ଓଡିଶା

odisha

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଦେଲେ ଆଶ୍ଵାସନା ଓ ଭରସା - Public Grievance at CM Office

By ETV Bharat Odisha Team

Published : Jun 25, 2024, 10:57 PM IST

Public Grievance at CM Office: ମୁଖ୍ୟମନ୍ତ୍ରୀ ନିଜେ ଆସି ଜଣ ଜଣ କରି ଲୋକଙ୍କର ସମସ୍ୟା ଶୁଣିଥିଲେ ଓ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସମସ୍ତଙ୍କ ସମସ୍ୟାକୁ ଗୁରତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶୁଣୁଥିଲେ । ଅଧିକ ପଢନ୍ତୁ

Public Grievance at CM Office
Public Grievance at CM Office (ETV Bharat Odisha)

ଭୁବନେଶ୍ବର: ସବୁଦିନ ପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ପ୍ରାୟ ହଜାରେ ଲୋକଙ୍କ ସମାବେଶ । ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ଶୁଣିବା ସହ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦେଇଛନ୍ତି ଆଶ୍ଵାସନା ଓ ଭରସା । ଅସୁସ୍ଥ ଉର୍ମିଳା, ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକ ଓ ଅନେକ ମୁଖ୍ୟମନ୍ତ୍ରୀଙ୍କ ଭରସା ପାଇ ଖୁସି ମନରେ ଫେରିଛନ୍ତି । ସେହିପରି କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକଙ୍କ ସମସ୍ୟାର ହୋଇଛି ତୁରନ୍ତ ସମାଧାନ । ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ ।

Public Grievance at CM Office (ETV Bharat Odisha)

ସକାଳର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ସମୟ ରଖିଥିଲେ । ଲୋକମାନେ ମଧ୍ୟ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଆସି ଜଣ ଜଣ କରି ଲୋକଙ୍କର ସମସ୍ୟା ଶୁଣିଲେ ଏବଂ 9 ଅଭିଯୋଗ ପତ୍ର ଗ୍ରହଣ କଲେ । ନୟାଗଡ଼ରୁ ଆସିଥିବା ଉର୍ମିଳା ସାହୁ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିବା ବେଳେ ଭାବବିହ୍ଵଳ ହୋଇ ଅସୁସ୍ଥ ଅନୁଭବ କଲେ । ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ ତାଙ୍କୁ ପାଣି ପିଆଇ ପ୍ରକୃସ୍ଥିତ କଲେ । ସେହିଭଳି ଦୃଷ୍ଟିବାଧିତ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ଅଭିଯୋଗ ନେଇ ଆସିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଯଥାଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Public Grievance at CM Office (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ.. ମୋହନ ସରକାରର ବଡ଼ ଘୋଷଣା; ପ୍ରତ୍ୟେକ ଦିନ 2ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ - CM MOHAN TO HEAR PUBLIC GRIEVANCES

Public Grievance at CM Office (ETV Bharat Odisha)

ଏହା ସହିତ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ଦିବ୍ୟାଙ୍ଗ ଆଦି ସବୁ ବର୍ଗର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣାଇଥିଲେ । କଟକ ଖ୍ରୀଷ୍ଟ କଲେଜିଏଟ ଶିକ୍ଷୟିତ୍ରୀଙ୍କ ସମସ୍ୟାର ସମାଧାନ କରାଗଲା। କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲରେ କେହି ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ନଥିବା କାରଣରୁ ଶିକ୍ଷୟତ୍ରୀମାନେ ତିନି ମାସ ହେଲା ଦରମା ପାଉନଥିଲେ । ମୁଖ୍ୟମନ୍ତ୍ରୀ ଜାଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସଙ୍ଗେ ସଙ୍ଗେ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କର ଅସୁବିଧା ଦୂର ହୋଇଛି । ଖୁବଶୀଘ୍ର ବରିଷ୍ଠତା ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵ । ସେମାନଙ୍କର ଦରମା ମଧ୍ୟ ନିୟମିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରି ଖୁସି ମନରେ ସେମାନେ ଫେରିଥିଲେ ଜନତା ।

Public Grievance at CM Office (ETV Bharat Odisha)
Public Grievance at CM Office (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details