ଓଡିଶା

odisha

ସ୍ବାଧୀନତା ଦିବସ ପୂର୍ବରୁ ନୂଆ ଡିଜିପି; ଦିଲ୍ଲୀରୁ ଫେରିଲେ ମୋହର ମାରିବେ ମୁଖ୍ୟମନ୍ତ୍ରୀ ମୋହନ, ଚର୍ଚ୍ଚାରେ 3 ବରିଷ୍ଠ ଅଧିକାରୀ - New Odisha DGP before 15 AUG

By ETV Bharat Odisha Team

Published : Aug 13, 2024, 9:54 AM IST

Updated : Aug 13, 2024, 1:44 PM IST

New Odisha DGP is likely to be appointed within a day or two: ମୁଖ୍ୟମନ୍ତ୍ରୀ ଦିଲ୍ଲୀଗସ୍ତରୁ ଫେରିଲେ ରାଜ୍ୟକୁ ମିଳିବ ନୂଆ ଡିଜିପି । ରେସରେ 3 ବରିଷ୍ଠ ଅଧିକାରୀ । ଏପଟେ ପୂର୍ବତନ ପୋଲିସ ଡିଜିପି ବିପିନ ବିହାରି ମିଶ୍ର କହିଲେ ଚର୍ଚ୍ଚାରେ ଥିବା ଅଫିସର ବହୁତ ଭଲ ଅଫିସର । ଅଧିକ ପଢନ୍ତୁ

ସ୍ୱାଧୀନତା ଦିବସ ପୂବରୁ ନୂଆ ଡିଜିପି
ସ୍ୱାଧୀନତା ଦିବସ ପୂବରୁ ନୂଆ ଡିଜିପି (ETV Bharat Odisha)

ଭୁବନେଶ୍ବର: ନୂଆ ସରକାରରେ ଯୋଗଦେବେ ନୂଆ ଡିଜିପି । ସ୍ବାଧୀନତା ଦିବସ ପୂର୍ବରୁ ଘୋଷଣା ହେବ ନାମ । ଏନେଇ ମୋହନ ସରକାରର ନୂଆ ଡିଜିପି ଚୟନ ନେଇ ଚାଲିଛି ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲି ଗସ୍ତ ପରେ ଆସିବ ନୂଆ ଡିଜିଙ୍କ ନାମ । ୟୁପିଏସିର ତିନି ଜଣିଆ ଚୟନ ତାଲିକାରୁ ଜଣଙ୍କୁ ନାମରେ ମୋହର ମାରିବେ ମୋହନ ସରକାର । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ ପାଓ୍ବାରକରିଡରେ ଡିଜିପି ଚୟନ ନେଇ ଚର୍ଚ୍ଚା । କିଏ ହେବେ ପରବର୍ତ୍ତୀ ପୋଲିସ ଡିଜିପି । ସ୍ବାଧୀନତା ଦିବସରେ କାହାକୁ ଦେଖିବାକୁ ମିଳିବ ଲୋୟର ପିଏମଜିର ଗାନ୍ଧି ମାର୍ଗରେ । ଏନେଇ ୟୁପିଏସସି ର ଚୟନ ତାଲିକାରେ କାହାର ନାମ ତାକୁ ନେଇ ଚର୍ଚ୍ଚା ।

ସ୍ବାଧୀନତା ଦିବସ ପୁର୍ବରୁ ନୂଆ ଡିଜିପି (ETV Bharat Odisha)

ଚୟନ ତାଲିକାର କେଉ ତିନିଜଣ ମଧ୍ୟରୁ କାହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଓଡ଼ିଶା ପୋଲିସର ଦେବେ ଦାୟିତ୍ବ ଭାର । ତେବେ ଚର୍ଚ୍ଚାରେ ଥିବା ତିନି ବରିଷ୍ଠ ଆଇପିଏସଙ୍କ ନାଁ ମଧ୍ୟରେ ବରିଷ୍ଠତା ଭିତିରେ ଅଛନ୍ତି ଅରୁଣ ରାୟ ଓ ଏସ ନରଭାଣେ ଓ ଯୋଗେଶ ବାହାଦୁର ଖୁରାନିଆ ଭଳି ଅଫିସର । ଏନେଇ ପୂର୍ବତନ ପୋଲିସ ଡିଜିପି ବିପିନ ବିହାରି ମିଶ୍ର କହିଛନ୍ତି, "ତିନି ଜଣ ଯାକ ଭଲ ଅଫିସର ।ସେମାନେ କେହି ରେସ୍ କରୁନାହାଁନ୍ତି । ସେମାନେ କେହି ଚାତକ ଭଳି ଅନେଇ ବସି ନାହାନ୍ତି କିଏ ହେବେ । ସେମାନେ ବଡବଡ ପୋଷ୍ଟରେ ଅଛନ୍ତି । ତେଣୁ ସରକାର ଯାହାକୁ ବାଛିବେ ।ସାଧାରଣତ ସରକାର ଯିଏ ସବୁଠୁ ବରିଷ୍ଠ ତାକୁ ବାଛିବା ଉଚିତ। ଯଦି ସେ ସେଭଳି ଦକ୍ଷ ନୁହନ୍ତି ତାପରେ ଯିଏ ତାକୁ ବାଛିବେ । ଯଦି ସେ ନୁହନ୍ତି ତେବେ ତୃତିୟରେ ଲୋକକୁ ଦେଖିବେ ।"

ଅଧିକ ପଢନ୍ତୁ-କିଏ ହେବେ ରାଜ୍ୟ ପୋଲିସ ମୁଖିଆ ? ୩ ବରିଷ୍ଠ IPSଙ୍କୁ ତଥ୍ୟ ମାଗିଲା ଗୃହ ବିଭାଗ, ବଢିଲା ଚର୍ଚ୍ଚା, ଜାଣନ୍ତୁ କିଏ ଆଗରେ... - Odisha new DGP

IPS Ak Ray (ETV Bharat Odisha)



ୟୁପିଏସି ତିନି ଜଣଙ୍କ ନାମ ଦେବ । ଓଡ଼ିଶା ସରକାର ଜଣଙ୍କୁ ବାଛିବେ । କାହାକୁ ଦେବେ ଜଣାପଡ଼ିନାହିଁ ୟୁପିଏସସି । ତେଣୁ ସରକାରଙ୍କର ଆବଶ୍ୟକତା ଦେଖି ସେମାନେ ଜଣଙ୍କୁ ବାଛିବେ । ସରକାରଙ୍କର ବର୍ତ୍ତମାନ ଆବଶ୍ୟକତା ହେଉଛି ପୋଲିସ ବାହିନିକୁ ଆହୁରି ଶକ୍ତିଶାଳି କରାଯିବ । ପୋଲିସ ବାହିନିକୁ ଶକ୍ତିଶାଳି କରିବାକୁ ହେଲେ ଡିଜିଙ୍କ ପରାମର୍ଶକୁ ସମ୍ମାନ ଦେବାକୁ ପଡିବ । ଆମର ଯେତିକି ପୋଲିସ ଅଛନ୍ତି ଆବଶ୍ୟକ ତୁଳନାରେ ତାହାଠୁ କମ । ତେଣୁ ବହୁତ ପୋଲିସ ପୋଲିସ ଦରକାର ପଡ଼ିବେ ଅଧିକ ସବ-ଇନସ୍ପେକ୍ଟର ଦରକାର ପଡ଼ିବେ । ସେଭଳି ନିଯୁକ୍ତି ପାଇଁ ସରକାର କୁଣ୍ଠିତ ହେବେ ନାହିଁ । ଏଭଳି ଡିଜି ବାଛିବେ ଯାହାଙ୍କର ଲକ୍ଷ୍ୟ ହେଉଛି ଇମ୍ପୁ୍ରଭମେଣ୍ଟ । କେମିତି ପୋଲିସର ଶକ୍ତି ବଢ଼ିବ କ୍ଷମତା ବଢିବ । ସେଇ ଯେଉଁ ଇମ୍ପୁ୍ରଭମେଣ୍ଟ ସେଇଟାକୁ ଦେଖିବାକୁ ହେଲେ ଡିଜି ,ଚିଫ୍ ସେକ୍ରେଟାରି ଓ ଚିଫ୍ ମିନାଷ୍ଟରଙ୍କ ଏହି ତିନି ଜଣଙ୍କର ଲକ୍ଷ୍ୟ ରହିବା ଦରକାର ।ସେଇଭଳି ଡିଜିଙ୍କୁ ବାଛିବେ ଯେ କି ଜିଦଖୋର ହୋଇନଥିବେ ବୋଲି କହିଛନ୍ତି ବିପିନ ବିହାରି ମିଶ୍ର ।

IPS SM Narvane (ETV Bharat Odisha)



ଗାନ୍ଧି ମାର୍ଗରେ ଦୃଶ୍ୟମାନ ହେବ ସିଏମଙ୍କ ଦମ୍ଭ
ରାଜ୍ୟ ପରିଚାଳନାରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ମୁଖ୍ୟ ପୋଲିସ ଓ ପ୍ରଶାସନିକ ବିଭାଗର ଦମ୍ଭୋକ୍ତି ହିଁ ବୟାନ କରିବ ମୋହନ ସରକାରଙ୍କର ଦମ୍ଭ । ଗାନ୍ଧୀମାର୍ଗର ପତାକା ଉତ୍ତୋଳନ ସମୟରେ ପାଖରେ ରହିବେ ମୁଖ୍ୟ ଶାସନ ସଚିବଙ୍କ ସହ ପୋଲିସ ମୁଖିଆ ପୋଲିସ ଡିଜି । ତେବେ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଚୟନ ସରିଥିବା ବେଳେ ଏବେ ପୋଲିସ ଡିଜିଙ୍କ ନାମକୁ ନେଇ ଅପେକ୍ଷା । ଯିଏକି ମୋହନ ସରକାରଙ୍କ ସ୍ବାଧୀନତା ଦିବସରେ ପ୍ରଥମ ଅଭିଭାଷଣ ସମୟରେ ଦେଖିବାକୁ ମିଳିବ । କିଏ ମୋହନ ସରକାରଙ୍କ ଦମ୍ଭୋକ୍ତିର ଭାଗିଦାରିରେ ମିଳିବ ସ୍ଥାନ ତାହା ସ୍ବାଧୀନତା ଦିବସ ପୁର୍ବରୁ ଘୋଷଣା ହେବ ବୋଲି ଆଶା କରାଯାଉଛି ।

ଚର୍ଚ୍ଚାରେ ଓ୍ବାବି ଖୁରାନିଆ
୧୯୯୦ ବ୍ୟାଚ୍ IPS ୱାଇ.ବି ଖୁରାନିଆ । ପୂର୍ବରୁ କମିସନରେଟ ପୋଲିସର କମିସନର ଭାବେ ଦାୟିତ୍ବ ତୁଲାଇଛନ୍ତି । ଓଡିଶା କ୍ୟାଡରର ଏହି ଆଇପିଏସ ଏବେ ନିକଟରେ କେନ୍ଦ୍ରିୟ ଡେପୁଟସନରୁ ଫେରି ଓଡ଼ିଶା ଫେରିଛନ୍ତି । ତେଣୁ ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ପଦରେ ଦାୟିତ୍ବ ତୁଲାଇ ଫେରିଥିବା ଏହି ଅଭିଜ୍ଞ ଅଫିସରଙ୍କ ନାମ ଏବେ ଅଧିକ ଚର୍ଚ୍ଚା ହେଉଛି । କାରଣ ଆଇନରେ ଅଭିଜ୍ଞ ତଥା କାର୍ଯ୍ୟଶୈଳି ନେଇ ନିଜର ପାରଦର୍ଶିତାକୁ ନେଇ ରାଜ୍ୟ ସରକାର ଚୟନ କରିପାରନ୍ତି ବୋଲି ଅଧିକ ଚର୍ଚ୍ଚା ହେଉଛି ।

IPS YB Khurania (ETV Bharat Odisha)

ସେହିପରି ରେସରେ ମଧ୍ୟ ଦାବିଦାର ଅଛନ୍ତି IPS ଏସ୍‌.ଏମ୍‌ ନରୱାଣେ । 1988 ବ୍ୟାଚର ଆଇପିଏସ ଅଫିସର ବରିଷ୍ଠତା ଭିତ୍ତିରେ ମଧ୍ୟରେ ଦାବିଦାର ଅଛନ୍ତି । ଯେକି ବର୍ତ୍ତମାନ ଗୃହ ବିଭାଗର ଓଏସଡି ଦାୟିତ୍ବରେ ରହିଛନ୍ତି ଯାହାକୁ ମଧ୍ୟ ଭରସାଯୋଗ୍ୟ ରେ ନେଇପାରନ୍ତି ରାଜ୍ୟ ସରକାର।


ସେପଟେ 1988ର ଆଇପିଏସ ଅଫିସର IPS ଏ.କେ ରାୟ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିଦୁ ଅଛନ୍ତି । ଯେ କି ପ୍ରିଣ୍ଟିଂ ଷ୍ଟେସେନାରୀ ଆଣ୍ଡ ପବ୍ଲିକେସନ ନିର୍ଦ୍ଦେଶକ ରହିଛନ୍ତି ।

ଓଡ଼ିଆ ଅସ୍ମିତାକୁ ମଧ୍ୟ ମିଳିପାରେ ପ୍ରାଧାନ୍ୟ
ତେବେ ଅସ୍ମିତା କୁ ପ୍ରାଧାନ୍ୟ ଦେଉଥିବା ବିଜେପି ସରକାର । ଏବେ ଅରୁଣ ଷଡଙ୍ଗୀକୁ ମଧ୍ୟ ସ୍ଥାୟୀ ଡିଜିପି ର ଦାୟିତ୍ବ ଦେଖିପାରନ୍ତି । କାରଣ ଅସ୍ମିତା କୁ ପ୍ରାଧାନ୍ୟ ଦେଇ ଓଡ଼ିଆ ଅଫିସର ୧୯୯୦ ବ୍ୟାଚର ଅଫିସର ଅରୁଣ ଷଡଙ୍ଗୀ ଡିଜିପି ପଦ ବି ଦେବାର ସମ୍ଭାବନା ମଧ୍ୟ ରହିଛି । ହେଲେ ନିର୍ବାଚନ ପରିଚାଳନା ଓ ପାରଦର୍ଶିତା କାର୍ଯ୍ୟକାଳ ଭିତ୍ତିରେ ସରକାର ପ୍ରାଥମିକତା ଦେଇପାରନ୍ତି ।ତେବେ ପୁର୍ବରୁ ତିନିଜଣଙ୍କ ନାମର ତାଲିକା ମାଗିଥିଲା ପୋଲିସ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 13, 2024, 1:44 PM IST

ABOUT THE AUTHOR

...view details