ଭଦ୍ରକ:ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଉତ୍ତେଜନା ଘଟଣା। BNSS 163 ଧାରା ଜାରି ରହିଥିବାବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆଜି ଭଦ୍ରକ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ପୂର୍ବାଞ୍ଚଳ ଆଇଜିଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ସୋସିଆଲ ମିଡିଆ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ। ଭଦ୍ରକର ପ୍ରତି ଗଳିକନ୍ଦିରେ ପଇଁତରା ମାରୁଛି ପୋଲିସ। ଏହି ଫ୍ଲାଗ ମାର୍ଚ୍ଚରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ ଦିଲ୍ଲୀପ ରାଉତରାୟ, ଏସପି ବରୁଣ ଗୁଣ୍ଟୁପାଲି ସାମିଲ ହେଉଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି ।
ଗୁଜବରେ ବିଶ୍ୱାସ ନକରିବାକୁ ପୂର୍ବାଞ୍ଚଳ ଡିଜିପିଙ୍କ ଅପିଲ:
ଭଦ୍ରକରେ ପହଞ୍ଚି ପୂର୍ବାଞ୍ଚଳ ଆଇଜିଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ। ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ଏହାସହ ସୋସିଆଲ ମିଡିଆ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ।
ପୂର୍ବାଞ୍ଚଳ ଡିଆଇଜିଙ୍କ ପ୍ରତିକ୍ରିୟା:
ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ କହିଛନ୍ତି, "ବିବାଦୀୟ ପୋଷ୍ଟକୁ ନେଇ ସାମିଲ ଥିବା ଯୁବକମାନଙ୍କ ମଧ୍ୟରୁ 15 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗିରଫ ସଂଖ୍ୟା ଆଗକୁ ବଢ଼ିପାରେ । ଖବର ସୁଦ୍ଧା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ଅବଧି ଆଉ 48 ଘଣ୍ଟାକୁ ବୃଦ୍ଧି କରାଯାଇଛି । ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥିବାବେଳେ କେବଳ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ। ସୋସିଆଲ ମିଡିଆରେ ପ୍ରଚାର ହେୁଥିବା କୌଣସି ପ୍ରକାର ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ। ଶାନ୍ତି ବଜାୟ ରଖିବା ପାଇଁ ସହାୟତା କରନ୍ତୁ। "
ସାଧାରଣଲୋକେ ପ୍ରଭାବିତ: