ଓଡିଶା

odisha

ETV Bharat / state

'୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

ପୋଲିସ ଶହୀଦ ଦିବସରେ ମାଓବାଦୀଙ୍କୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ (DGP) ଆହ୍ବାନ । 'ନକ୍ସଲୀ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅ ।'

DGP APPEAL TO MAOIST
DGP APPEAL TO MAOIST (ETV Bharat Odisha)

By ETV Bharat Odisha Team

Published : 10 hours ago

କଟକ: ମାଓବାଦୀଙ୍କୁ ଅପିଲ୍‌ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ହିଂସାର ରାସ୍ତା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ଓଡିଶାରେ ମାଓବାଦୀ ମୁକାବିଲା ଅଭିଯାନ ନିର୍ଦ୍ଧାରିତ ଯୋଜନା ଚାଲିଛି । ଆସନ୍ତା 2026 ମସିହା ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଯେଉଁ ଆହ୍ବାନ ଦେଇଛନ୍ତି ତାହା ଓଡିଶାରେ ମଧ୍ୟ ରୂପାନ୍ତରିତ ହେବ ବୋଲି କହିଛିନ୍ତି ଡିଜିପି ।

ପୋଲିସ ଶହୀଦ ସ୍ମୃତି ଦିବସ:

ଆଜି କଟକରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୫ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହେବା ଅବସରରେ ଏହା କହିଛନ୍ତି ଡିଜିପି । ଏହି ଅବସରରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ରହି ଅମର ଶହୀଦ ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଛନ୍ତି ।

ମାଓବାଦୀଙ୍କୁ ଡିଜିପିଙ୍କ ଅପିଲ୍‌ (ETV Bharat Odisha)

ଶହୀଦ ପରିବାରଙ୍କୁ ଶାନ୍ତ୍ବନା ଦେଲେ ଡିଜିପି:

ଚଳିତ ବର୍ଷ ସାରା ଭାରତରେ ୨୧୬ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଓଡ଼ିଶା ପୋଲିସରେ କାର୍ଯ୍ୟରତ 2 ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ସେମାନେ ହେଲେ କନଷ୍ଟେବଳ ପ୍ରଦୀପ କୁମାର ମଲ୍ଲିକ ଓ ହିମାଂଶୁ ଶେଖର ରଥ । ସେମାନଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ବନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

ପୋଲିସ ଶହୀଦ ଦିବସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

Naxal Free Operation: ପୋଲିସ DGଙ୍କ ବଡ଼ ବୟାନ '2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ହେବ ଓଡ଼ିଶା' - DG YB Khurania on NAXAL OPERATION

କାଶ୍ମୀରରେ ଆତଙ୍କୀ ଅପରେସନର ନେତୃତ୍ବ ନେବେ ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ ସ୍ବାଇଁ, DGP ନିଯୁକ୍ତ କଲା କେନ୍ଦ୍ର - Rashmi Ranjan Swain new DGP of JK

କାର୍ଯ୍ୟରେ ଯୋଗଦେଲେ ନୂଆ ଡିଜିପି; ଫୋକସରେ ସାଇବର ଅପରାଧ ନିୟନ୍ତ୍ରଣ, ସମ୍ପୂର୍ଣ୍ଣ ଦମନ ହେବେ ମାଓବାଦୀ - New DGP of Odisha

ଚିନ୍ତାର ବିଷୟ ମାଓ ହିଂସା:

ପୋଲିସ ଶହୀଦ ଦିବସ (ETV Bharat Odisha)

ମାଓ ହିଂସା ବର୍ତ୍ତମାନ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି । ରାଜ୍ୟ ପୋଲିସ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିଛି । ଯଦିଓ ଭାରତରେ ଏହି ସମସ୍ୟା ଦେଖା ଦେଇଛି ମାତ୍ର ଓଡିଶାରେ ଏହା ନିୟନ୍ତ୍ରଣରେ ରହିଛି । ମାଓ ଉପରେ ପୋଲିସ କଡା ନଜର ରଖିଛି । ତେବେ ଆଜି ମାଓବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜି ଆହ୍ବାନ କରିବା ସହ ହିଂସା ନ କରିବାକୁ ଡିଜି ଅପିଲ କରିଛନ୍ତି । ଆଜି ପୋଲିସ ଶହୀଦ ଦିବସ ଅବସରରେ କହିଛନ୍ତି ଡିଜିପି । ସେହିପରି ସହିଦ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଡିଜିପି । ବିଶେଷକରି ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ମୁଖ୍ୟ ସମସ୍ୟା ଗୁଡିକର ସମାଧାନ କରିବାକୁ ଡିଜି ସାନ୍ତ୍ବନା ଦେଇଥିଲେ ।

ପୋଲିସ ଶହୀଦ ଦିବସ (ETV Bharat Odisha)

ଇଟିଭି ଭାରତ, କଟକ

ABOUT THE AUTHOR

...view details