ଭୁବନେଶ୍ବର: ଆରମ୍ଭ ହେଲା 'ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା । ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କରାଯାଉଛି ଉଦ୍ୟମ । ଭାଷା ସମ୍ମିଳନୀକୁ ନଜରରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି । ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡିଆ ଭାଷା ଅନ୍ୟତମ। ଓଡିଆ ଭାଷା ଏବଂ ସାହିତ୍ୟର ଇତିହାସ ସମୟ ସହିତ ଏକ ଆକର୍ଷଣୀୟ ଯାତ୍ରା ମଧ୍ୟ ରହିଛି । ଏହି ଯାତ୍ରା ମାଧ୍ୟମରେ ଭୁବନେଶ୍ୱର ମନ୍ଦିରରେ ଥିବା କୀର୍ତ୍ତିରାଜି, ଓଡ଼ିଶାର ଅତୀତ ଇତିହାସ ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିବାକୁ ପାଇବେ।
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆରମ୍ଭ ହେଉଛି ଏକାମ୍ର ଉତ୍ସବ। ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ କରାଯାଉଛି ଉଦ୍ୟମ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ୩ରୁ ୯ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ଆଧାରରେ ଜାନୁଆରୀରୁ ଆରମ୍ଭ ହୋଇଥିଲା ଏକାମ୍ର ୱାକ୍ସ । ଯେଉଁଥିରେ ନୂଆ କରି ଭାଷା ସମ୍ମିଳନୀ ପାଇଁ ' ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା ଯୋଡ଼ି ହୋଇଛି। ଆଜି ଏହି ପଦଯାତ୍ରା ପାଇଁ ଏକାମ୍ର ହାଟ ଠାରୁ ପର୍ଯ୍ୟଟକ ବାହାରି ଥିଲେ । ଭାଷାର ଉତ୍ପତି ଏବଂ ଲୋକକଥା ମାଧ୍ୟମରେ କିଭଳି ଭାଷାର ଉନ୍ନତି କରାଯଉଛି ସେ ବିଷୟ ଲୋକଙ୍କ ପାଖରେ ପହଞ୍ଚାଇବା । ତେବେ ଏହି କାର୍ଯ୍ୟକ୍ରମ ଚାରିଦିନ ହେବାକୁ ଥିବା ବେଳେ ଅପରାହ୍ନ 2:30ରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ ।