ଓଡିଶା

odisha

High Court Bench: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ପ୍ରସ୍ତାବ ବିଚାରାଧୀନ' - CM On High Court Bench

By ETV Bharat Odisha Team

Published : Sep 3, 2024, 12:29 PM IST

Updated : Sep 3, 2024, 2:12 PM IST

CM Mohan Charan Majhi On High Court Bench In Western Odisha: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ବିଧାନସଭାରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ବିଚାରାଧୀନ ରହିଥିବା କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ,

CM Mohan Charan Majhi On  High Court Bench In Western Odisha
CM Mohan Charan Majhi On High Court Bench In Western Odisha (Etv Bharat)

ଭୁବନେଶ୍ବର: ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଦ୍ବାଦଶ ଦିନ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଗୃହରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ବିଚାରାଧୀନ ରହିଛି । 'ଗତକାଲି ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଆଧାରରେ ଗୃହରେ ଉତ୍ତର ରଖିଥିଲି । ଲୋକଙ୍କୁ ତ୍ୱରିତ ସେବା ଓ ନ୍ୟାୟ ଦେବା ପାଇଁ ଆମ ସରକାର ବଦ୍ଧ ପରିକର୍' ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।

HIGH COURT BENCH (Etv Bharat)

ଗତକାଲି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ବିଧାନସଭାରେ ଭିନ୍ନ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ବେଞ୍ଚର ଯଥାର୍ଥତା ନାହିଁ ବୋଲି କହିଥିଲେ । ଶୂନ୍ୟକାଳରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ପ୍ରସ୍ତାବ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗୃହରେ ଏହି ଉତ୍ତର ପରେ ତେଜିଥିଲା ରାଜନୀତି ।

ଏହାମଧ୍ୟ ପଢ଼ନ୍ତୁ: High Court Bench: 'ଓଡ଼ିଶାରେ ହେବନି ହାଇକୋର୍ଟ ବେଞ୍ଚ', ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ କାହିଁକି ନୁହେଁ ପ୍ରଶ୍ନ କଲେ ପଶ୍ଚିମ ଓଡ଼ିଶା ବିଧାୟକ ? - No High Court Bench

ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଆରମ୍ଭ ହେବ:

ଖୁବଶୀଘ୍ର ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଆରମ୍ଭ ହେବ ବୋଲି ଗୃହରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ,ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ରବି ନାଏକ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ୩୪୫୭ କୋଟିର ବ୍ୟବସ୍ଥା ହୋଇଛି । ୩୦ରୁ ୪୦ ପ୍ରତିଶତ କାମ ହୋଇଛି, ପେମେଣ୍ଟ ବି କରାଯାଇଛି । ବାକି କିଛି କାମ ଚାଲୁଛି । କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି ସେଥିରେ କିଛି ତଥ୍ୟ ବ୍ଲକ ଓ ପଞ୍ଚାୟତ ଲେବୁଲରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇ ନାହିଁ । ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ। ଆମ ଓଡ଼ିଶା ନବୀନ ଓଡିଶା ବଜେଟର ୮୦ ପ୍ରତିଶତ ଅର୍ଥ ଡ଼ିଆରଡ଼ିଏ ରହିଛି । ଆମ ଓଡ଼ିଶା ନବୀନ ଓଡିଶା ରେ ଯେଉଁ କାମ ହେଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ। ସେଥି ରେ କୌଣସି ସନ୍ଧେହ ନାହିଁ । ଅର୍ପଣ ରଥ ନାଁ ରେ ଜଗନ୍ନାଥ ଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା କାରଣରୁ ଆମ ଓଡ଼ିଶା ନବୀନ ଓଡିଶାର ଅନେକ ଟଙ୍କା ସେଥିରେ ଲାଗିଥିଲା । ଯେଉଁଥି ପାଇଁ ବିକାଶ ମୂଳକ କାର୍ଯ୍ୟ ପାଇଁ ଟଙ୍କାର ଅଭାବ ଦେଖା ଦେଇଥିବ। ତେଣୁ ଆମେ ତା ପାଇଁ ପଦକ୍ଷେପ ନେବାକୁ ଯାଉଛୁ ।

ଏହାମଧ୍ୟ ପଢ଼ନ୍ତୁ: ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ; ଦାୟିତ୍ବରୁ ପଛଘୁଞ୍ଚା ଦେଉଛନ୍ତି ଓଡ଼ିଶା ସରକାର

ଓଡ଼ିଶା ହେବ ଦାଦନ ମୁକ୍ତ:

MGNRGEA ଯୋଜନାରେ ଦିଗପହଣ୍ଡିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଆଣିଥିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଫଲ୍ସ ବିଲ କରି ଟଙ୍କା ହଡ଼ପ କରାଯାଇଛି ବୋଲି କହିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ,'' ମନରେଗାରେ ବ୍ୟାପକ ବାଟମାରଣା ହେଉଛି । ବଡ଼ ବଡ଼ ଲୋକଙ୍କ ନାଁ ରେ ଜବ କାର୍ଡ ରହୁଛି । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । କାମ କରୁଥିବା ଲୋକ ଟଙ୍କା ପାଉ ନାହାନ୍ତି । ଅଭିଯୋଗ ଆସିଲେ ତଦନ୍ତ କରି ଟଙ୍କା ଦିଆଯିବ । ତେଣୁ ଆମେ ଯୋଜନା କରୁଛୁ ଏହାକୁ ବନ୍ଦ କରି ଆଗକୁ ଓଡିଶାକୁ ଦାଦନ ମୁକ୍ତ କରିବୁ । ''

ଏହାମଧ୍ୟ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ

ସରକାର ଆଣିବେ PESA ଆକ୍ଟ:

ମନ୍ତ୍ରୀ ରବି ନାଏକ କହିଛନ୍ତି, ଗତ ସରକାର ସରପଞ୍ଚକୁ ଜିଲ୍ଲାପାଳ କ୍ଷମତା ଦେବା ଲାଗି କୁହାଗଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ କ୍ଷମତାକୁ କାଢି ନେଲେ । ଆଦିବାସୀ ଅଞ୍ଚଳରେ ସରପଞ୍ଚ ମାନଙ୍କୁ ୨୨ ଟି କ୍ଷମତା ଦିଆଯିବ । ଆମ ସରକାର ଖୁବଶୀଘ୍ର ପେସା ଆଇନ ଆଣିବାକୁ ଯାଉଛନ୍ତି । ଆଗକୁ ପଞ୍ଚୟତକୁ ସମ୍ପୂର୍ଣ୍ଣ ପାୱାର ଦିଆଯିବ । ବିଗତ ସରକାରରେ ସରପଞ୍ଚ ମାନଙ୍କୁ କଲେକ୍ଟର ବୋଲି ଆଖ୍ୟା ଦେଇଥିଲେ। ହେଲେ ବିଗତ ବର୍ଷରେ ସରପଞ୍ଚ ମାନଙ୍କର ପାୱାର କାଢି ନେଇଥିଲେ। ସରପଞ୍ଚ ମାନଙ୍କୁ 22 ଟି ବିଭାଗରେ କାର୍ଯ୍ୟ କରିବାକୁ ପାୱାର ଦିଆଯାଇଛି।

ଏହାମଧ୍ୟ ପଢ଼ନ୍ତୁ: HC Bench In Western Odisha: ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣ୍ଣାଙ୍ଗ ପ୍ରସ୍ତାବ


5T ର ପୋଲ ଖୋଲିଲେ ପଞ୍ଚାୟତିରାଜ ମନ୍ତ୍ରୀ:

ବିଧାନସଭାରେ 5T କାମର ପୋଲ ଖୋଲିଲେ ପଞ୍ଚାୟତିରାଜ ମନ୍ତ୍ରୀ । ସେ କହିଛନ୍ତି, '' ମୋ ନିର୍ବାଚନ ମଣ୍ଡଳୀ ରେ 5-T ରେ ସ୍କୁଲ ଗୁଡିକରେ ଯେଉଁ କାମ ହୋଇଛି ତାହା କେବଳ ରଙ୍ଗ ମରା ହୋଇଛି ଏବଂ ପୁଟି ମରାଯାଇଛି । ବର୍ତ୍ତମାନ ତାହା ଝଡ଼ି ଯାଉଛି । ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନରେ ଉତ୍ତର ରଖିବା ବେଳେ ଏଭଳି କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ପୂର୍ବ ସରକାର୍ ୱାନ ମ୍ୟାନ ଆର୍ମି ଥିଲେ:

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଗୃହରେ କହିଥିଲେ ଯେ, ପୂର୍ବ ସରକାରରେ ୱାନ ମ୍ୟାନ ଆର୍ମି ଥିଲେ । ସେ ସର୍ବେସର୍ବା ଥିଲେ, ସେ ଯାହା କହୁଥିଲେ ସେୟା ହିଁ ହେଉଥିଲା। ପଲ୍ଲୀସଭା ଓ ଗ୍ରାମସଭାକୁ ସମ୍ପୂର୍ଣ ଠପ୍ କରି ଦିଆ ଯାଇଥିଲା। ଆମ ଓଡ଼ିଶା ନବୀନ ଓଡ଼ିଶା ମଧ୍ୟରେ ତାଙ୍କ କର୍ମକର୍ତ୍ତା ଯାହା କହିଲେ ତାହା ହେଲା । କଣ ଗାଁର ବିକାଶର ତଥ୍ୟ କର୍ମକର୍ତ୍ତା ଜାଣିପାରନ୍ତି କି ? ନା ଗ୍ରାମ ଓ ପଲ୍ଲୀସଭା ଜଣେ। କିନ୍ତୁ ଆମ ସରକାର ତାହା କରିବ ନି। ଗ୍ରାମ ଓ ପଲ୍ଲୀସଭାକୁ ଆମ ସରକାର ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି। ସେ ଯାହା କହିବେ ତାହା ହେବ ବୋଲି ଗୃହକୁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ ରବି ନାୟକ।

ଗୃହରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ:ଗୃହରେ ଶୂନ୍ୟକାଳରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ। ରେଭେନ୍ସା ନାମ କରଣ ପରିବର୍ତ୍ତନ ପ୍ରସଙ୍ଗରେ ଗୃହରେ ଶୂନ୍ୟକାଳରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା। ନାମକରଣ ପରିବର୍ତ୍ତନର ଅଭିସନ୍ଧିକୁ ନେଇ ଆଙ୍ଗୁଳି ଉଠାଇଲେ ଗଣେଶ୍ୱର। ଏହା ବୁଦ୍ଧିଜୀବୀଙ୍କ ଚେତନାକୁ ଦୋହଲାଇ ଦେଇଛି, ଓଡ଼ିଆ ଅସ୍ମିତା ପ୍ରତି କୁଠାର ଘାତ। ଚିନ୍ତା ବିଭ୍ରାଟର ଢୋଲ ନ ବାଜୁ। ଓଡ଼ିଆ ଜାତି ଓ ଭାଷା ପ୍ରତି ରେଭେନ୍ସାଙ୍କ ଅବଦାନ କଣ ଥିଲା ? ବିଭିନ୍ନ ନଜିର ଦେଇ ଗୃହରେ ତଥ୍ୟ ରଖିଲେ ଗଣେଶ୍ୱର। କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ଏକ କାର୍ଯ୍ୟକ୍ରମରେ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କହିଥିଲେ । ତେବେ ଏହାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 3, 2024, 2:12 PM IST

ABOUT THE AUTHOR

...view details