ଓଡିଶା

odisha

ETV Bharat / state

ଜୟଦେବ ରାଜନୀତି ଗୋଳିଆ, ମେଳି ବାନ୍ଧିଲେ ସତ୍ୟପ୍ରିୟ - jayadev assembly constituency - JAYADEV ASSEMBLY CONSTITUENCY

JAYADEV ASSEMBLY CONSTITUENCY: ଜୟଦେବ ନିର୍ବାଚନୀ ମଣ୍ଡଳୀରେ ବିଜେପି ପାଇଁ ଅଡୁଆ ହୋଇଛି ଟିକଟ ବିବାଦ । ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରତି ବଢୁଛି ଅଡ଼ୁଆ । ସ୍ବାଧିନରୁ ଲଢିବେ କି ସତ୍ୟପ୍ରିୟ ବେହେରା ? ଅଧିକ ପଢନ୍ତୁ

ଜୟଦେବ ରାଜନୀତି ଗୋଳିଆ, ମେଳି ବାନ୍ଦିଲେ ସତ୍ୟପ୍ରିୟ
ଜୟଦେବ ରାଜନୀତି ଗୋଳିଆ, ମେଳି ବାନ୍ଦିଲେ ସତ୍ୟପ୍ରିୟ

By ETV Bharat Odisha Team

Published : Apr 21, 2024, 7:22 PM IST

ଜୟଦେବ ରାଜନୀତି ଗୋଳିଆ, ମେଳି ବାନ୍ଦିଲେ ସତ୍ୟପ୍ରିୟ

ନିଆଳି: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଗୋଳିଆ ହେବାରେ ଲାଗିଛି ଜୟଦେବ ବିଧାନସଭା ଆସନର ପାଣିପାଗ । ଏହି ଆସନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଦେଖା ଦେଇଛି ଦଳୀୟ ଅସନ୍ତୋଷ । ଏହାରି ଭିତରେ ବିଜେପିରେ ଦେଖାଦେଇଛି ବିଦ୍ରୋହ । ବିଜେପି ବିଜେଡିରୁ ଆମଦାନୀ ହୋଇଥିବା ନେତା ଅରବିନ୍ଦ ଢ଼ାଲିଙ୍କୁ ପ୍ରାର୍ଥୀ କରିଥିବାବେଳେ ଦଳର ଅନ୍ୟ ଆଶାୟୀ କରିଛନ୍ତି ବିରୋଧ । ଯାହାକୁ ନେଇ ଆଶାୟୀଙ୍କ ଠାରୁ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ଆଶାୟୀଙ୍କ ମଧ୍ୟରେ ରହିଥିବା ଯୁବ ନେତା ତଥା ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା କର୍ମୀ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି । ସେ ବିଭିନ୍ନ ପଞ୍ଚାୟତରେ ତାଙ୍କର ସଭା,ସମିତି ଇତ୍ୟାଦି ଜାରି ରହିଛି । ଏଥିରେ ଅନ୍ୟ ଦଳର କର୍ମୀ ମଧ୍ୟ ସାମିଲ ହେଉଥିବା ସୂଚନା ମିଳିଛି । ଗତ ପାଞ୍ଚ ବର୍ଷ ହେବ ଜୟଦେବରେ ବିଭିନ୍ନ ସମସ୍ୟା ସହିତ ସାମିଲ ହେବା ସହ ଲୋକଙ୍କୁ ସହାୟତାର ହାତ ବଢାଇଥିଲେ ସେ ।

ଆଜି ଖୋର୍ଦ୍ଧା ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତରେ ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ କରି ସତ୍ୟପ୍ରିୟ ବେହେରା ବଳ ଗୋଟାଇଛନ୍ତି । ସତ୍ୟପ୍ରିୟଙ୍କ ସମର୍ଥକ କହିବା କଥା ଭୁବନେଶ୍ୱର ଲୋକସଭା ଅଧିନରେ ଥିବା ଜୟଦେବ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେପି ନେତୃତ୍ୱ ବୃନ୍ଦ ପ୍ରାର୍ଥୀ ପରିବର୍ତ୍ତନ କରନ୍ତୁ ନ ହେଲେ ସତ୍ୟପ୍ରିୟ ବେହେରା ସ୍ବାଧିନ ଭାବରେ ଜୟଦେବରୁ ଲଢିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଆଗାମୀ ଦିନରେ ଜୟଦେବର ୩୩ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ସତ୍ୟପ୍ରିୟ । ତେବେ ଜୟଦେବରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ ହେଉଛି କି ସତ୍ୟପ୍ରିୟ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି । ତାହା ସମୟ ହିଁ କହିବ କିନ୍ତୁ ଯଦି ସତ୍ୟପ୍ରିୟ ବେହେରା ସ୍ବାଧିନ ପ୍ରାର୍ଥୀ ଭାବରେ ଜୟଦେବରରୁ ଲଢନ୍ତି, ତେବେ ବିଜେପି ଦଳ ପାଇଁ ବୁମେରାଂ ପାଲଟି ପାରେ ବୋଲି ଚର୍ଚ୍ଚା ହେଉଛି ।


ଏହା ମଧ୍ୟ ପଢନ୍ତୁ..... ଏପ୍ରିଲ 25ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ - Amit Shah Odisha Visit


ପ୍ରକାଶ ଯୋଗ୍ୟ ଯେ, ବିଜେପିରେ ଯୁବ ସଙ୍ଗଠକମାନେ ପ୍ରାର୍ଥୀ ହେବା ପାଇଁ ଆଶା ରଖି ଥିବାବେଳେ ବିଜେଡିରୁ ଆସି ବିଜେପିରେ ମିଶିଥିବା ଅରବିନ୍ଦ ଢ଼ାଲିଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି କଂଗ୍ରେସ ଜୟଦେବ ବିଧାୟକ ପ୍ରାର୍ଥୀ ଜୟନ୍ତ ଭୋଇଙ୍କୁ ଟିକେଟ କାଟି କଳାହାଣ୍ଡି ଜିଲ୍ଳାର କୃଷ୍ଣ ସରଗରିଆଙ୍କୁ ଟିକେଟ ଦେଇଛି । ସେହିପରି ବିଜେଡିରେ ଅନେକ ଆଶାୟୀ ଥିବାବେଳେ ନବକିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।‌

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details