ଓଡିଶା

odisha

ETV Bharat / state

ଖରାର ରାଜୁତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ବଲାଙ୍ଗୀରବାସୀ - Power Cut - POWER CUT

Power Cut In Balangir: ପ୍ରବଳ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ । ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ବଲାଙ୍ଗୀରବାସୀଙ୍କ ଜୀବନକୁ ଦୁର୍ବିଶହ କରିପକାଇଛି । ଅଧିକ ପଢ଼ନ୍ତୁ

ଖରାର ରାଜୁତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ବଲାଙ୍ଗୀରବାସୀ
ଖରାର ରାଜୁତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ବଲାଙ୍ଗୀରବାସୀ (ETV Bharat Odisha)

By ETV Bharat Odisha Team

Published : Jun 2, 2024, 6:38 PM IST

ବଲାଙ୍ଗୀର:ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ପଶ୍ଚିମ ଓଡ଼ିଶା । ଆଉ ଏତିକି ବେଳେ ଦାଉ ସାଜିଛି ଘନଘନ ଅଘୋଷିତ ବିଦ୍ୟୁତ କାଟ । ଖରା ତାତି ସାଙ୍ଗକୁ ବିଦ୍ୟୁତ କାଟ ବଲାଙ୍ଗୀରବାସୀଙ୍କ ଜୀବନକୁ ଦୁର୍ବିଶହ କରିପକାଇଛି । ସେପଟେ ରାଜ୍ୟ ସରକାର ପୁଣିଥରେ ସରକାରକୁ ଆସିଲେ ଜୁଲାଇ ମାସରୁ ମାଗଣା ବିଜୁଳି ଯୋଗାଇବା ପାଇଁ କହିଛନ୍ତି । କିନ୍ତୁ ଟଙ୍କା ଦେଇ ବିଜୁଳି ଠିକରେ ମିଳୁନଥିବା ବେଳେ ଆଗକୁ ମାଗଣା ବିଦ୍ୟୁତ୍ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି ବଲାଙ୍ଗୀରବାସୀ ।

ଖରାର ରାଜୁତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ବଲାଙ୍ଗୀରବାସୀ (ETV Bharat Odisha)


ବଲାଙ୍ଗୀରରେ ଏବେ ଖରାର ରାଜୁତି ଚାଲିଛି । ଲୋକେ ଖରା ଓ ଗରମରୁ ଯେତେ ଅତିଷ୍ଠ ହୋଇଛନ୍ତି ତାଠାରୁ ଅଧିକ ଦୁଃଖ ଦେଇଛି ବିଜୁଳି ସମସ୍ୟା । ଦିନ ହେଉ ବା ରାତି କୌଣସି ସମୟ କିମ୍ବା ନିର୍ଘଣ୍ଟ ନାହିଁ । ସବୁବେଳେ ବିଦ୍ୟୁତ୍ କାଟ ସାଧାରଣ ହୋଇଛି । ଦିନ ବେଳା ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ପଙ୍ଖା, କୁଳର ଓ ଏସି ଆବଶ୍ୟକ ଥିବା ବେଳେ ତାହା ବିଦ୍ୟୁତ୍ କାଟ ଯୋଗୁଁ ଖତ ଖାଉଛି । ସେହିପରି ସନ୍ଧ୍ୟା ଓ ରାତିରେ ସହର ଘୋର ଅନ୍ଧକାର ମଧ୍ୟରେ ରହୁଛି । ଆଧୁନିକ ବଲାଙ୍ଗୀର ସହର ସତେ ଯେମିତି କୌଣସି ଅନୁନ୍ନତ ଅଞ୍ଚଳ ଭଳି ପ୍ରତିତ ହେଉଛି । ତେବେ ବିଦ୍ୟୁତ୍ ବିଭାଗ ଟାଟା ପାୱାରର ମନମାନି ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ଅଭିଯୋଗ କରିଛନ୍ତି ବଲାଙ୍ଗୀରବାସୀ । ଗ୍ରୀଷ୍ମ ପ୍ରବାହରୁ ଅସ୍ତବ୍ୟସ୍ତ ଥିବା ଲୋକ ବିଦ୍ୟୁତ୍ କାଟ ଯୋଗୁଁ ଆହୁରି ଦୁଃଖ ଭୋଗୁଛନ୍ତି । ଘରେ ସବୁ ସୁବିଧା ଥାଇ ମଧ୍ୟ ଲୋକେ 45 ଡିଗ୍ରୀ ଭଳି ଗରମ ଗୁଳୁଗୁଳିରେ ବିନା ବିଦ୍ୟୁତରେ ନାହିଁ ନ ଥିବା ସମସ୍ୟା ଭୋଗୁଥିବାର କହିଛନ୍ତି ।

ସେହିପରି ବିଦ୍ୟୁତ୍ କାଟ ଯୋଗୁଁ ପାଣି ସୁବିଧା ଠାରୁ ନେଇ ଦୈନଦିନ ଘରୋଇ ଓ ଜରୁରୀ କାମ ଠପ୍ ଥିବା କହିଛନ୍ତି ବଲାଙ୍ଗୀରବାସୀ । ଅଧିକ ଟଙ୍କାର ବିଲ ଆସୁଥିବା ବେଳେ ପୈଠ କରିବାରେ ଦିନ ବିଳମ୍ବ ହେଲେ ଏମାନେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଉଛି । ହେଲେ ଟଙ୍କା ନେଇ ଉପଭୋକ୍ତାଙ୍କୁ ସେବା ଦେବାରେ କମ୍ପାନୀ ସମ୍ପୂର୍ଣ୍ଣ ବିଫଳ ହୋଇଥିବାର ଅଭିଯୋଗ ଆଣିଛନ୍ତି । ସେହିପରି ଆଗକୁ ଜୁଲାଇ ମାସରୁ ସରକାର ମାଗଣା ବିଜୁଳି କଥା କହୁଥିବା ବେଳେ ଲୋକେ ଏଭଳି ସ୍ଥିତିରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଟଙ୍କା ଦେଇ ବିଜୁଳି ଠିକରେ ପାଉ ନ ଥିବା ବେଳେ ମାଗଣା ବିଜୁଳି କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ପ୍ରବଳ ଗରମକୁ ଗୁଳୁଗୁଳି, ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ - SAMBALPUR HEAT WAVE

ସେପଟେ ଘନଘନ ବିଦ୍ୟୁତ୍ କାଟକୁ ନେଇ ବଲାଙ୍ଗୀର ପୌର ପ୍ରଶାସନ ମଧ୍ୟ ଟାଟା ପାୱାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଭଳି ଗରମ ସମୟରେ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି କରିଛନ୍ତି । ଏହି ସମସ୍ୟାର ଶୀଘ୍ର ସମାଧାନ କରି ବିଦ୍ୟୁତ୍ କାଟ ବନ୍ଦ କରିବାକୁ ଦାବି କରିଛନ୍ତି । ସେପଟେ ଟାଟା ପାୱାର ଅଧିକାରୀ ନିଜେ ଏହି ବିଦ୍ୟୁତ୍ କାଟକୁ ସ୍ବୀକାର କରିଛନ୍ତି । ବିଦ୍ୟୁତ୍ କାଟ ନୁହେଁ ଏହା ବିଦ୍ୟୁତ୍ ବିଭ୍ରାଟ ବୋଲି ସେ କହିଛନ୍ତି । ତେବେ ବିଦ୍ୟୁତ୍ ବିଭ୍ରାଟ ଅଛି ଓ ଏହି ସପ୍ତାହରେ ଏହା ବଢ଼ିଛି ବୋଲି ସେ ସ୍ୱୀକାର କରିଛନ୍ତି । ବିଦ୍ୟୁତ୍ ବିଭ୍ରାଟ ସାମୟିକ ଥିବା ବେଳେ ଏହାକୁ ଶୀଘ୍ର ଠିକ୍ କରାଯିବ ବୋଲି କହିଛନ୍ତି । ସେହିପରି ହେଲ୍ପ ଲାଇନ୍ ନମ୍ୱର୍ ଅଛି ଓ ସେମାନେ ଏଥିରେ ଆପତ୍ତି ପାଇବା ପରେ କାର୍ଯ୍ୟାନୁଷ୍ଠାନ ନେଉଥିବାର ଥିବାର କହିଛନ୍ତି । କୌଣସି ଅଭିଯୋଗ 3ରୁ 4ଘଣ୍ଟା ବିଳମ୍ବ ହେଲେ ଲୋକେ ସିଧାସଳଖ ତାଙ୍କୁ ଫୋନରେ ଯୋଗାଯୋଗ କରି ପାରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details