ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ଚଢାଉ - Pradeep Rath in vigilance scanner - PRADEEP RATH IN VIGILANCE SCANNER

OBCC Additional chief engineer Pradeep Rath in vigilance scanner: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । ବାଲେଶ୍ଵର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ମାମଲାରେ ଯାଞ୍ଚ ଜାରି ରହିଥିବା ବେଳେ ଆଜି ଓଡ଼ିଶା ବ୍ରିଜ ଆଣ୍ଡ୍ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟମନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ

Pradeep Rath
Pradeep Rath (ETV Bharat Odisha)

By ETV Bharat Odisha Team

Published : Aug 5, 2024, 3:17 PM IST

ଭୁବନେଶ୍ୱର/ଯାଜପୁର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ ।ବାଲେଶ୍ଵର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ମାମଲାରେ ଯାଞ୍ଚ ଜାରି ରହିଥିବା ବେଳେ ଆଜି ଓଡ଼ିଶା ବ୍ରିଜ ଆଣ୍ଡ୍ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟମନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ବାବୁଙ୍କ ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି ।

Pradeep Rath (ETV Bharat Odisha)

8ଟି ସ୍ଥାନରେ ଚାଲିଛି ଚଢାଉ:

ଆଜି (ସୋମବାର) ସକାଳୁ ଓଡ଼ିଶା ବ୍ରିଜ ଆଣ୍ଡ୍ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟମନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, କଟକ, ଯାଜପୁର ଓ ଭଦ୍ରକରେ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସର ୮ଟି ଟିମ୍ ଏକକାଳୀନ ଭାବେ ୮ଟି ସ୍ଥାନରେ ଚଢାଉ କରିଛନ୍ତି । ଯାଜପୁରର ବ୍ୟାସନଗର ପୌର ପରିଷଦର ବିଭିନ୍ନ ଅଞ୍ଚଳରେ ଭିଜିଲାନ୍ସର ଚଢ଼ାଉ ରହିଛି l

ଏହାମଧ୍ୟ ପଢନ୍ତୁ... ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ: ବାହାରୁଛି ପୁଳା ପୁଳା ଟଙ୍କା, ସମ୍ପତ୍ତି ଦେଖି ତାଜୁବ ଅଧିକାରୀ - Vigilance raid in Balasore

ଯନ୍ତ୍ରୀଙ୍କ 38 ପ୍ଲଟ !

ଭିଜିଲାନ୍ସ ଡିଏସପି ଅନୁଶୟା ସେନାପତିଙ୍କ ନେତୃତ୍ୱରେ ଏକ 5ଜଣିଆ ଟିମ ଯାଜପୁର ଜିଲ୍ଲାର ବ୍ୟାସନଗର ସହର ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛନ୍ତି l ବିଶେଷ ଭାବରେ ପାଣିକୋଇଲି ଥାନା ତାଲୁଙ୍ଗା ଛକ ସ୍ଥିତ ଏକ ପ୍ଲଟ ଉପରେ ଟିମ ପକ୍ଷରୁ ଚଢ଼ାଉ କରାଯାଇ ଏହି ଜମିର ପରିମାଣ ମାପଚୁପ କରୁଥିବା ସୂଚନା ମିଳିଛି l ସେପଟେ ବ୍ୟାସନଗର ଅଞ୍ଚଳରେ ରଥଙ୍କର 38ଟି ପ୍ଲଟ ଥିବା ଭିଜିଲାନ୍ସ ଟିମ ଅନୁମାନ କରିଛନ୍ତି l

ନିକଟରେ ଜାଲରେ ପଡିଥିଲେ ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ

ନିକଟରେ ବାଲେଶ୍ଵର ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଭିଜିଲାନ୍ସ ଜାଲରେ ପଡିଥିଲେ । ତାଙ୍କ ଆଖି ଖୋସା ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ବିଭିନ୍ନ ସ୍ଥାନରେ ରେଡ ପରେ ମିଳିଥିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । 85ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ଏପରିକି ରାଜ୍ୟ ବାହାରେ ମଧ୍ୟ ପ୍ଲଟ ଥିଲା ଯନ୍ତ୍ରୀ ବାବୁଙ୍କ । ଏହାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ୱର/ ଯାଜପୁର

ABOUT THE AUTHOR

...view details