ଓଡିଶା

odisha

ETV Bharat / state

ଅବପାତ ପରେ ବଳ ଗୋଟାଉଛି ବାତ୍ୟା ‘ଦାନା’, ଉତ୍ତର ଓଡ଼ିଶାରେ ରହିବ ଅଧିକ ପ୍ରଭାବ: ମୃତ୍ୟୁଞ୍ଜୟ ମହାପାତ୍ର

ବାତ୍ୟା ଦାନା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହେବ । କାଲି ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ।

Cyclone Dana
Cyclone Dana (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ୱର: ବଳ ଗୋଟାଉଛି ବାତ୍ୟା ଦାନା । ଅବପାତରେ ପରିଣତ ହେବା ପରେ ଅଧିକ ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟା ବଳ ଗୋଟାଉଥିବା ବେଳେ ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ପାରାଦୀପ ଠାରୁ ୭୦୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଥୁବା ବେଳେ ସାଗରଦୀପରୁ ୭୫୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହେଉଛି ଅବପାତ ।

"ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ । କାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ । ପୁରୀରୁ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । ୨୪ ରାତି କିମ୍ବା ୨୫ ସକାଳେ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ । ଓଡ଼ିଶାର ସମସ୍ତ ବନ୍ଦର ପାଇଁ ଜାରି ହେଲା ଏକ ନମ୍ବର ବିପଦ ସଂକେତ । ୨୩ ରୁ ବଦଳିବ ପାଗ, ବଢିବ ବର୍ଷା । ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ," ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

IMD DG on Cyclone Dana (ETV Bharat Odisha)

ଏହା ବି ପଢନ୍ତୁ- ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ଏହା ବି ପଢନ୍ତୁ- ବାତ୍ୟା ‘ଦାନା’ରେ ଜିରୋ କାଜୁଆଲଟି ଲକ୍ଷ୍ୟରେ ଓଡ଼ିଶା ସରକାର, ୭୫୦ ରିଲିଫ ସେଣ୍ଟର-ଆଶ୍ରୟସ୍ଥଳୀ ପ୍ରସ୍ତୁତ

WEATHER UPDATE (ETV Bharat Odisha)

୨୩ ରୁ ବା ଆସନ୍ତାକାଲି ଠାରୁ ବର୍ଷା ହେବାକୁ ଥିବା ବେଳେ ୨୪ ଓ ୨୫ ତାରିଖରେ ବଢିବ ବର୍ଷାର ପରିମାଣ । ୨୩ ରେ ଯାଜପୁର, ପୁରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ରେ ପ୍ରବଳ ବର୍ଷା (୭ରୁ ୧୦ ସେମି )ର ସମ୍ଭାବନା ରହିଥିବା ବିଭାଗ ପୂର୍ବାନୁମାନ କରଛି ବିଭାଗ । ୨୪ ତାରିଖରେ ଭୀଷଣ ବର୍ଷା (୭ରୁ ୨୦ ସେମି ଓ ତା ଠାରୁ ଅଧିକ )ବର୍ଷା ହେବାକୁ ଥିବା ବେଳେ କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା ମୟୂରଭଞ୍ଜ ଓ ଜଗତସିଂହପୁର ୭ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ଵିଭାଗ । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨ ସେମି )କୁ ନେଇ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ,ପୁରୀ, ଗଂଜାମଙ୍କୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ।

ସେହିପରି ପ୍ରବଳ ବର୍ଷାକୁ ନେଇ ସୁନ୍ଦରଗଡ ଝାରସୁଗୁଡା ଦେଓଗଡ ସମ୍ବଲପୁର ସୋନପୁର ବୌଦ୍ଧ କନ୍ଧମାଳ ଓ ଗଜପତି ରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୫ ରେ ମୟୁରଭଞ୍ଜ ,କେନ୍ଦୁଝର ,ବାଲେଶ୍ୱର ଓ ଭଦ୍ରକ ରେ ଭୀଷଣ ବର୍ଷାକୁ ନେଇ ରେଡି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ସୁନ୍ଦରଗଡ ,ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ରାୟଗଡା,ଖୋର୍ଦ୍ଧା, ପୁରୀ ଓ ଗଂଜାମ କୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୬ ଓ ୨୭ ତାରିଖ ଯାଏ ବର୍ଷା ଲାଗିରହିବ । ସେପଟେ ସମୁଦ୍ର ଅଶାନ୍ତ ରହିବା ସହ ୨୬ ତାରିଖରେ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

WEATHER UPDATE (ETV Bharat Odisha)



ଅନ୍ୟପଟେ ୨୦ ରୁ ୩୦ ସେମି ବର୍ଷା ହେବାର ସମ୍ଭାବନା ଥିବା ବେଳେ ତଳିଆ ଅଂଚଳରେ ପାଣି ଜମିବା ସହ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ପରିସ୍ତିତୁ ସୃଷ୍ଟି ହୋଇପାରେ ବୋଲି ବିଭାଗ ଆକଳନ କରିଥିବା ବେଳେ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହାସହ କଚା ଘର ପଡିବା ସହ ଅମଳ ଚାଷରେ ପାଣି ପଶିବାର ସମ୍ଭାବନା ରହିଥିବା ବେଳେ ଏଥିପ୍ରତି ମଧ୍ୟ ବର୍ଷା ଆରମ୍ଭ ପୂର୍ବରୁ ସତର୍କତା ଅବଲମ୍ବନ ପାଇଁ ବିଭାଗ ପରାମର୍ଶ ଦେଇଛି ।

WEATHER UPDATE (ETV Bharat Odisha)

ABOUT THE AUTHOR

...view details