ଓଡିଶା

odisha

By ETV Bharat Odisha Team

Published : 6 hours ago

ETV Bharat / state

ଅକ୍ଟୋବରରେ ଛୁଟି ହିଁ ଛୁଟି, ସ୍କୁଲ-କଲେଜ ବନ୍ଦ, ଦଶହରା ଓ ଦୀପାବଳି ମଜା ଉଠାଇବେ ଛାତ୍ରଛାତ୍ରୀ - October Month Holidays

October Holidays: ଅକ୍ଟୋବର ମାସରେ ଛୁଟିର ମାହୋଲ । ବନ୍ଦ ରହିବ ସ୍କୁଲ କଲେଜ । ଦଶହରା, ନବରାତ୍ରୀ ଏବଂ ଦୀପାବଳି ଉତ୍ସବର ଭରପୁର ମଜା ଉଠାଇବା ସହ ଛୁଟି କଟାଇବେ ଛାତ୍ରଛାତ୍ରୀ । ଏମାସ କେତେ ଦିନ ଛୁଟି, ଜାଣନ୍ତୁ...

OCTOBER HOLIDAYS
OCTOBER HOLIDAYS (ETV BHARAT ODISHA)

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଅକ୍ଟୋବର ମାସ । ମାସଟା ଯାକ କେବଳ ଛୁଟି ହିଁ ଛୁଟି । ପାର୍ବଣରେ ବୁଲା ବୁଲି କରିବା ସହ ଛୁଟିର ମଜା ନେବେ ସମସ୍ତେ । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ମାନେ ଛୁଟିକୁ ଉପଭୋଗ କରିବେ । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେବ ମାସର ପ୍ରଥମ ଛୁଟି । ଚଳିତ ମାସରେ ମାତ୍ର ୧୭ଟି କାର୍ଯ୍ୟ ଦିବସ ରହିଛି ।

ଛୁଟିରେ କଟିବ ଅକ୍ଟୋବର:

ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଚଳିତ ମାସରେ ଦୁର୍ଗାପୂଜା ସାଙ୍ଗକୁ ନବରାତ୍ରୀ ଏବଂ କାଳିପୂଜା ରହିଛି । ଦଶହରାରରେ ବୁଲାବୁଲି କରିବାକୁ ଓ କାଳିପୂଜା ଅର୍ଥାତ ଦୀପାବଳିରେ ବାଣ ଫୁଟାଇବାକୁ ଅନାଇ ବସିଥାନ୍ତି ସମସ୍ତେ । ସେହି ଦିନ ପାଖେଇ ଆସୁଥିବାରୁ ସ୍କୁଲ କଲେଜ ଛୁଟି ରହିବ । ଦଶହରା ପାଇଁ ଅକ୍ଟୋବର 9ରୁ 16 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଏଥିସହ ଗାନ୍ଧୀଜୟନ୍ତୀ ଓ ଦୀପାବଳିରେ ସ୍କୁଲ ଛୁଟି ରହିବ ।

october month holidays In Odisha (ETV Bharat Odisha)

ଚଳିତ ମାସରେ ୧୪ ଦିନ ଛୁଟି:

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକାଡେମୀକ କ୍ୟାଲେଣ୍ଡର 2024-25 ଅନୁସାରେ ଅକ୍ଟୋବର ମାସରେ ମାତ୍ର ୧୭ ଦିନ କାର୍ଯ୍ୟ ଦିବସ ରହିଛି । ବାକି ଦିନ ଛୁଟି ରହିଛି । ଅର୍ଥାତ ମାସର ଅଧା ଦିନ ଛୁଟି । ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଛୁଟି ରହିଥିବା ବେଳେ ଦଶହରା ଛୁଟି ୯ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ରହିଛି । ଏପରିକି ୩୧ ତାରିଖ ଦୀପାବଳି ପାଇଁ ମଧ୍ୟ ଛୁଟି ରହିଛି । ଏଥିରେ ୪ଟି ରବିବାର ମଧ୍ୟ ସାମିଲ ରହିଛି ବୋଲି ବିଭାଗ ପକ୍ଷରୁ ଏକାଡେମିକ କ୍ୟାଲେଣ୍ଡରରେ ପ୍ରକାଶ ପାଇଛି ।

  • ଚଳିତ ମାସର ଛୁଟି ତାଲିକା
  • ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଛୁଟି
  • ଅକ୍ଟୋବର ୬,୧୩ ,୨୦ ଓ ୨୭ ତାରିଖ ରବିବାର
  • ଅକ୍ଟୋବର ୯ରୁ ୧୭ ଦଶହରା ଛୁଟି
  • ଅକ୍ଟୋବର ୩୧ ଦୀପାବଳି ଛୁଟି
October Holidays (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମୋହନ ମାଝୀ ସରକାରଙ୍କ ବଡ ଘୋଷଣା; ସରୋଗେସି ପାଇଁ ସରକାରୀ ଛୁଟି - Surrogacy Leave

ଏହା ମଧ୍ୟ ପଢନ୍ତୁ-କର୍ମଚାରୀଙ୍କୁ ଖୁସି କରାଇଲେ ମୋଦି, ବଢାଇଲେ ସମସ୍ତଙ୍କ ମଜୁରୀ - Minimum wages hike

ଏହା ମଧ୍ୟ ପଢନ୍ତୁୃ-ଏହି ମଣ୍ଡପରେ ଆରମ୍ଭ ହୋଇଥିଲା ଦୁର୍ଗା ପୂଜା ପରମ୍ପରା, ଶୁଭେ ମା’ଙ୍କ ଘୁଙ୍ଗୁର ଶବ୍ଦ ! - Binod Bihari Puja Mandap

ଦଶହରା ଛୁଟିକୁ ନେଇ ପିଲା ଖୁସ୍ :

କଟକ ଦଶହରା ପ୍ରସିଦ୍ଧ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଦଶହରା ପର୍ବ ବେଶ ଜାକଜକମରେ ପାଳନ କରାଯାଇଥାଏ । ଦଶହରାର ମଜା ନେବାକୁ କିଏ ବନ୍ଧୁ ପରିଜନଙ୍କ ଘରକୁ ଯାଇଥାଏ ତ ଆଉ କିଏ ବାହାରକୁ ବୁଲାବୁଲି କରିବାକୁ । କାହିଁକି ନା ଏହି ସମୟରେ ଲମ୍ବା ଛୁଟି ମିଳିଥାଏ । ବିଶେଷ କରି ସ୍କୁଲ ପିଲାମାନେ ଅଧିକ ଖୁସି ଥାଆନ୍ତି । ଧାନକଟା ଛୁଟି ପରେ ଲମ୍ବା ସମୟ ପାଇଁ ଦଶହରାରେ ଛୁଟି ମିଳିଥାଏ । ଦଶହରାରେ ନୂଆ ଡ୍ରେସ ପିନ୍ଧି ବୁଲା ବୁଲି କରିବା ସହ ମେଢ଼ ଦେଖାକୁ ନେଇ ପିଲାଙ୍କ ମନରେ ଉତ୍ସାହ ଭାରି ରହିଛି । ଛୁଟି ଦିନର ମାମୁଁ ଘର ବୁଲିଯିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି କହିଛନ୍ତି ଛାତ୍ର ଛାତ୍ରୀ।

ପରୀକ୍ଷା ପାଇଁ ପ୍ରସ୍ତୁତି:

ଛୁଟି ଦିନକୁ ନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ମଙ୍ଗରାଜ କହିଛନ୍ତି , ''ଦଶହରା ଛୁଟି ସବୁଠାରୁ ବଡ ଛୁଟି ଅଛି । ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ୧୮ରେ ସ୍କୁଲ ଖୋଲିବ । ଅକ୍ଟୋବର ୩ ତାରିଖରୁ ୮ ତାରିଖ ମଧ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ । ଏହାପରେ ଦଶହରା ଛୁଟି ରହିଛି ।

ଜଣେ ଛାତ୍ର କହିଛନ୍ତି, '' ଦଶହରା ଛୁଟିରେ ଆମେ ବୁଲାବୁଲି କରିବୁ ଓ ଦେବୀ ଦୁର୍ଗା ମାଆଙ୍କ ଦର୍ଶନ କରିବୁ । ପରେ ଆନୁଆଲ ପରୀକ୍ଷା ପାଇଁ ପଢାପଢି କରିବୁ । ଛୁଟିରେ ମୋର ପ୍ରୋଜେକ୍ଟ କିରବି । ଛୁଟିରେ ବୁଲିବା ସହ ପାଠପଢାରେ ମନ ଦେବି । ''

ନଭେମ୍ବରର କେତେ ଦିନ ଛୁଟି ?

ନଭେମ୍ବର ମାସରେ ୨୩ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଡିସେମ୍ବର ମାସରେ ୧୮ ଟି, 2025 ଜାନୁଆରୀ ମାସରେ ୨୨, ଫେବୃଆରୀରେ ୨୩ ଓ ମାର୍ଚ୍ଚରେ ୨୧ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି । ଅର୍ଥାତ ମାସର ଅନ୍ୟ ଦିନଗୁଡ଼ିକ ଛୁଟି ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details