ଭୁବନେଶ୍ବର: ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି ହୋଇଛି । ୨୦୨୫ ଡିସେମ୍ବର ୩୧ ଯାଏଁ ସେ ଚାକିରିରେ ରହିବେ । ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ମନୋଜଙ୍କ ଚାକିରି କାଳ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆହୁରି ବର୍ଷେ ସମ୍ଭାଳିବେ କାର୍ଯ୍ୟଭାର:
ଚଳିତ ବର୍ଷ ଜୁନ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ମନୋଜ କୁମାର ଆହୁଜାଙ୍କ ନିଯୁକ୍ତି ଦେଇଥିଲେ ମୋହନ ସରକାର । ଆସନ୍ତା ଡିସେମ୍ବର ୩୧ ତାରିଖରେ ମନୋଜଙ୍କ ଚାକିରି ଜୀବନରୁ ଅବସର ନେଇଥାନ୍ତେ । ମାତ୍ର ରାଜ୍ୟ ସରକାର ମନୋଜଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି । ମୋହନ ସରକାରଙ୍କ ପ୍ରସ୍ତାବ କ୍ରମେ ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ମନୋଜଙ୍କ ଚାକିରି କାଳ ବୃଦ୍ଧି କରିଛନ୍ତି । ଚାକିରି କାଳ ଗୋଟିଏ ବର୍ଷ ବୃଦ୍ଧି ହୋଇଛି । ୨୦୨୫ ଡିସେମ୍ବର ୩୧ ଯାଏଁ ସେ ଚାକିରିରେ ରହିବେ ।
ଜୁନ ୨୮ ତାରିଖରେ ନିଯୁକ୍ତି ହୋଇଥିଲେ:
୧୯୯୦ ବ୍ୟାଚ ଓଡିଶା କ୍ୟାଡରର ଆଏଏସ ହେଉଛନ୍ତି ମନୋଜ ଆହୁଜା । ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ମନୋଜଙ୍କୁ ଓଡିଶା ଫେରିବାକୁ ଅନୁମତି ଦେଇଥିଲେ । ମୁଖ୍ୟ ଶାସନ ସଚିବ ଭାବେ ସେ ଓଡିଶା ପ୍ରତ୍ୟାବର୍ତ୍ତନ କରିଥିଲେ । ୨୦୨୪ ଜୁନ ୨୮ ତାରିଖରେ ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା ।