ଓଡିଶା

odisha

ଆଜି ମୟୂରଭଞ୍ଜ ଆସିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ଜେଏମଏମ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର - JharKhand CM Visit Mayurbhanj

By ETV Bharat Odisha Team

Published : May 29, 2024, 11:55 AM IST

Deepak Virua Targets Bjd And Bjp: ଆଜି ମୟୂରଭଞ୍ଜ ଗସ୍ତରେ ଆସିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ସେ ରାଇରଙ୍ଗପୁର, ମୋରୋଡା ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ଜେଏମଏମ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅଧିକ ପଢନ୍ତୁ,

ଆଜି ମୟୂରଭଞ୍ଜ ଆସିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଜେଏମଏମ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାରh
ଆଜି ମୟୂରଭଞ୍ଜ ଆସିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଜେଏମଏମ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର (ETV Bharat Odisha)


ରାଇରଙ୍ଗପୁର:ଜୁନ ୧ ରେ ହେବାକୁ ଯାଉଛି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଯାହାକୁ ନେଇ ସବୁ ଦଳୀୟ ପ୍ରାର୍ଥୀ ଭୋଟରଙ୍କୁ ମନାଇବାରେ ଜୋରସୋରରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମୟୂରଭଞ୍ଜ ଗସ୍ତରେ ଆସି ରାଇରଙ୍ଗପୁର, ମୋରୋଡା ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ଜେଏମଏମ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାଡ଼ଖଣ୍ଡ ରାଜ୍ୟର ପରିବହନ ମନ୍ତ୍ରୀ ଦୀପକ ବିରୁଆ ।

ଆଜି ମୟୂରଭଞ୍ଜ ଆସିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଜେଏମଏମ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର (ETV Bharat Odisha)

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ଦିନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ତରଫରୁ ରାଇରଙ୍ଗପୁର ସହରର କଲ୍ୟାଣୀ ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ସ୍ବର ଉତ୍ତୋଳନ କରିଛି ଜେଏମଏମ । ଏନେଇ ବିଜେପି ଏବଂ ବିଜେଡ଼ିକୁ ଟାର୍ଗେଟ କରି ଝାଡ଼ଖଣ୍ଡ ରାଜ୍ୟର ପରିବହନ ମନ୍ତ୍ରୀ ଦୀପକ ବିରୁଆ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଖଣି ଖାଦାନରେ ପରିପୂର୍ଣ୍ଣ ଥାଇ ମଧ୍ୟ କେବଳ ଖଣି ଖାଦାନରୁ କଞ୍ଚା ମାଲ ବାହାରକୁ ରପ୍ତାନୀ ହେଉଛି କିନ୍ତୁ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇପାରୁନି । ଯାହା ଫଳରେ ବେରୋଜଗାରୀ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିସହ ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜାତଳା ଅଞ୍ଚଳରେ ଥିବା କିଛି ସ୍କୁଲ ବନ୍ଦ କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ସେହି ସ୍କୁଲ ଗୁଡିକୁ ପୁନର୍ବାର ଖୋଲିବା ପାଇଁ ଜେଏମଏମ ଦଳ ପ୍ରୟାସ ଜାରି ରଖିଛି । ଅଲଚିକି ଭାଷା ପାଇଁ ଅସ୍ଥାୟୀ ଶିକ୍ଷକଙ୍କ ନିଯୁକ୍ତି ସହିତ ହୋ ଏବଂ ମୁଣ୍ଡା ଭାଷାର ଓ୍ବାରାଙ୍ଗଚିତ୍ ଲିପି ରେ ପାଠପଢା ଆରମ୍ଭ କରାଯିବା ନେଇ ଦଳ ଆନ୍ଦୋଳନରେ ଓହ୍ଲାଇବ ବୋଲି କହିଛନ୍ତି ଝାଡ଼ଖଣ୍ଡ ରାଜ୍ୟର ପରିବହନ ମନ୍ତ୍ରୀ ।

ଏହି ସବୁ ପ୍ରସଙ୍ଗରେ ମୟୂରଭଞ୍ଜରେ ଜନ ସମର୍ଥନ ଲୋଡ଼ିବା ସହ ଜନ ସାଧାରଣଙ୍କୁ ଭିକ୍ଷା କରାଯିବ । ଏଥିସହ ଦୀର୍ଘ ୨୫ ବର୍ଷର ବିଜେଡି ସରକାର ଶାସନ କାଳରେ ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣ ବିଭିନ୍ନ ସୁବିଧାରୁ ବଞ୍ଚିତ ରହିଛନ୍ତି । କେବଳ ନିର୍ବାଚନ ସମୟରେ ଏଠାକାର ଜନସାଧାରଣଙ୍କୁ ବିଜେଡ଼ି ଦଳ ବ୍ୟବହାର କରୁଥିବା ନେଇ ବିଜେଡି ଉପରେ ବର୍ଷିଥିଲା ଦଳ । ସେହିପରି ବିଜେପି ସରକାରଙ୍କ ବିରୁଦ୍ଧରେ ମଧ୍ୟ ବର୍ଷିଥିଲା ଜେଏମଏମ ।

କେନ୍ଦ୍ରର ବିଜେପି ସରକାର ମଧ୍ୟ ଦରଦାମ ବୃଦ୍ଧି ଓ ବେରୋଜଗାରୀ ସମସ୍ୟାକୁ ନେଇ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ। ତେଣୁ ଚଳିତ ନିର୍ବାଚନରେ ମୟୂରଭଞ୍ଜ ର ଜନସାଧାରଣ ଉଭୟ ବିଜେପି ଓ ବିଜେଡ଼ି ଦଳକୁ ପ୍ରତ୍ୟାଖାନ କରିବେ ଓ ବିପୁଳ ସଂଖ୍ୟାରେ ଧନୁତୀର ଚିହ୍ନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ କୁ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଝାରଖଣ୍ଡ ରାଜ୍ୟର ପରିବହନ ମନ୍ତ୍ରୀ ଦୀପକ ବିରୁଆ । ଚଳିତ ନିର୍ବାଚନରେ ଲୋକସଭା ସାଂସଦ ପ୍ରାର୍ଥୀନୀ ଅଞ୍ଜନୀ ସୋରେନଙ୍କୁ ମୟୂରଭଞ୍ଜ ଜିଲ୍ଲାର ଜନତା ଥରେ ସୁଯୋଗ ଦେଇ ବିଜୟୀ କରାଇବେ ବୋଲି ଆଶା ରଖିଛନ୍ତି ମନ୍ତ୍ରୀ ଦୀପକ ବିରୁଆ।

ଏହା ମଧ୍ୟ ପଢନ୍ତୁ:ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି, ଫୋକସରେ ଶାନ୍ତି ଶୃଙ୍ଖଳା


ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details