ଓଡିଶା

odisha

ETV Bharat / state

ରାଜ୍ୟରେ ବଦଳିଲା ସରକାର: ପୁରୁଣା ଯୋଜନାର ଭବିଷ୍ୟତ କଣ ? ଆଶଙ୍କାରେ ଲୋକେ - People Worried About Old Government Plans - PEOPLE WORRIED ABOUT OLD GOVERNMENT PLANS

People Worried About Old Government Schemes: ରାଜ୍ୟରେ ବଦଳିଲା ସରକାର । ପୂର୍ବ ସରକାର ସମୟରେ ହୋଇଥିବା ଯୋଜନାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା କହିଛନ୍ତି ବୁଦ୍ଧିଜୀବୀ । ବର୍ତ୍ତମାନ ଏହି ଯୋଜନାରେ ଉପକୃତ ହେଉଥିବା ଲୋକେ ବର୍ତ୍ତମାନ ସେହି ସମସ୍ତ ଯୋଜନା ତଥା ବିଭିନ୍ନ ନିଷ୍ପତ୍ତିର ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ଗଠନ ହେବ ନୂତନ ସରକାର, ପୁରୁଣା ଯୋଜନାକୁ ନେଇ ଆଶା ଆଶଙ୍କାରେ ଲୋକେ
ରାଜ୍ୟରେ ଗଠନ ହେବ ନୂତନ ସରକାର, ପୁରୁଣା ଯୋଜନାକୁ ନେଇ ଆଶା ଆଶଙ୍କାରେ ଲୋକେ (ETV Bharat Odisha)

By ETV Bharat Odisha Team

Published : Jun 7, 2024, 4:17 PM IST

ବୌଦ୍ଧ: ଜନାଦେଶ 24 ଓଡିଶାର ରାଜନୀତିକୁ ବଦଳାଇ ଦେଲା । 24 ବର୍ଷର ସରକାରଙ୍କୁ ପରିବର୍ତ୍ତନ କଲେ ଜନତା । ରାଜ୍ୟରେ ବିଜେପି ସରକାର ଶପଥ ନେବାକୁ ପ୍ରସ୍ତୁତ ଚଳାଇଥିବା ବେଳେ ଏବେ ବିଜେଡି ସରକାର କରିଥିବା ଯୋଜନା ଗୁଡିକକୁ ନେଇ ଆଶଆଶଙ୍କାରେ ଲୋକେ । ଏହି ଯୋଜନା ମାନ ସାଧାରଣ ଲୋକଙ୍କ ପାଇଁ ହୋଇଥିବା ବେଳେ ଲୋକେ ବେଶ ଉପକୃତ ହୋଇଥିଲେ । ହେଲେ ଏବେ ନୂଆ ସରକାର ପରେ ପୂର୍ବ ଯୋଜନା କିପରି କାର୍ଯ୍ୟକାରୀ ହେବ ? ସେମାନେ କିପରି ଉପକୃତ ପାଇବେ ତାକୁ ନେଇ ଚିନ୍ତାରେ ଲୋକେ ।

ରାଜ୍ୟରେ ଗଠନ ହେବ ନୂତନ ସରକାର, ପୁରୁଣା ଯୋଜନାକୁ ନେଇ ଆଶା ଆଶଙ୍କାରେ ଲୋକେ (ETV Bharat Odisha)

ପୂର୍ବ ଯୋଜନାକୁ ନେଇ ଆଶା ଆଶଙ୍କାରେ ଲୋକେ

୨୪ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଅନେକ ଯୋଜନାମାନ କରିଥିଲେ । ଲକ୍ଷ୍ମୀ ବସ ଯୋଜନା ହେଉ ଅବା ଆହାର ଯୋଜନା ଅବା ସ୍ୱାସ୍ଥ୍ୟ ଯୋଜନା(BSKY) ଯୋଜନା ହେଉ । ଏହି ସମସ୍ତ ଯୋଜନାରୁ ଓଡ଼ିଶା ବାସୀ ବେଶ ଉପକୃତ ହେଉଥିବା ବେଳେ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି । ବିଜେପି ସରକାର ସେସବୁ ଯୋଜନାକୁ ଚାଲୁ ରଖିବେ ନା ବନ୍ଦ କରିଦେବେ । ତାକୁ ନେଇ ଲୋକଙ୍କ ମନରେ ବୃଦ୍ଧି ପାଇଲାଣି ଶଙ୍କା ।

ଲକ୍ଷ୍ମୀ ବସରୁ ଉଠିଲା ଲୋଗୋ, ଆହାର କେନ୍ଦ୍ର ନେଇ ଚିନ୍ତାରେ ଲୋକେ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସମସ୍ତ ଲକ୍ଷ୍ମୀ ବସରୁ ଯୋଜନାର ଚିତ୍ର ସବୁ ହଟାଇ ଦିଆଯାଇଥିବା ବେଳେ ଦୁର୍ଗମ ଉପାନ୍ତ ଅଞ୍ଚଳର ଯାତ୍ରୀ ତଥା ବସ ସେବା ଯୋଗାଉଥିବା କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଜିଲ୍ଲାର ଏକମାତ୍ର ଆହାର କେନ୍ଦ୍ର ଉପରେ ପ୍ରତ୍ୟେକ ଦିନ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଲୋକ ମଧ୍ୟାହ୍ନ ଓ ରାତ୍ରୀଭୋଜନ ପାଇଁ ନିର୍ଭରଶୀଳ । ଏପରି ପରିସ୍ଥିତିରେ ଆହାର କେନ୍ଦ୍ରରେ ଉପରେ ନିର୍ଭର କରୁଥିବା ଲୋକେ କିପରି ଜୀଇଁବେ ସେନେଇ ଚିନ୍ତାରେ ।

ବିଭିନ୍ନ ପ୍ରକଳ୍ପ ନେଇ ଆଶା ଆଶଙ୍କା

ସେପଟେ ଗତ ସରକାରରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲଟି ଓ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣା କଟକକୁ ଏନଏସିର ମାନ୍ୟତା ଘୋଷଣାର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେହିପରି କୃଷି ପ୍ରଧାନ ଜିଲ୍ଲାର କେତେକ ସ୍ଥାନରେ ଘୋଷଣା ହୋଇଥିବା ନୂତନ ଚେକ ଡ଼୍ୟାମ, ସେଚ ପ୍ରକଳ୍ପର ଭବିଷ୍ୟତକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ତେବେ ଏ ସମ୍ପର୍କରେ ବୁଦ୍ଧିଜୀବୀ ଏଭଳି ଯୋଜନାରେ ସାମାନ୍ୟ ପରିବର୍ତ୍ତନ ସହ ଜନ କଲ୍ୟାଣକାରୀ ଯୋଜନା ଜାରି ରଖିବା ନେଇ ନିଜ ମତ ପ୍ରକାଶ କରିଛନ୍ତି ।


ଏହା ମଧ୍ୟ ପଢନ୍ତୁ:ଲକ୍ଷ୍ମୀ ବସରୁ ଗାଏବ ଲୋଗୋ, ଏଣେ ଆହାର କେନ୍ଦ୍ରକୁ ନେଇ ଆଶଙ୍କାରେ ଲୋକେ


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details