ଓଡିଶା

odisha

By ETV Bharat Odisha Team

Published : May 15, 2024, 6:48 PM IST

ETV Bharat / state

ସୋନପୁର ଆସନରେ ହେବ ଚର୍ତୁଃମୁଖୀ ଲଢେଇ: ରାଜନୈତିକ ସମୀକ୍ଷକ - sonepur assembly constituency

SONEPUR ASSEMBLY CONSTITUENCY: ସୋନପୁର ବିଧାନସଭା ଆସନରେ କିଏ ମାରିବ ବାଜି ? ରିପିଟ୍ ହେବେ କି ନିରଞ୍ଜନ ନାଁ ବଦଳିବେ ନେତା । ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ରାଜନୀତି ସମୀକ୍ଷକ ଶ୍ୟାମାଓମ୍ ପ୍ରସାଦ । ଅଧିକ ପଢନ୍ତୁ

ସୋନପୁର ଆସନରେ ହେବ ଚତୁଃର୍ମୁଖୀ ଲଢେଇ: ରାଜନୈତି ସମୀକ୍ଷକ
ସୋନପୁର ଆସନରେ ହେବ ଚତୁଃର୍ମୁଖୀ ଲଢେଇ: ରାଜନୈତି ସମୀକ୍ଷକ (ETV Bharat Odisha)

ସୋନପୁର ଆସନରେ ହେବ ଚତୁଃର୍ମୁଖୀ ଲଢେଇ: ରାଜନୈତି ସମୀକ୍ଷକ (ETV Bharat Odisha)

ସୁବର୍ଣ୍ଣପୁର:ଚଳିତ ନିର୍ବାଚନରେ ସଦର ସୋନପୁର ବିଧାନସଭା ଆସନରେ ଚତୁଃମୁଖୀ ଲଢେଇ ଦେଖିବାକୁ ମିଳିଛି । ମୋଟ 9 ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ବିଜେଡି, ବିଜେପି ,କଂଗ୍ରେସ ଓ କୋଶଲବାଦୀ ଚାଷୀ ନେତ୍ରୀଙ୍କ ଭିତରେ ଲଢେଇ ଜୋରଦାର ହେବା ନେଇ ଚର୍ଚ୍ଚା ହେଉଛି । ନାମାଙ୍କନ ବେଳେ ପ୍ରାର୍ଥୀମାନେ ନିଜର ଶକ୍ତି ସାମର୍ଥ୍ୟ ଦେଖାଇଥିବେ ବେଳେ ଏବେ ଗାଁରୁ ଗାଁ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ନେତା ।

ବର୍ତ୍ତମାନର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁଣି ଥରେ ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପରେ ବିଜେଡି ଶିବିରରେ ବେଶ ଉତ୍ସାହ ଲାଗି ରହିଛି । ନିର୍ବାଚନ ମଣ୍ଡଳୀ ପୁନଃର୍ଗଠନ ହୋଇ ଜିଲ୍ଲାର ବିନିକା ନିର୍ବାଚନ ମଣ୍ଡଳୀ ଉଠି ଯିବା ପରେ ଗତ 15 ବର୍ଷ ଧରି ବିନିକାର ପୂର୍ବତନ ବିଧାୟକ ନିରଞ୍ଜନ ପୂଜାରୀ ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ନିରଞ୍ଜନ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରି ଥିବାବେଳେ ଏବେ ସ୍ବାସ୍ଥ୍ୟ ମନ୍ତ୍ରୀ ଅଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ସେ ।

2019 ନିର୍ବାଚନରେ ନିରଞ୍ଜନ ପୂଜାରୀ ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କୁ 26 ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ନିରଞ୍ଜନ ପୂଜାରୀ 49 ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଅଶୋକ ପୂଜାରୀ 36 ପ୍ରତିଶତ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର 11 ପ୍ରତିଶତ ଭୋଟ ପାଇଥିଲେ । ନିରଞ୍ଜନ 99 ହଜାର 73 ଖଣ୍ଡ , ଅଶୋକ 73 ହଜାର 347 ଓ ଚିତ୍ତରଞ୍ଜନ 23 ହଜାର 326 ଖଣ୍ଡ ଭୋଟ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ....ଓଡିଶା ନିର୍ବାଚନ 2024: ଦ୍ବିତୀୟ ପର୍ଯ୍ୟାୟରେ 95 କୋଟିପତି ପ୍ରାର୍ଥୀ, ଟପ୍ 3ରେ ନବୀନ, 33% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା - ADR Report

ତେବେ ଚଳିତ ନିର୍ବାଚନରେ ବିଜେଡି ନିରଞ୍ଜନ ପୂଜାରୀଙ୍କୁ ଟିକଟ ଦେଇ ଥିବାବେଳେ ବିଜେପି ଅଶୋକ ପୂଜାରୀ, କଂଗ୍ରେସ ଯୁବ ନେତା ପ୍ରିୟବ୍ରତ ସାହୁଙ୍କୁ ପ୍ରାର୍ଥୀ କରିଛି । ସେହିପରି ସ୍ବାଧୀନ ଭାବେ ମୈଦାନକୁ ଓହ୍ଲାଇଛନ୍ତି କୋଶଲବାଦୀ ଚାଷୀ ନେତ୍ରୀ ସୋନାଲି ବିଶି । ଏଥର ଏକ ପ୍ରକାର ଚତୁଃମୁଖୀ ଲଢେଇ ହେବ ବୋଲି କହିଛନ୍ତି ରାଜନୈତି ସମୀକ୍ଷକ ଶ୍ୟାମାଓମ୍ ପ୍ରସାଦ ମିଶ୍ର କହିଛନ୍ତି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details