ଓଡିଶା

odisha

ETV Bharat / state

ଅନୁଗୋଳର 1162 ବୁଥରେ ପଡିବ ଭୋଟ୍, ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ପାର୍ଟି - 3rd phase elections - 3RD PHASE ELECTIONS

ODISHA ASSEMBLY ELECTION 2024: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ତେବେ ଆଜି(ଶୁକ୍ରବାର) ଅନୁଗୋଳ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚଳିତ ହେଉଛି । ଅଧିକ ପଢନ୍ତୁ

ODISHA ASSEMBLY ELECTION 2024
ODISHA ASSEMBLY ELECTION 2024 (ETV Bharat Odisha)

By ETV Bharat Odisha Team

Published : May 24, 2024, 4:50 PM IST

ଅନୁଗୋଳ: ଜିଲ୍ଲାରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନୁଗୋଳ ସରକାରୀ ମହାବିଦ୍ୟାଳୟରୁ ଅନୁଗୋଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ କର୍ମଚାରୀ ଓ ପୋଲିସ ଇଭିଏମ ନେଇ ବିଭିନ୍ନ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି ।

ODISHA ASSEMBLY ELECTION 2024 (ETV Bharat Odisha)

ସେହିପରି ଆଠମଲ୍ଲିକ ପାଇଁ ଆଠମଲ୍ଲିକ କଲେଜ, ତାଳଚେର ପାଇଁ ତାଳଚେର କଲେଜ ଓ ପାଲଲହଡ଼ା ପାଇଁ ପାଲଲହଡା କଲେଜରୁ କର୍ମଚାରୀମାନେ ଇଭିଏମ ନେଇ ବାହିଛନ୍ତି । ଜିଲ୍ଲାରେ ଥିବା ପାଲଲହଡା, ତାଳଚେର, ଅନୁଗୋଳ, ଛେଣ୍ଡିପଦା ଓ ଆଠମଲ୍ଲିକ ଏହି ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୧୬୩ ଟି ମତଦାନ କେନ୍ଦ୍ରର ରହିଛି । ତେବେ ମତଦାନ ପାଇଁ ୬୯୭୮ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି । ମୋଟ ୯, ୭୮,୬୨୩ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ । ପାଲଲହଡାରେ ୧୭୮୫୨୮, ତାଳଚେରରେ ୧୬୪୨୪୯, ଅନୁଗୋଳରେ ୨୧୪୯୭୫, ଛେଣ୍ଡିପଦାରେ ୨୧୧୨୧୨ ଓ ଆଠମଲ୍ଲିକରେ ୨୦୯୬୫୯ ଜଣ ମତଦାତା ମତଦାନ କରିବାର ବ୍ୟବସ୍ଥା ରହିଛି । ମୋଟ ମତଦାତାଙ୍କ ମଧ୍ୟରୁ ୫,୦୩,୧୦୯ ଜଣ ପୁରୁଷ, ୪,୭୫,୩୭୪ ଜଣ ମହିଳା ଭୋଟର ରହିଥିବା ବେଳେ ୧୪୦ ଜଣ ତୃତୀୟଲିଙ୍ଗି ମତଦାତା ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:କିଏ ପିନ୍ଧିବ ପାଲଲହଡା ମୁକୁଟ; ଗଡ଼ ବଞ୍ଚାଇ ପାରିବ ବିଜେଡି ? ନା ବହିବ ପରିବର୍ତ୍ତନ ହାୱା - Pallahara Assembly constituency

ମୋଟ ମତଦାତାଙ୍କ ମଧ୍ୟରୁ ୭,୭୪୪ ଜଣ ସିନିୟର ସିଟିଜେନ, ଦିବ୍ୟାଙ୍ଗ ୧୧,୯୨୬ ଜଣ ଓ ୩୧,୧୪୨ଜଣ ଯୁବ ମତଦାତା ଅଛନ୍ତି । ସେହିପରି ମୋଟ ୧୧୬୩ଟି ମତଦାନ କେନ୍ଦ୍ର ମଧ୍ୟରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ୧୨ଟି ଲେଖାଏଁ ୬୦ଟି ସଖୀ ମତଦାନ କେନ୍ଦ୍ର ରହିଛି । ଯେଉଁଠି କେବଳ ମହିଳା ଅଧିକାର ମତଦାନ କେନ୍ଦ୍ରରେ ରହିବେ । ପ୍ରତି ନିର୍ବାଚନ ମଣ୍ଡଳୀରେ ୫ଟି ଲେଖାଏଁ ୨୫ଟି ଯୁବ ମତଦାନ କେନ୍ଦ୍ର ଯେଉଁଠି ୩୦ ବର୍ଷ ରୁ କମ ବୟସର ଅଧିକାରୀ ରହିବେ ଓ ୨ଟି ଦିବ୍ୟାଙ୍ଗ ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ମୋଟ ୨ଟି ଦିବ୍ୟଙ୍ଗ ମତଦାନ କେନ୍ଦ୍ର ରହିଛି । ମୋଟ ୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ପାଳଲହଡାରେ ୧୭ ଟି, ତାଳଚେରରେ ୨୦ଟି, ଅନୁଗୋଳରେ ୨୦ଟି, ଛେଣ୍ଡିପଦାରେ ୧୬ଟି ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ୧୭ଟି ଏହିପରି ମୋଟ ୮୭ଟି ଅତିସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି ।

ଏହି ସମସ୍ତ ଅତିସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ଶୃଙ୍ଖଳା ପାଇଁ ସିଏପିଏଫ (CAPF) ଯବାନ ମୁତୟନ କରାଯିବ । ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ ୫ ଜଣ ନିର୍ବାଚନ ଅଧିକାରୀ (Returning Officer), ୧୦ ଜଣ ଏଆରଓ, ୧୨୯ ମାଇକ୍ରୋ ପର୍ଯ୍ୟବେକ୍ଷକ, ୧୧୩ ଜଣ ସେକ୍ଟର ଅଧିକାରୀ ସମେତ ୬୩୭ ଅତିରିକ୍ତ (ରିଜର୍ଭ) ପୋଲିଂ କର୍ମଚାରୀ ଓ ୧୨ ଜଣ ଅତିରିକ୍ତ (ରିଜର୍ଭ) ସେକ୍ଟର ଅଧିକାରୀ ମଧ୍ୟ ରହିବେ ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details