ଭୁବନେଶ୍ବର:ଜଣେ ଲେଖକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଶୁଣା । ଅନେକ ପ୍ରଖ୍ୟାତ ପୁସ୍ତକ ସେ ରଚନା କରିଛନ୍ତି । ରାଜନୀତି ବ୍ୟତୀତ ସେ ବହି ପଢିବାରେ ମଧ୍ୟ ରୁଚି ରଖନ୍ତି । ନବୀନ ଲେଖିଥିବା ପୁସ୍ତକ ଗୁଡିକ ବହୁଳ ଭାବେ ଜନାଦୃତ ହୋଇଛି । ଖାଲି ସେତିକି ନୁହେଁ, ନବୀନ ପଢାପଢି କରିବାକୁ ମଧ୍ୟ ଭଲ ପାଆନ୍ତି । ଯାହାର ପ୍ରମାଣ ଆଜି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ବହି ଦୋକାନକୁ ଆସି ନିଜେ ବହି କିଣି ନେଇଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସେ ଆଜି ଦୁଇଟି ପୁସ୍ତକ କିଣିଛନ୍ତି । ଆଜି (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଥିବା ଏକ ବୁକ ଡିପୋରୁ ଆସି ମୁଖ୍ୟମନ୍ତ୍ରୀ ୨ଟି ବହି କିଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ କିଣିଥିବା ୨ଟି ବହି ମଧ୍ୟରୁ ଗୋଟିଏ ହେଉଛି 'ଦ ସିକ୍ରେଟ୍ ଅଫ୍ ଶିମିଳିପାଳ' । ବହି କିଣିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ନିର୍ବାଚନ ପ୍ରଚାର ସରିବା ପରେ ଟିକେ ରିଲାକ୍ସ ହେବା ପାଇଁ ଆସିଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଥିବା ପୁସ୍ତକାଳୟକୁ ଆସିଛି । ଦୁଇଟି ପୁସ୍ତକ କିଣିଛି । ଯାହାର ନାଁ ସି'କ୍ରେଟ ଅଫ ଶିମିଳିପାଳ' ଓ 'ଆର୍ୟନ' । ଉଭୟ ପୁସ୍ତକ ଲାଗି ମୁଖ୍ୟମନ୍ତ୍ରୀ 2 ହଜାର 500 ଟଙ୍କା ଦେଇଛନ୍ତି ।
ଏହା ବି ପଢନ୍ତୁ...ନିଆରା ଅନ୍ଦାଜରେ ନବୀନ: ବହି କିଣିଲେ, କୁନି ଝିଅ ସହ ସେଲଫି ନେଲେ - Naveen Purchases Books