥାତ KG ରୁ ସାନ୍ତାଳୀ ଭାଷାରେ ପାଠପଢ଼ା ଆରମ୍ଭ କରିପାରିବେ ଏବଂ PG ବା ସ୍ନାତକୋତ୍ତର ପାଠ୍ୟକ୍ରମ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରି ପାରିବେ । କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ଘୋଷଣା ପରେ ସାନ୍ତାଳୀ ସମୁଦାୟରେ ଖୁସିର ଲହରି ।
"କମିବ ଡ୍ରପ୍ ଆଉଟ୍"
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ସାନ୍ତାଳୀ ଭାଷା ଜନତା, ଲେଖକ ଓ ଭାଷାବିତ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତିପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା। ସେ କହିଛନ୍ତି, '' ଏହା କାର୍ଯ୍ୟକାରୀ ହେଲେ ଡ୍ରପ ଆଉଟ ସଂଖ୍ୟା କମିବ । ଏହା ସହ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ । ସରକାରଙ୍କ ପକ୍ଷରୁ ନୂତନ କମିଟି ଗଠନ କରି ଏହାର ବିକାଶ ପାଇଁ ତତ୍ପରତା ପ୍ରକାଶ କରିବା ଆବଶ୍ୟକ । ''
" ସ୍ବୀକୃତି ସହ ପୃଷ୍ଟପୋଷକତା ଜରୁରୀ"
ସାନ୍ତାଳୀ ସାହିତ୍ୟ ଏକାଡେମୀର ପୂର୍ବତନ ସଂଯୋଜକ ଡକ୍ଟର ଗଙ୍ଗାଧର ହାଁସଦାଙ୍କ ମତରେ " ଏହି ଭାଷାର ବିକାଶ ପାଇଁ ସରକାରଙ୍କ ସ୍ବୀକୃତି ଓ ପୃଷ୍ଟପୋଷକତା ଆବଶ୍ୟକତା ରହିବା ଆବଶ୍ୟକ । ଏହା ସହ କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଭାଷା ଭିତ୍ତିକ ପୁରସ୍କାର ଘୋଷଣା କରିବା ଆବଶ୍ୟକ । "
"ଭାଷା ପରିବାରକୁ ସମୃଦ୍ଧ କରିବ"
ଆଦିବାସୀ ଗବେଷକ ଡ଼ ସୁମନ୍ତ୍ର ନାଏକ କହିଛନ୍ତି, '' ଏହି ଘୋଷଣା ଦ୍ବାରା ନିଶ୍ଚିତ ନିଜସ୍ଵ ଭାଷାରେ ପାଠ ପଢ଼ିବାକୁ ସୁଯୋଗ ମିଳିବ । ଏହା କେବଳ ଏକ ଜାତିର ଭାଷା ନୁହେଁ, ସମଗ୍ର ଭାଷା ପରିବାରକୁ ସମୃଦ୍ଧ କରିବ । ଭାଷାରେ ବୈଷୟିକ ଶିକ୍ଷା ମଧ୍ୟ ଆବଶ୍ୟକ ରହିଛି । ''
ସାନ୍ତାଳୀ ସଂପ୍ରଦାୟକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି:
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଜିଲ୍ଲା କେନ୍ଦୁଝରରେ ସାନ୍ତାଳୀ ସଂପ୍ରଦାୟ ପାଇଁ କରିଛନ୍ତି ବଡ଼ ଘୋଷଣା । କେଜରୁ ପିଜି(KG TO PG) ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଥିବା କହିଛନ୍ତି ମୋହନ ମାଝୀ । କେନ୍ଦୁଝର ଅଶୋକ ବାଟିକାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ ।
ଅଲ୍ଚିକି ଲିପି ସୃଷ୍ଟିକୁ ୧୦୦ ବର୍ଷ ପୂରିବ: