ଓଡିଶା

odisha

ETV Bharat / state

କଟକରେ ସର୍ବବୃହତ ଇଭି କାରଖାନା: ସୃଷ୍ଟି ହେବ ୧୨ ହଜାର ନିଯୁକ୍ତି ସୁଯୋଗ - ଓଡିଶା କ୍ୟାବିନେଟ

EV manufacturing factory in Cuttack: କଟକର ନରାଜଠାରେ ହେବ ବିଶ୍ୱର ସର୍ବବୃହତ ଇଲେକଟ୍ରିକ ଯାନ(ଇଭି) କାରଖାନା । ଏନେଇ 40 ହଜାର କୋଟି ନିବେଶ କରିବ JSW । ୧୨ ହଜାର ନିଯୁକ୍ତିର ରହିଛି ସୁଯୋଗ । ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ଅଧିକ ପଢନ୍ତୁ

କଟକରେ ସର୍ବବୃହତ ଇଭି କାରଖାନା
କଟକରେ ସର୍ବବୃହତ ଇଭି କାରଖାନା

By ETV Bharat Odisha Team

Published : Jan 23, 2024, 7:39 AM IST

Updated : Jan 23, 2024, 9:07 AM IST

କଟକରେ ସର୍ବବୃହତ ଇଭି କାରଖାନା: ସୃଷ୍ଟି ହେବ ୧୨ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଓଡ଼ିଶାରେ ହେବ ଇଲେକଟ୍ରୋନିକ ଯାନ(ଇଭି) କାରଖାନା । କଟକ ନରାଜଠାରେ ବିଶ୍ୱର ସର୍ବବୃହତ ଇ-ଯାନ ବ୍ୟାଟେରୀ ନିର୍ମାଣକାରୀ ୟୁନିଟ୍ ପ୍ରତିଷ୍ଠା ହେବ । ଏନେଇ ୪୦ ହଜାର କୋଟି ଟଙ୍କା ନିବେଶ କରିବ JSW । ଏହି ଇଭି କାରଖାନାରେ ରାଜ୍ୟର ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବାର ସମ୍ଭାବନା ରହିଛି । ଇଲେକଟ୍ରୋନିକ ଯାନ ପାଇଁ ଦୁଇ ପ୍ରକାର କାରଖାନା କରିବ JSW । ଗୋଟିଏ କାରଖାନାରେ ଇଲେକଟ୍ରୋନିକ ଯାନ ଓ ବ୍ୟାଟେରୀ ଏବଂ ଅନ୍ୟଟିରେ ଇଲେକଟ୍ରୋନିକ ଯାନ କମ୍ପୋନେଟ ନିର୍ମାଣ ହେବ । ସୋମବାର ଏହି ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ ।

ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, "ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଏବଂ ଅର୍ଥନୈତିକ ଦୃଶ୍ୟପଟକୁ ଯଥେଷ୍ଟ ବୃଦ୍ଧି କରିବାକୁ ରାଜ୍ୟ ସରକାର ପ୍ରତିଜ୍ଞାବଦ୍ଧ । ଏନେଇ ଏକ ପ୍ରମୁଖ ନିଷ୍ପତ୍ତି ଅନୁସାରେ କଟକର ନରାଜ ଏବଂ ପାରାଦୀପରେ JSW ଗ୍ରୁପର ଇଲେକ୍ଟ୍ରିଯାନ ଏବଂ ତତସମ୍ବନ୍ଧୀୟ ଉପକରଣ ଉତ୍ପାଦନ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ ଅନୁମୋଦନ କରିଛନ୍ତି । ୪୦ ହଜାର କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହେବ । ପ୍ରାୟ ୧୧ ହଜାରରୁ ରୁ 12 ହଜାର ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ନିଯୁକ୍ତିର ସମ୍ଭାବନା ରହିଛି । ଏହି ପ୍ରକଳ୍ପଗୁଡିକ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ କରିବ ।"

ଏହାମଧ୍ୟ ପଢନ୍ତୁ...ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମୋହର, ଏକ ଲକ୍ଷ ଏକରରେ ହେବ କଫି ଚାଷ

ବୈଦ୍ୟୁତିକ ଯାନ ଓ ବ୍ୟାଟେରି ନିର୍ମାଣ କାରଖାନା: ପୂର୍ବରୁ JSW ଗ୍ରୁପ କଟକ ନରାଜରେ ଏକ ବୈଦ୍ୟୁତିକ ଯାନ ଏବଂ ଉକ୍ତ ଯାନ ପାଇଁ ବ୍ୟାଟେରି ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏହି ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ଏହି ୫୦ GWH କ୍ଷମତା ବିଶିଷ୍ଟ ଏକ ଉନ୍ନତ ବୈଷୟିକ ଜ୍ଞାନ ଆଧାରିତ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ବିଶ୍ବର ସର୍ବବୃହତ ଏକକ ପ୍ରକଳ୍ପ ହେବ । ଦୁଇଟି ପର୍ଯ୍ୟାୟରେ ସମାନ ସୁବିଧାରେ ବୈଦ୍ୟୁତିକ ଯାନ ଏବଂ ଉପାଦାନଗୁଡ଼ିକ ଉତ୍ପାଦନ ପାଇଁ ଏକ OEM ବା Original Equipment Manufacturer କାରଖାନା ସ୍ଥାପନ କରିବାକୁ କମ୍ପାନୀ ଯୋଜନା କରୁଥିବା କହିଛନ୍ତି ମୁଖ୍ୟଶାସନ ସଚିବ । ଏହି ଦୁଇଟି ପର୍ଯ୍ୟାୟରେ JSW ରାଜ୍ୟରେ ୨୫ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି । ଯାହା ୪୦୦୦ ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ସମ୍ଭାବନା ରହିଛି ।

ଏହି ଇଭି କମ୍ପାନୀ ଆରମ୍ଭ ହେଲେ ବୈଷୟିକ କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟରେ ପାରାଦ୍ବୀପରେ ତମ୍ବା ସ୍ମେଲଟର ସହିତ ଲିଥିୟମ ସ୍ମେଲଟର ଏବଂ ବୈଦ୍ୟୁତିକ ଯାନର ଆନୁସଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପନ କରିବାକୁ ଯୋଜନା କରିଛି । ଏହି ପର୍ଯ୍ୟାୟରେ JSW ୭୦୦୦ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ରାଜ୍ୟରେ ୧୫ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି ।

ଏନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ପରିବେଶ ପ୍ରଦୂଷଣକୁ କମାଇବା ପାଇଁ ଦିଗରେ ଇଲେକ୍ଟ୍ରିକ ଭେଇକିଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । JSW ରାଜ୍ୟରେ ଇଭି କାରଖାନା ପ୍ରତିଷ୍ଠା ନେଇ ପୂର୍ବରୁ ପ୍ରସ୍ତାବ ଦେଇଥିବା ବେଳେ କ୍ୟାବିନେଟରେ ଏହି ପ୍ରସ୍ତାବରେ ମୋହର ମାରିଛି ।'

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jan 23, 2024, 9:07 AM IST

ABOUT THE AUTHOR

...view details