ହାଇଦ୍ରାବାଦ: କୃଷକଙ୍କୁ 'ସିଏମ କିଷାନ ଯୋଜନା' ଭେଟି ଦେଇଛନ୍ତି ରାଜ୍ୟ ସରକାର । ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ମିଳିବ ସିଏମ କିଷାନ ଟଙ୍କା । ଏହି ଯୋଜନାରେ ଥିବା 45 ଲକ୍ଷ 76 ହଜାର 524 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମିହୀନ ଚାଷୀ ପାଇବେ ଏହି ଟଙ୍କା । ଏହାସହ ଭୂମିହୀନ ଚାଷୀଙ୍କୁ 3ଟି କିସ୍ତିରେ ମିଳିବ 12ହଜାର 500 ଟଙ୍କା । ପ୍ରଥମ କିସ୍ତି ବାବଦକୁ ହିତାଧିକାରୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ଗତ ୮ ସେପ୍ଟେମ୍ବରରେ ନୂଆଖାଇ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
- ଯୋଜନା ଦ୍ବାରା କେଉଁ ସୁବିଧା ମିଳିବ?
ଚାଷୀଙ୍କୁ ୪ହଜାର ଟଙ୍କାର ଅର୍ଥରାଶି ମିଳିବ । ଏହାସହ ଭୂମିହୀନ ଚାଷୀଙ୍କୁ 12ହଜାର 500 ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ । ଫଳରେ ଚାଷୀମାନେ ଅତ୍ୟାଧୁନିକ ଯନ୍ତ୍ରପାତି କିଣିବା ସହ ବିହନ, ସାର ଆଦି ସୁବିଧାରେ କିଣିପାରିବେ ।
- କାଳିଆ ଯୋଜନା ବନାମ ସିଏମ କିଷାନ ଯୋଜନା:
ପୂର୍ବତନ ବିଜେଡି ସରକାର ଆଣିଥିବା କାଳିଆ ଯୋଜନାକୁ ନାମ ପରିବର୍ତ୍ତନ କରି ସିଏମ କିଷାନ ଯୋଜନା କରିଛନ୍ତି ରାଜ୍ୟ ସରକାର । ତେବେ ଯୋଗ୍ୟତା ଥାଇ ପିଏମ କିଷାନ ଯୋଜନାରେ ବାଦ ପଡିଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।
- କେମିତି କରିବେ ଆବେଦନ ? ଜାଣନ୍ତୁ
- ଆବେଦନକାରୀଙ୍କ ଯୋଗ୍ୟତା:
୧. ଆବେଦନକାରୀ ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ । ୨. ଆବେଦନକାରୀ ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ଆବଶ୍ୟକ । |
- ଆବଶ୍ୟକୀୟ ଡକ୍ୟୁମେଣ୍ଟ:
୧. ଆଧାରକାର୍ଡ ୨. ରାସନ କାର୍ଡ ୩. ମୋବାଇଲ ନମ୍ବର ୪. ଇଲେକ୍ଟ୍ରି ବିଲ୍ ୫. ପରିଚୟ ପତ୍ର |