ଭୁବନେଶ୍ବର:ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କରିବା ମନା । ଆବଶ୍ୟକ ପଡିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛି ସ୍ବାସ୍ଥ୍ୟ ବିଭାଗ । ବିକ୍ରି କରୁଥିବାବେଳେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଚେତାବନୀ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । ପ୍ରଥମେ କାରଣ ଦର୍ଶାଅ ନୋଟିସ ଓ ପରବର୍ତ୍ତୀ ସମୟରେ ଦରକାର ପଡ଼ିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି ଡିସି ।
'ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ' ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ରଦ୍ଦ କରାଯିବ । ଏହାସହ ଡାକ୍ତରମାନେ ଆଣ୍ଟିବାୟୋଟିକ ପାଇଁ କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ଅନୁଚ୍ଛେଦ Hରେ ଅଛି । ଏଥିରେ 551 ଡ୍ରଗ୍ସ ରହିଛି । H1ରେ 47 ଡ୍ରଗ୍ସ ରହିଛି ଯାହାକି ହାଇଅର ଆଣ୍ଟିବାୟୋଟିକ୍।
"ଦୋକାନୀମାନେ ସଠିକ ଭାବରେ ରେଜିଷ୍ଟର ପରିଚାଳନା କରିବାର ନିୟମ ରହିଛି । ସେମାନେ ଏପରି ନ କଲେ, କାରଣ ଦର୍ଶାଅ ନୋଟିସ ଜାରି ହେଉଛି । ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି । ଆବଶ୍ୟକ ପଡିଲେ ମଧ୍ୟ ଲାଇସେନ୍ସ ବାତିଲ ହୋଇପାରିବ। କିଛି ଔଷଧ ବିନା ପ୍ରେସକ୍ରିପସନରେ ଦେଇ ହେବ । ଡ୍ରଗ୍ସ ଇନ୍ସପେକ୍ଟର ଏସବୁ ତଦାରଖ କରୁଛନ୍ତି । ଆଣ୍ଟିବାୟୋଟିକର ପ୍ରତିକୂଳ ପ୍ରଭାବ ବି ରହିଛି । ବହୁଳ ଭାବରେ କ୍ଲାଭମା, ସିକୋପେଶାଜନ ଭଳି କମନ ଆଣ୍ଟିବାୟୋଟିକର ନାମ ଲେଖାଯାଉଛି । ଯଦି ସେମିତି କିଛି ଖବର ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି କହିଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର ।