ଓଡିଶା

odisha

ETV Bharat / state

ବିଦାୟ ନେଲା 2024, ଜିରୋ-ନାଇଟ ସେଲିବ୍ରେସନରେ ଝୁମିଲା ରାଜଧାନୀ - NEW YEAR 2025

ସେଲିବ୍ରେଟିଙ୍କ ଗହଣରେ ଝୁମୁଛି ଭୁବନେଶ୍ୱର, ହୋଟେଲରେ ଆକର୍ଷଣୀୟ ଅଫର । ବିଦାୟ ୨୦୨୪, ସ୍ବାଗତମ ନୂଆବର୍ଷ ୨୦୨୫ ।

ବିଦାୟ ନେଉଛି 2024, ଜିରୋ-ନାଇଟ ସେଲିବ୍ରେସନରେ ଝୁମୁଛି ରାଜଧାନୀ
ବିଦାୟ ନେଉଛି 2024, ଜିରୋ-ନାଇଟ ସେଲିବ୍ରେସନରେ ଝୁମୁଛି ରାଜଧାନୀ (ETV Bharat Odisha)

By ETV Bharat Odisha Team

Published : Dec 31, 2024, 9:58 PM IST

Updated : Jan 1, 2025, 8:52 AM IST

ଭୁବନେଶ୍ବର:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ଇତିହାସ ହୋଇଯିବ 2024 ଓ ବର୍ତ୍ତମାନ ଭାବେ ଆତ୍ମପ୍ରକାଶ କରିବ ବର୍ଷ 2025 । ନୂଆବର୍ଷକୁ ଅପେକ୍ଷା ସହ ଜିରୋ ନାଇଟ ସେଲିବ୍ରେସନରେ ଝୁମୁଛି ପୁରା ବିଶ୍ବ । ଏହି ଉତ୍ସାହରୁ ବାଦ ପଡିନି ରାଜଧାନୀ ଭୁବନେଶ୍ବର । ବିଭିନ୍ନ ହେଟଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସେଲିବ୍ରେଟିଙ୍କ ଗହଣରେ ଝୁମୁଛି ଭୁବନେଶ୍ୱର ।

  • ରାଜଧାନୀରେ ଉତ୍ସାହ:-

ନୂଆ ଉତ୍ସାହ ଓ ସମ୍ଭାବନା ସହ ନୂଆବର୍ଷକୁ ସ୍ୱାଗତ ଓ ପୁରୁଣା ବର୍ଷର ବିଦାୟ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ସେଲିବ୍ରେସନର ମାହୋଲ । ଜିରୋ-ନାଇଟ୍‌ ସେଲିବ୍ରେସନକୁ ନେଇ ହୋଟେଲ ଏମ୍ପାୟାରରେ ଉତ୍ସବ ମନାଉଛନ୍ତି ରାଜଧାନୀବାସୀ । ଆଲୋକମାଳାରେ ହୋଟେଲ ସଜେଇ ହୋଇଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିଛି ଅନଲିମିଟେଡ୍‌ ଖାଇବା ଓ ମୃଦୁ ପାନୀୟ ଷ୍ଟଲ । ପରିବାର ପ୍ରିୟଜନକ ସହ ଆସି ଲାଇଭ ମ୍ୟୁଜିକ ନାଇଟକୁ ଉପଭୋଗ କରୁଛନ୍ତି ରାଜଧାନୀବାସୀ ।

ବିଦାୟ ନେଉଛି 2024, ଜିରୋ-ନାଇଟ ସେଲିବ୍ରେସନରେ ଝୁମୁଛି ରାଜଧାନୀ (ETV Bharat Odisha)
  • ପ୍ରଥମେ ସ୍ବାଗତ କଲା ଅକଲାଣ୍ଡ:-

ଭାରତରେ ନୂଆବର୍ଷ ପ୍ରବେଶ କରିବାକୁ ଆଉ ମାତ୍ର କିଛି ଘଣ୍ଟା ଥିବା ବେଳେ ବିଶ୍ବର ବିଭିନ୍ନ ଦେଶରେ ନୂଆବର୍ଷ ପାଳନ ଆରମ୍ଭ ହୋଇସାରିଲାଣି । ଇତିହାସ ହେଲା ବର୍ଷ 2024 । ପ୍ରବେଶ କଲା ନୂଆବର୍ଷ 2025 । ଆତସବାଜି ଓ ଆଲୋକମାଳାରେ ନୂତନ ବର୍ଷକୁ ପ୍ରଥମେ ସ୍ବାଗତ କଲା ନ୍ୟୁଜିଲାଣ୍ଡ । ପ୍ରତିବର୍ଷ ପରି ଅକଲ୍ୟାଣ୍ଡ୍ ସହରବାସୀ ପ୍ରଥମେ ନୂଆବର୍ଷ ପାଳିଛନ୍ତି । ବିଦାୟ ନେଇଛି ବର୍ଷ ୨୦୨୪ । ଭାରତରେ ନବବର୍ଷ ୨୦୨୫ ଆସିବା ପାଇଁ କିଛି ଘଣ୍ଟା ବାକି ଥିବା ବେଳେ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ୍ ସହର ନୂତନ ବର୍ଷକୁ ସ୍ୱାଗତ କରିଛି । ଆତସବାଜି ଓ ଝିଲମିଲ ଆଲୋକମାଳାରେ ନୂତନବର୍ଷକୁ ସ୍ୱାଗତ କରିଛନ୍ତି ଅକଲ୍ୟାଣ୍ଡବାସୀ । ଆଉ କିଛି ସମୟରେ ଭାରତରେ ମଧ୍ୟ ନ୍ୟୁଇୟର ପ୍ରବେଶ କରିବ । ଯାହାକୁ ସମସ୍ତଙ୍କ ପେକ୍ଷା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 1, 2025, 8:52 AM IST

ABOUT THE AUTHOR

...view details