ଓଡିଶା

odisha

By ETV Bharat Odisha Team

Published : Apr 11, 2024, 6:57 AM IST

ETV Bharat / state

ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରାକୁ ନା, କଟକଣା ବଳବତ୍ତର - PROCESSION RESTRICTION

No Religious Procession In Sambalpur:ଜିଲ୍ଲା ପ୍ରଶାସନ ଏ ବର୍ଷ ମଧ୍ୟ ସମ୍ବଲପୁରରେ କୌଣସି ଧାର୍ମିକ ଶୋଭାଯାତ୍ରାକୁ ଅନୁୁମତି ଦେବାକୁ ମନା କରି ଦେଇଛି । ଗତ ବର୍ଷ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ଓ ଜଳାପୋଡା ହୋଇଥିଲା । ଅଧିକ ପଢନ୍ତୁ

ଏ ବର୍ଷ ବି ହେବନି ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା, କଟକଣାକୁ ବଲବତ୍ତର ରଖିଲା ଜିଲ୍ଲା ପ୍ରଶାସନ
ଏ ବର୍ଷ ବି ହେବନି ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା, କଟକଣାକୁ ବଲବତ୍ତର ରଖିଲା ଜିଲ୍ଲା ପ୍ରଶାସନ

ଏ ବର୍ଷ ବି ହେବନି ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା, କଟକଣାକୁ ବଲବତ୍ତର ରଖିଲା ଜିଲ୍ଲା ପ୍ରଶାସନ

ସମ୍ବଲପୁର: ଚଳିତ ବର୍ଷ ବି ସମ୍ବଲପୁରରେ ହେବନି କୌଣସି ଧାର୍ମିକ ଶୋଭାଯାତ୍ରା । ଗତବର୍ଷରେ ଲଗାଇଥିବା ରୋକକୁ ବଳବତ୍ତର ରଖିଲା ଜିଲ୍ଲା ପ୍ରଶାସନ । ଆଗକୁ ରାମ ନବମୀ, ହନୁମାନ ଜନ୍ମ ଉତ୍ସବ ପରି ପର୍ବ ଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି । ଆସନ୍ତା 14 ତାରିଖରେ ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପ୍ରତ୍ୟେକ ବର୍ଷ ମହା ଆଡମ୍ବରରେ ପାଳିତ ହୋଇଥାଏ । ତେବେ ଗତ ବର୍ଷ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ଓ ଜଳାପୋଡା ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ଗତବର୍ଷ ଠାରୁ ସମ୍ବଲପୁରରେ କୌଣସି ଧାର୍ମିକ ଶୋଭାଯାତ୍ର ହୋଇ ପାରିବନି ବୋଲି ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ଚଳିତ ଥର ମଧ୍ୟ ବଲବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି । ଲୋକେ ନିଜ ନିଜ ଘରେ ଓ ମନ୍ଦିର ଭିତରେ ଶାନ୍ତି ଶୃଙ୍ଖଳାର ସହ ଶ୍ରୀରାମ ନବମୀ, ହନୁମାନ ଜୟନ୍ତୀ ପାଳନ କରନ୍ତୁ ବୋଲି ଜିଲ୍ଲାପାଳ ଅପିଲ କରିଛନ୍ତି । ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡେଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଷ୍ଟ୍ରଙ୍ଗରୁମରେ ଇଭିଏମ୍‌; ସୁରକ୍ଷା ବ୍ୟବସ୍ଥା କଡାକଡି - Election 2024

ସୂଚନାଯୋଗ୍ୟ ଯେ ଗତ ବର୍ଷ ଏପ୍ରିଲ 12 ତାରିଖରେ ହନୁମାନ ଜୟନ୍ତୀ ଅବସରରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲି ସହରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଦେଇ ଯାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଭୟଙ୍କର ପଥର ମାଡ଼ କରାଯାଇଥିଲା । ଏହି ପଥର ମାଡ଼ରେ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ଓ ହନୁମାନ ଜୟନ୍ତୀ ସମନ୍ବୟ ସମିତିର ପ୍ରମୁଖ ସଦସ୍ୟ ଦାମୋଦର କର ଗୁରୁତର ଆହତ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ । ଏହା ପରେ ଏପ୍ରିଲ 14 ତାରିଖରେ ହନୁମାନ ଜୟନ୍ତୀ ପାଳନ ସମୟରେ ସହରର କେତେକ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ଦୋକାନ ଗୁଡିକୁ କେତେକ ଲୋକ ନିଆଁ ଲଗାଇ ଦେଇଥିଲେ ।

ଏହି ଦିନ ସୃଷ୍ଟି ହୋଇଥିବା ହିଂସାରେ ଜଣେ ଆଦିବାସୀ ଯୁବକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବାର ଅଭିଯୋଗ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ସାମ୍ପ୍ରଦାୟିକ ହିଂସା ବୋଲି ସ୍ବୀକାର କରିନଥିଲେ । ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଧାର୍ମିକ ଶୋଭାଯାତ୍ରା ଉପରେ ରୋକ ଲଗେଇବା ଘଟଣାକୁ କେତେକ ଲୋକ ନାପସନ୍ଦ କରିଛନ୍ତି ଓ କିଛି ଲୋକ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details