ଓଡିଶା

odisha

ETV Bharat / state

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ନୀତି ଆୟୋଗ ବୈଠକରେ ଉଠାଇବେ ଗୁରୁତ୍ବପୂର୍ଣ୍ଣ ଦାବି - CM Mohan On Delhi Visit - CM MOHAN ON DELHI VISIT

CM Mohan On Delhi Visit: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଗସ୍ତ ପୂର୍ବରୁ ନୂଆ ସରକାରଙ୍କର ନୂଆ ଓଡିଶା ଗଠନ ଲକ୍ଷ୍ୟ ଥିବା ନେଇ କହିଛନ୍ତି ମୋହନ । ଅଧିକ ପଢନ୍ତୁ

CM Mohan On Delhi Visit
CM Mohan On Delhi Visit (ETV Bharat Odisha)

By ETV Bharat Odisha Team

Published : Jul 26, 2024, 10:50 PM IST

ଭୁବନେଶ୍ବର:ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯାତ୍ରା କରିବାର ସୂଚନା ରହିଛି । ସୂଚନା ଅନୁସାରେ, ଆସନ୍ତାକାଲି ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ନୀତି ଆୟୋଗ ବୈଠକ।

CM Mohan On Delhi Visit (ETV Bharat Odisha)

ଦିଲ୍ଲୀ ଗସ୍ତ ପୂର୍ବରୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ:

ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରତିବର୍ଷ ନୀତି ଆୟୋଗ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଲୋଚନା କରିଥାନ୍ତି । ରାଜ୍ୟରେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଥାଏ । ବିଭିନ୍ନ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଆହ୍ୱାନ କରାଯାଏ । ନୂଆ ସରକାରଙ୍କର ନୂଆ ଓଡିଶା ଗଠନ ଲକ୍ଷ୍ୟ ରହିଛି । ଏନେଇ ପ୍ରସ୍ତାବ ଉପସ୍ଥାପନ କରାଯିବ । ରାଜ୍ୟର ନିରନ୍ତର ବିକାଶ ଲକ୍ଷ୍ୟ ନେଇ ପ୍ରସ୍ତାବ ଦିଆଯିବ । ବିକଶିତ ଓଡିଶା, ନିରନ୍ତର ବିକାଶ ଓ ସାମଗ୍ରିକ ଅଭିବୃଦ୍ଧି ଲକ୍ଷ୍ୟରେ ରହିଥିବା ବିଭିନ୍ନ ମାନଦଣ୍ଡରେ ପ୍ରଦର୍ଶନରେ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା କରାଯିବ ।


କେଉଁ ପ୍ରସଙ୍ଗରେ ହେବ ଆଲୋଚନା?

ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ବୈଠକରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ଶିଳ୍ପାନୁକୂଳ ବାତାବରଣ, ଭିତ୍ତିଭୂମିର ବିକାଶ ଓ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିବେ । ବୈଠକରେ କ୍ଷୁଧାମୁକ୍ତ ସମାଜ, ଉତ୍ତମ ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ନାରୀ-ପୁରୁଷ ସମାନତା, ବିଶୁଦ୍ଧ ପାନୀୟ ଜଳ, ସମନ୍ୱିତ ଜଳସେଚନ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ଗ୍ରହଣ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟ ରଖି ବିକାଶର ଆଭିମୁଖ୍ୟ କିପରି ରହିବ, ସେଥିପାଇଁ କେନ୍ଦ୍ରର ସହଭାଗୀ ଆବଶ୍ୟକ ରହିଛି । ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି, କୃଷି, ଶିକ୍ଷା, ଜଳସେଚନ, ଶିଳ୍ପାନୁକୂଳ ସହଜ ବାତାବରଣ, ଲୋକଙ୍କ କଲ୍ୟାଣ, ଭିତ୍ତିଭୂମିର ବିକାଶ, ନିଯୁକ୍ତି ସୁଯୋଗ ପ୍ରସଙ୍ଗରେ ଆଲୋଚନା ହେବ ।


ମୁଖ୍ୟମନ୍ତ୍ରୀ ହେବା ପରେ ମୋହନଙ୍କ ଦ୍ବିତୀୟ ଥର ଦିଲ୍ଲୀ ଗସ୍ତ:


ସୂଚନା ଅନୁସାରେ, ରାଜ୍ୟରେ ସରକାର ଗଠନ ପରେ ଦ୍ବିତୀୟ ଥର ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବୃହତ୍ତର ସ୍ୱାର୍ଥ ନେଇ ବିଭିନ୍ନ ପ୍ରସଙ୍ଗରେ ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ। ଓଡିଶାକୁ ଅର୍ଥ, କୋଇଲା ରୟାଲଟି , ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଗତକାଲି (ଗୁରୁବାର) ମୋହନ ସରକାର ପ୍ରଥମ କରି 2023-24 ବର୍ଷର ବଜେଟ ଆଗତ କରିଥିଲେ। ସେପଟେ ନୀତି ଆୟୋଗ ବୈଠକରେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ଗୁଡିକ ଯୋଗଦେବେ ନାହିଁ ବୋଲି କୁହାଯାଉଛି । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।

ଏହା ବି ପଢନ୍ତୁ...ଆଜି ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ଓ ପ୍ରଭାତୀ - CM DY CM Delhi visit

ଗତ ୨୬ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କରିଥିଲେ । ମୋହନଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରୀୟ ନେତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପୁଣି ଥରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଥିବାବେଳେ ଏହା ବିଶେଷ ଗୁରୁତ୍ବପୂର୍ଣ୍ଣ ରହିଛି । ରାଜ୍ୟ ସଂକ୍ରାନ୍ତରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଡ଼ାକରା ଆସିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details