ଭଦ୍ରକ:ସରଗରମ ହୋଇଛି ଭଦ୍ରକ ଚାନ୍ଦବାଲି ରାଜନୀତି । ଏଥର ଚାନ୍ଦବାଲିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଅମିୟ ମହାପାତ୍ର । ଚଳିତ ନିର୍ବାଚନରେ କିଭଳି କଂଗ୍ରେସ ଭଲ ପ୍ରଦର୍ଶନ କରିବ ସେନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନୀତି । ତେଣୁ ସେ ତିହିଡି ବ୍ଲକ ପୀରହାଟ ଠାରେ କର୍ମୀମାନଙ୍କୁ ଭେଟି ନିର୍ବାଚନୀ କସରତ ସମ୍ପର୍କରେ ଆଲୋଚନା କରିଛନ୍ତି ।
ତେବେ 2014 ନିର୍ବାଚନରେ ଯେଉଁ ପରିମାଣରେ ସମର୍ଥନ ମିଳିଥିଲା, 2019 ନିର୍ବାଚନରେ ଯଦିଓ ଆଶାନୁରୂପ ବଦଳରେ କମ୍ ମିଳିଥିଲା । ହେଲେ ପରିବର୍ତ୍ତନ ସ୍ୱରରେ ଏଥର ଭୋଟ ହାର ବୃଦ୍ଧି ପାଇବ ବୋଲି ଆଶାବାଦୀ ଅଛନ୍ତି ଅମିୟ । ସେହିପରି ଅମିୟ କହିଛନ୍ତି ଯେ, ଦଳ ମଧ୍ୟରେ କୌଣସି ବାଦାବିବାଦ ନାହିଁ କେତେକ ନିର୍ଦ୍ଦଷ୍ଟ ନିନ୍ଦୁକ ଦଳକୁ ବଦନାମ କରିବା ଉଦ୍ଦେଶ୍ୟରେ ଦଳୀୟ କନ୍ଦଳ ଥିବା ଆକ୍ଷେପ କରୁଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିକାଶର ଲକ୍ଷ୍ୟ ନେଇ ଦଳ ପ୍ରଚାର ମୈଦାନରେ ଓହ୍ଲାଇଛୁ । ଉଭୟ ବିଜେଡି ଓ ବିଜେପିକୁ ସେ କଡା ଟକ୍କର ଦେବାକୁ ପ୍ରସ୍ତୁତ ଅଛୁ । ପ୍ରକାଶ ଥାଉ କି ପ୍ରତିପକ୍ଷଙ୍କୁ ମୁକାବିଲା କରିବା ପାଇଁ ବିଳମ୍ବ ହେଲେ ମଧ୍ୟ ଦଳ ପକ୍ଷରୁ ଅମିୟଙ୍କୁ ନିର୍ବାଚନୀ ମୈଦାନରେ ପାଦ ଥାପିବାକୁ ସୁଯୋଗ ଦିଆଯାଇଛି ।