ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ନମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଫେବୃଆରୀ 15ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । 16 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । 20 ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । 27 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । 5ଟାରୁ ଭୋଟ ଗଣତି ଆରମ୍ଭ ହେବ । ଓଡ଼ିଶାର 3ଟି ଆସନ ପାଇଁ ହେବ ନିର୍ବାଚନ । ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେଡି ସାଂସଦ ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ, ଏହି ନିର୍ବାଚନ ହେବ । ଫେବୃଆରୀ 27ରେ 15ଟି ରାଜ୍ୟର 56 ରାଜ୍ୟସଭା ଆସନରେ ନିର୍ବାଚନ ହେବ ।
ଓଡିଶା ସମେତ 15ଟି ରାଜ୍ୟର 56ଟି ଆସନରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ଜାନୁଆରୀ 29 ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । 13ଟି ରାଜ୍ୟରେ ଏପ୍ରିଲ 2 ତାରିଖ ଓ 2ଟି ରାଜ୍ୟରେ ଏପ୍ରିଲ 3 ତାରିଖରେ ସରିବ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲା ନେତାଙ୍କ କାର୍ଯ୍ୟକାଳ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ରାଜ୍ୟରେ ଖାଲି ପଡୁଥିବା ତିନି ଆସନ ପାଇଁ ହେବ ନିର୍ବାଚନ । ଅଶ୍ବିନୀ ବୈଷ୍ଣବ, ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କର କାର୍ଯ୍ୟକାଳ ଏପ୍ରିଲ 3ରେ ସରିବାକୁ ଯାଉଛି ।