ଭୁବନେଶ୍ବର:ଇଂରାଜୀ ନବବର୍ଷ-2025 ଅପେକ୍ଷାରେ ସାରା ବିଶ୍ବ ଉତ୍ସାହିତ । ଭାରତ ଓ ଓଡିଶାରେ ମଧ୍ୟ ଉତ୍ସବ ପାଳନ ଜାରି ରହିଛି । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏହି ନୂଆବର୍ଷରେ ଓଡିଶାବାସୀଙ୍କ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି କାମନା କରିବା ସହ ଏହି ବର୍ଷ ଏକ ସମୃଦ୍ଧ ଓ ଶ୍ରେଷ୍ଠ ଓଡିଶା ଗଠନ ଦିଗରେ ନିଜର ଯୋଗଦାନ ରଖିବା ପାଇଁ ଓଡିଶାବାସୀଙ୍କୁ ଆହ୍ୱାନ ଦେଲେ ମୋହନ ।
- ପ୍ରଥମେ ସ୍ବାଗତ କଲା ନ୍ୟୁଜିଲାଣ୍ଡ :-
ଭାରତରେ ନୂଆବର୍ଷ ପ୍ରବେଶ କରିବାକୁ ଆଉ ମାତ୍ର କିଛି ଘଣ୍ଟା ଥିବା ବେଳେ ବିଶ୍ବର ବିଭିନ୍ନ ଦେଶରେ ନୂଆବର୍ଷ ପାଳନ ଆରମ୍ଭ ହୋଇସାରିଲାଣି । ଇତିହାସ ହେଲା ବର୍ଷ 2024 । ପ୍ରବେଶ କଲା ନୂଆବର୍ଷ 2025 । ଆତସବାଜି ଓ ଆଲୋକମାଳାରେ ନୂତନ ବର୍ଷକୁ ପ୍ରଥମେ ସ୍ବାଗତ କଲା ନ୍ୟୁଜିଲାଣ୍ଡ । ପ୍ରତିବର୍ଷ ପରି ଅକଲ୍ୟାଣ୍ଡ୍ ସହରବାସୀ ପ୍ରଥମେ ନୂଆବର୍ଷ ପାଳିଛନ୍ତି । ବିଦାୟ ନେଇଛି ବର୍ଷ ୨୦୨୪ । ଭାରତରେ ନବବର୍ଷ ୨୦୨୫ ଆସିବା ପାଇଁ କିଛି ଘଣ୍ଟା ବାକି ଥିବା ବେଳେ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ୍ ସହର ନୂତନ ବର୍ଷକୁ ସ୍ୱାଗତ କରିଛି । ଆତସବାଜି ଓ ଝିଲମିଲ ଆଲୋକମାଳାରେ ନୂତନବର୍ଷକୁ ସ୍ୱାଗତ କରିଛନ୍ତି ଅକଲ୍ୟାଣ୍ଡବାସୀ ।