ଭୁବନେଶ୍ବର: ବାସ୍ତବତା ଠାରୁ ବହୁ ଦୁରରେ ଡିଜିଟାଲ ଶିକ୍ଷା । 44 ହଜାର 687 ସ୍କୁଲରେ ନାହିଁ ସ୍ମାର୍ଟ କ୍ଳାସ ରୁମ ଡିଜିଟାଲ ବୋର୍ଡ। ଏବେବି ପ୍ରାୟ ୩୬ ହଜାର ସରକାରୀ ସ୍କୁଲରେ ନାହିଁ ସ୍ମାର୍ଟ କ୍ଳାସ ରୁମ ଡିଜିଟାଲ ବୋର୍ଡ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ସରକାର ଡିଜିଟାଲ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଚଳାଇ ଥିବାବେଳେ ମନ୍ତ୍ରଣାଳୟ ଅଧୀନସ୍ଥ ‘ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ’ (UDISE) ପ୍ଲସ ରିପୋର୍ଟରେ ଏପରି କିଛି ତଥ୍ୟ ପ୍ରକାଶିତ ହୋଇଛି । ରାଜ୍ୟ ସରକାର ବର୍ତ୍ତମାନ ସମୟରେ ଡିଜିଟାଲକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । କିନ୍ତୁ UDISE ପ୍ଲସ ୨୦୨୨-୨୩ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏବେବି ହଜାର ହଜାର ସ୍କୁଲରେ ନାହିଁ ସ୍ମାର୍ଟ କ୍ଳାସ ରୁମ ଡିଜିଟାଲ ବୋର୍ଡ। ଏହା ସହ ସରକାରୀ ସ୍କୁଲରେ ମଧ୍ୟ ନାହିଁ ସ୍ମାର୍ଟ କ୍ଳାସ ରୁମ ଡିଜିଟାଲ ବୋର୍ଡ।
ସ୍କୁଲରେ ଡିଜିଟାଲ ଲାଇବ୍ରେରୀ:-
ଦେଶରେ ମୋଟ ୧୪,୭୧,୮୯୧ ସ୍କୁଲ ରହିଥିବାବଳେ ସେଥିମଧ୍ୟରୁ ୧୦,୧୭,୬୬୦ଟି ସରକାରୀ ସ୍କୁଲ ରହିଛି । 80313 ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ସହ ୩,୩୧,୧୦୮ ଘରୋଇ ସ୍କୁଲ ଓ ୪୨,୮୧୦ ଟି ଅନ୍ୟାନ୍ୟ ସ୍କୁଲ ରହିଛି। ତେବେ ଏହି ସମସ୍ତ ସ୍କୁଲରେ ଡିଜିଟାଲ ଲାଇବ୍ରେରୀର ସୁବିଧା ବ୍ୟବହାର କରାଯାଉଛି। ଦେଶରେ ମୋଟ ସ୍କୁଲ ମଧ୍ୟରୁ ୧,୧୦,୮୭୭ ଟି ସ୍କୁଲରେ ଡିଜିଟାଲ ଲାଇବ୍ରେରୀ ରହିଥିବା ବେଳେ ସେଥିମଧ୍ୟରୁ ୬୨,୫୪୬ ଟି ସରକାରୀ ସ୍କୁଲ ରହିଛି। ଏହା ସହିତ ୧୪,୬୭୭ ଇ-ସ୍କୁଲ ହେଉଛି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ । ତେବେ ୩୨,୪୮୦ ଟି ଘରୋଇ ସ୍କୁଲ ଥିବା ବେଳେ ଅନ୍ୟାନ୍ୟ ୧,୧୭୪ ଟି ସ୍କୁଲରେ ରହିଛି ଡିଜିଟାଲ ଲାଇବ୍ରେରୀ।
ରାଜ୍ୟର କେତେ ସ୍କୁଲରେ ଡିଜିଟାଲ ଲାଇବ୍ରେରୀ
ତେବେ ଓଡିଶାରେ ମୋଟ 61,693ଟି ସ୍କୁଲ ରହିଛି । ସେଥିମଧ୍ୟରୁ ୪୮,୬୭୧ ଟି ସରକାରୀ ସ୍କୁଲ ରହିଛି। ଏହି ସମସ୍ତ ସ୍କୁଲ ମଧ୍ୟରୁ ୮୭୨୨ଟି ସ୍କୁଲରେ ଡିଜିଟାଲ ଲାଇବ୍ରେରୀ ରହିଥିବା ବେଳେ ସେଥିମଧ୍ୟରୁ ୫୯୫୦ ଟି ସ୍କୁଲ ରହିଛି ସରକାରୀ ସ୍କୁଲ। ଏହା ସହିତ ୫୯୦୭ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରୁ ୧୯୭୪ଟି ସ୍କୁଲରେ ରହିଛି ଡିଜିଟାଲ ଲାଇବ୍ରେରୀ ସୁବିଧା । ସେହିପରି 6042 ଘରୋଇ ସ୍କୁଲରେ ମାତ୍ର ୬୮୫ଟି ସ୍କୁଲରେ ରହିଛି ଡିଜିଟାଲ ଲାଇବ୍ରେରୀ । ୧୦୭୩ ଟି ଅନ୍ୟାନ୍ୟ ସ୍କୁଲ ମଧ୍ୟରୁ ୧୧୩ ଟି ସ୍କୁଲରେ ରହିଛି ଡିଜିଟାଲ ଲାଇବ୍ରେରୀ।
ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି:-
ରିପୋର୍ଟ କହୁଛି ଦେଶର ୧୪,୭୧,୮୯୧ ଟି ସ୍କୁଲରୁ ୩,୫୯,୪୫୭ଟି ସ୍କୁଲରେ ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି ରହିଛି। ସେଥିମଧ୍ୟରୁ ୧୦,୧୭,୬୬୦ ଟି ସରକାରୀ ସ୍କୁଲ ମଧ୍ୟରୁ ୨,୧୫,୪୩୨ଟି ସ୍କୁଲରେ ରହିଛି ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି। ଏହା ସହିତ 80,313 ଟି ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରୁ ୨୪,୮୭୦ ଟି ସ୍କୁଲରେ ରହିଛି ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି। ୩,୩୧,୧୦୮ ଟି ଘରୋଇ ସ୍କୁଲ ମଧ୍ୟରୁ ୧,୧୪,୪୬୩ ଟି ସ୍କୁଲରେ ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି ରହିଛି।
ରାଜ୍ୟର 17 ହଜାରରୁ ଊର୍ଦ୍ଧ୍ବ ସ୍କୁଲରେ ସ୍ମାର୍ଟ କ୍ଲାସ
ତଥ୍ୟ ଆଧାରରେ ଓଡିଶାରେ 61,693 ଟି ସ୍କୁଲ ରହିଥିବା ବେଳେ ସେଥିରେ ୧୭,୦୦୮ଟି ସ୍କୁଲରେ ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି ରହିଛି। ୪୮ ହଜାର ୬୭୧ଟି ସରକାରୀ ସ୍କୁଲ ମଧ୍ୟରୁ ୧୨,୫୦୫ଟି ସ୍କୁଲରେ ରହିଛି ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି। ଏହା ସହିତ ୫୯୦୭ଟି ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରୁ ୨୨୭୩ ଟି ସ୍କୁଲରେ ରହିଛି ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି। ୬,୦୪୨ଟି ଘରୋଇ ସ୍କୁଲ ମଧ୍ୟରୁ ୧୯୬୮ଟି ସ୍କୁଲରେ ସ୍ମାର୍ଟ କ୍ଳାସ ରୁମ, ଡିଜିଟାଲ ବୋର୍ଡ, ଅନଲାଇନ କ୍ଳାସ, ସ୍ମାର୍ଟ ଟିଭି ରହିଛି।
କମ୍ପ୍ୟୁଟର ବ୍ୟବସ୍ଥା
ଦେଶରେ ମୋଟ ୧୪,୭୧,୮୯୧ଟି ସ୍କୁଲ ମଧ୍ୟରୁ 4,76,669 ଟି ସ୍କୁଲରେ କମ୍ପ୍ୟୁଟର ବ୍ୟବହାର କରାଯାଉଛି। ସେଥିମଧ୍ୟରୁ ୧୦,୧୭,୬୬୦ ଟି ସରକାରୀ ସ୍କୁଲ ମଧ୍ୟରୁ ୨,୧୭,୪୦୪ ଟି ସ୍କୁଲରେ ରହିଛି କମ୍ପ୍ୟୁଟରର ବ୍ୟବହାର। 80313 ଟି ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରୁ ୪୭ ହଜାର ୨୯୩ ଟି ସ୍କୁଲରେ କମ୍ପ୍ୟୁଟରର ବ୍ୟବହାର କରାଯାଉଛି । ଏହା ସହ ୩,୩୧,୧୦୮ ଟି ଘରୋଇ ସ୍କୁଲ ମଧ୍ୟରୁ ୧,୯୯,୪୩୯ଟି ସ୍କୁଲରେ କମ୍ପ୍ୟୁଟରର ବ୍ୟବହାର କରାଯାଉଛି।