ଓଡିଶା

odisha

ETV Bharat / state

ଓଡ଼ିଶା ବିଧାନସଭା ନିର୍ବାଚନ 2024; ଶନିବାର ଶେଷ ପର୍ଯ୍ୟାୟ ଲଢେଇ, ମୈଦାନରେ 394 ପ୍ରାର୍ଥୀ - Odisha Phase 4 Voting - ODISHA PHASE 4 VOTING

ODISHA PHASE 4 VOTING: ଶେଷ ପର୍ଯ୍ୟାୟରେ ଓଡ଼ିଶା ବିଧାନସଭା ନିର୍ବାଚନ 2024 । ମୈଦାନରେ 394 ବିଧାୟକ ପ୍ରାର୍ଥୀ ଥିବା ବେଳେ 42ଟି ଆସନରେ ପଡ଼ିବ ଭୋଟ୍‌ । ଅଧିକ ପଢନ୍ତୁ

ODISHA PHASE 4 VOTING
ODISHA PHASE 4 VOTING (ETV Bharat Odisha)

By ETV Bharat Odisha Team

Published : May 31, 2024, 9:00 PM IST

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନିର୍ବାଚନ 2024 । ଜୁନ 1 ଶନିବାର ଅନ୍ତିମ ପର୍ଯ୍ୟାୟ ଲଢେଇ । ରାଜ୍ୟରେ 42ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପଡ଼ିବ ଭୋଟ । ଏଥର ମୈଦାନରେ ଅଛନ୍ତି 394 ବିଧାୟକ ପ୍ରାର୍ଥୀ । 48 ଘଣ୍ଟା ପୂର୍ବରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଚଳିତ ନିର୍ବାଚନର ପ୍ରଚାର ମଧ୍ୟ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ଉତ୍ତର ଓ ଉପକୂଳ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ ଫାଇଟ୍‌ । ମୈଦାନରେ ବହୁ ହେଭିୱେଟ ମଧ୍ୟ ସାମିଲ ଅଛନ୍ତି । ଏହି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ନେତା ବାଛିବେ ଜନତା । ଏହାପରେ ଜୁନ 4ରେ ଭୋଟ ଗଣତି ।

ODISHA PHASE 4 VOTING (ETV Bharat Odisha)
ODISHA PHASE 4 VOTING (ETV Bharat Odisha)

ମୈଦାନରେ 394 ବିଧାୟକ ପ୍ରାର୍ଥୀ:ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ 394 ବିଧାୟକ ପ୍ରାର୍ଥୀଙ୍କ ଲାଗି ଭୋଟ ଦେବେ ମତାଦାତା । 394 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 333ଜଣ ପୁରୁଷ ଓ 61ଜଣ ମହିଳା ପାର୍ଥୀ ଅଛନ୍ତି । ଚତୁର୍ଥ ପର୍ଯ୍ୟାୟ ପାଇଁ 853 ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 759 ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ 78ଜଣ ପ୍ରତ୍ୟାଖ୍ୟାନ କରାଯାଇଥିଲା । 16 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଏବେ ମୈଦାନରେ 394 ବିଧାୟକ ପ୍ରାର୍ଥୀ ଅଛନ୍ତି ।

ODISHA PHASE 4 VOTING (ETV Bharat Odisha)
ODISHA PHASE 4 VOTING (ETV Bharat Odisha)
ODISHA PHASE 4 VOTING (ETV Bharat Odisha)

କୋଟିପତି ପ୍ରାର୍ଥୀ: 394 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ 121ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ମୁଖ୍ୟ 5 କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ଶୀର୍ଷରେ 135କୋଟି ସମ୍ପତ୍ତି ସହ ବସ୍ତା ବିଜେଡି ବିଧାୟକ ପ୍ରାର୍ଥିନୀ ସୁବାସିନୀ ଜେନା ଅଛନ୍ତି । ସିମୂଳିଆ ବିଜେଡି ବିଧାୟକ ପ୍ରାର୍ଥିନୀ ସୁବାସିନୀ ସାହୁଙ୍କ ସମ୍ପତ୍ତିର ମୂଲ୍ୟ 91କୋଟି ଥିବା ବେଳେ ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପତ୍ତିର ମୂଲ୍ୟ 86କୋଟି ରହିଛି । ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକଙ୍କ ସମ୍ପତ୍ତି 38 କୋଟି ଥିବା ବେଳେ ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମ୍ପତ୍ତିର ମୂଲ୍ୟ 26କୋଟି ରହିଛି ।

ODISHA PHASE 4 VOTING (ETV Bharat Odisha)
ODISHA PHASE 4 VOTING (ETV Bharat Odisha)

ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ:394 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 96 ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ପାଟକୁରା କଂଗ୍ରେସ ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା ରହିଛି । ସେହିପରି କେନ୍ଦ୍ରାପଡ଼ା ଆଳି ବିଜେପି ବିଧାୟକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବିରୋଧରେ 18ଟି ସଙ୍ଗୀନ ଆଇପିସି ଧାରା ରହିଛି । ମୟୂରଭଞ୍ଜ ମୋରଡ଼ା ବିଜେପି ବିଧାୟକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ 15ଟି ମାମଲା ରହିଛି । ଭଦ୍ରକ ବାସୁଦେବପୁର ବିଜେପି ବିଧାୟକ ବାଣୀକଲ୍ୟାଣ ମହାନ୍ତିଙ୍କ ବିରୋଧରେ 13ଟି ମାମଲା ରହିଛି । ପୁରୀ ନିମାପଡ଼ା ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡାଙ୍କ ବିରୋଧରେ 9ଟି ଅପରାଧିକ ମାମଲା ରହିଛି ।

ODISHA PHASE 4 VOTING (ETV Bharat Odisha)

ଶିକ୍ଷାଗତ ଯୋଗ୍ୟତା:- ଶେଷ ପର୍ଯ୍ୟାୟରେ ମୈଦାନରେ ଥିବା ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆଲୋଚନା କଲେ 3ଜଣ ସାକ୍ଷର ଥିବା ବେଳେ 9ଜଣ ପଞ୍ଚମ ପାସ୍‌, 19ଜଣ ଅଷ୍ଟମ ପାସ୍‌, 68ଜଣ ଦଶମ ପାସ୍‌, 53ଜଣ ଦ୍ବାଦଶ ପାସ୍‌, 92ଜଣ ସ୍ନାତକ ପାସ୍‌, 54ଜଣ ବୃତ୍ତିଗତ ସ୍ନାତକ, 68ଜଣ ସ୍ନାତକୋତ୍ତର, 6ଜଣ ଡକ୍ଟରେଟ, 22ଜଣ ଡିପ୍ଲୋମା ଡିଗ୍ରୀଧାରୀ ରହିଛନ୍ତି ।

Key Candidates (ETV Bharat Odisha)
KEY CANDIDATES (ETV Bharat Odisha)

ପ୍ରମୁଖ ଆସନ ଓ ପ୍ରାର୍ଥୀ:-ଏହି ପର୍ଯ୍ୟାୟରେ ପ୍ରମୁଖ ଆସନ ମଧ୍ୟରେ ରହିଛି ଭଣ୍ଡାରିପୋଖରୀ, କେନ୍ଦ୍ରାପଡ଼ା, ପାରାଦ୍ବୀପ ଓ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ । ସେହିପରି ପ୍ରମୁଖ ପ୍ରାର୍ଥୀଙ୍କ ତାଲିକା ଦେଖିଲେ ବସ୍ତା ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନା, ସିମୂଳିଆ ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁ, ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ, ସୁକିନ୍ଦା ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ, ଆଳି ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ, ପାରାଦ୍ବୀପ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳି ରାଉତରାୟ, ସାଲେପୁର ବିଜେପି ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟ, ବିଞ୍ଝାରପୁର ବିଜେଡି ପ୍ରାର୍ଥିନୀ ତଥା ବାଚସ୍ପତି ପ୍ରମିଳା ମଲ୍ଲିକ, କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା, ବଡ଼ଚଣା ବିଧାୟକ ପ୍ରାର୍ଥିନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଚାନ୍ଦବାଲି ବିଜେପି ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମହାକାଳପଡ଼ା ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସାରସକଣା ବିଧାୟକ ପ୍ରାର୍ଥିନୀ ଅଞ୍ଜଳୀ ସୋରେନ ରହିଛନ୍ତି ।

ODISHA PHASE 4 VOTING (ETV Bharat Odisha)
ODISHA PHASE 4 VOTING (ETV Bharat Odisha)

ପଢନ୍ତୁ ନିର୍ବାଚନ ସମ୍ପର୍କିତ ଅନ୍ୟ କିଛି ଖବର

ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ ଏକଜିଟ୍‌ ପୋଲ ଓ ଓପିନିଅନ ପୋଲ, କଣ ଏହି ସର୍ଭେର ପୂରା କାହାଣୀ ? ଜାଣନ୍ତୁ

କାହାର ହେବ ଉତ୍ତର-ଉପକୂଳ : 2019ରେ 4-2 ଥିଲେ ବିଜେଡି-ବିଜେପି, ଏଥର ହେବ କି ଫଟୋ ଫିନିସ୍ ?

ପ୍ରଚାରରେ ଲାଗିଲା ବିରାମ; ଦିନକ ପରେ ଶେଷ ପର୍ଯ୍ୟାୟ ଲଢେଇ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details