ଓଡିଶା

odisha

ମୁଖ୍ୟମନ୍ତ୍ରୀ ମୋହନଙ୍କ ମାଲକାନଗିରି ଗସ୍ତ, ଜିଲ୍ଲାରେ ବନ୍ୟା ସ୍ଥିତିର କରିବେ ସମୀକ୍ଷା - Malkangiri Flood Review

By ETV Bharat Odisha Team

Published : Sep 12, 2024, 11:02 AM IST

Updated : Sep 12, 2024, 11:16 AM IST

Mohan Majhi To Visit Malkangiri: ଆଜି ମାଲକାନଗିରି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ୟାଞ୍ଚଳ ବୁଲିବା ସହ ଜିଲ୍ଲାରେ ବନ୍ୟା ସ୍ଥିତିର କରିବେ ସମୀକ୍ଷା । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat)

ମାଲକାନଗିରି/ଭୁବନେଶ୍ବର :ଲଗାତାର ୩ ଦିନର ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରି ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବନ୍ୟା ପାଣି କମିଛି, କିନ୍ତୁ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ଛାଡିବା ପରେ ଚାରିଆଡେ ଦୁର୍ଦ୍ଦଶାର ଚିତ୍ର । କାହା ଘର ବନ୍ୟାରେ ଭାଙ୍ଗିଯାଇଛି ତ ଆଉ କାହାର ଗାଈ ଗୋରୁ ଭାସି ୟାଇଛନ୍ତି । ଜିଲ୍ଲାର ଅନେକ ଅଞ୍ଚଳର ରାସ୍ତାଘାଟ ମଧ୍ୟ ଧୋଇ ହୋଇଯାଇଛି । ଏହାରି ମଧ୍ୟରେ ଆଜି ମାଲକାନଗିରି ଗସ୍ତ କରି ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବନ୍ୟା ପରେ ଜିଲ୍ଲାର ସ୍ଥିତି କେମିଛି ରହିଛି ତାହା ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକେପ୍ଟର ଯୋଗେ ଭୁବନେଶ୍ବରରୁ ବାହାରି ଅପରାହ୍ନ 3 ଟା ବେଳେ ମାଲକାନଗିରିରେ ପହଞ୍ଚିବେ ସିଏମ । ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ ।

Malkangiri Flood (ETV Bharat)

ଏହା ମଧ୍ୟ ପଢନ୍ତୁ-ବର୍ଷାରେ ଉବୁଟୁବୁ ମାଲକାନଗିରି, ଆଜି ସ୍କୁଲ ଓ ଅଙ୍ଗନବାଡି ଛୁଟି - Heavy rain in Malkangir

ମୁଖ୍ୟମନ୍ତ୍ରୀ ହେବା ପରେ ମୋହନଙ୍କ ପ୍ରଥମ ବନ୍ୟାଞ୍ଚଳ ଗସ୍ତ:

ବିଜେପି ସରକାରରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ବନ୍ୟାଞ୍ଚଳ ପରିଦର୍ଶନ କରିବେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଆଜି ବି ଜାରି ରହିଛି ବର୍ଷା, 3 ଜିଲ୍ଲାରେ ସ୍କୁଲ ଛୁଟି - Deep Depression Rain In Odisha

Malkangiri Flood (ETV Bharat)

ବର୍ଷା ଯୋଗୁଁ ବ୍ୟାପକ କ୍ଷତି :

ଲଗାଣ ବର୍ଷା ଯୋଗୁଁ ମାଲକାନାଗିରିର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଜିଲ୍ଲାରେ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପାଙ୍ଗାମ, କାଙ୍ଗୁରୁକୁଣ୍ଡା, ପଟେରୁ MV-90, MV-7, MV-96 ନମ୍ବର ପୋଲ ଉପରେ ୫ରୁ ୧୦ଫୁଟର ପାଣି ପ୍ରବାହିତ ହେଉଥିଲା । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ଏବେ ଜଳସ୍ତର ଖସିବା ସହ ବିଭିନ୍ନ ସ୍ଥାନରେ ଯାତାୟତ ଓ ଜୀବନ ଯାତ୍ରା କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି । ସୁକୁମା ପୋଲୋ ଉପରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହୋଉଥିବାରୁ ମାଲକାନାଗିରି ଏବଂ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେହିପରି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Malkangiri Flood (ETV Bharat)

ଏହା ମଧ୍ୟ ପଢନ୍ତୁ-Rain Water On Bridge : ବର୍ଷାରେ ବେହାଲ ମାଲକାନଗିରି; ପୋଲ ଉପରେ ୨ ଫୁଟ ଉଚ୍ଚ ପାଣି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ - Heavy rain in Malkangiri

କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା:

ବନ୍ୟା ଓ ବର୍ଷା ଯୋଗୁଁ ଜିଲ୍ଲାରେ ବହୁ ଲୋକଙ୍କ ଘର ଭାଙ୍ଗିଛି । ବର୍ଷା ଓ ପାଣି ଛାଡିବା ଲୋକଙ୍କ ପାଖରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଘର ଭାଙ୍ଗିବା, ଫସଲ ନଷ୍ଟର ଆକଳନ ମଧ୍ୟ କରାଯିହ । ଏହାପରେ କ୍ଷୟକ୍ଷତିର ଆକଳନ କରାଯାଇଇ କ୍ଷତିଗ୍ରସ୍ତଙ୍କୁ ସହାୟତା ମଧ୍ୟ ପ୍ରଦାନ କରାଯିବ । ବନ୍ୟା ଯୋଗୁଁ ପ୍ରାୟ 1,700 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ବଳ ବର୍ଷା ଯୋଗୁଁ 6ଟି ଓଡ୍ରାଫ ଓ 5 ଅଗ୍ନିଶମ ଟିମ୍‌ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ ।

ଇଟିଭି ଭାରତ, ମାଲକାନଗିରି/ଭୁବନେଶ୍ବର

Last Updated : Sep 12, 2024, 11:16 AM IST

ABOUT THE AUTHOR

...view details