ଓଡିଶା

odisha

ETV Bharat / state

ମହିଳାଙ୍କୁ ସ୍ବାବଲମ୍ବୀ କରାଇବାକୁ ନିଆରା ପଦକ୍ଷେପ, ଅକ୍ଟୋବରରୁ ନିଯୁକ୍ତି - WOMEN EMPOWERMENT

ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ନିଆରା ପଦକ୍ଷେପ । ଉପକୃତ ହେବେ ୫ ହଜାର ମହିଳା ।

Garments Factory
Garments Factory (ETV Bharat Odisha)

By ETV Bharat Odisha Team

Published : Dec 23, 2024, 10:16 PM IST

ନିଆଳି: ମହିଳା ହେବେ ସ୍ବାବଲମ୍ବୀ । ମହିଳା ମାନଙ୍କ ହାତକୁ ଯୋଗାଇ ଦିଆଯିବ ରୋଜଗାର । ଏହି ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜଗନ୍ନାଥପୁରଠାରେ ଏକ କମ୍ପାନୀ ପାଇଁ ଶିଳାନ୍ୟାସ କରାଯାଇଛି । ଏହି ସଂସ୍ଥା ଦ୍ବାରା ଆଖପାଖ ଅଞ୍ଚଳର ପାଞ୍ଚ ହଜାର ମହିଳା ଉପକୃତ ହେବେ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।‌

Garments Factory (ETV Bharat Odisha)

ମହିଳା ସଶକ୍ତିକରଣ ଲକ୍ଷ୍ୟ:

ମହିଳାମାନଙ୍କ ସଶକ୍ତିକରଣ ପାଇଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଜଗନ୍ନାଥପୁରଠାରେ ସ୍ବରୋଜଗାର ଲକ୍ଷ୍ୟରେ ଗାର୍ମେଣ୍ଟ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଉପକୃତ ହେବେ ୫ ହଜାର ମହିଳା । ଏହି ଗାର୍ମେଣ୍ଟ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୫୦ କୋଟି ଟଙ୍କା ହେବ ବିନିଯୋଗ ।

ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି," କୃତଜ୍ଞତା ଜ୍ଞାପନ କରୁଛି ଅଞ୍ଚଳର ଭୋଟରଙ୍କୁ । ମୋତେ ଦୁଇଥର ଲୋକସଭାକୁ ପଠାଇଛନ୍ତି । ସାଂସଦ ହୋଇ ସେବା କରିବାର ସୁଯୋଗ ଦେଇଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀର ସମସ୍ତ ଲୋକମାନଙ୍କ ସହିତ ଭେଟିବାର ସୁଯୋଗ ମିଳିଛି । ଭୁବନେଶ୍ବର ସଂସଦୀୟ ସମସ୍ୟା ସମ୍ପର୍କରେ ସଂସଦରେ ଉପସ୍ଥାପିତ କରୁଛି । ଆପଣମାନଙ୍କ ପରିବାରର ମୁଁ ଜଣେ ସଦସ୍ୟ । ସବୁବେଳେ ଲୋକେ କହୁଥିଲେ ହାତକୁ କାମ ଦିଅନ୍ତୁ । ଆଜି ବଡ ସୁଯୋଗ ଆସିଛି କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ଆସିଥିବାରୁ ଏହି ଗାରମେଣ୍ଟ କମ୍ପାନୀ ପାଇଁ ୧୫ ଏକର ଜମିରେ ୨୫୦ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା ।"

ଏହା ବି ପଢନ୍ତୁ...‘ଦୁର୍ନୀତି କଲେ କାର୍ଯ୍ୟାନୁଷ୍ଠାନ’: 6 ମାସରେ 6 ନିଯୁକ୍ତି ମେଳା, 20 ହଜାରରୁ ଊର୍ଦ୍ଧ୍ବ ଚାକିରି

ଏହା ବି ପଢନ୍ତୁ...ଉତ୍କର୍ଷ ଓଡିଶା କନକ୍ଲେଭ 2025 ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କଲେ ନିମନ୍ତ୍ରଣ

'ଅକ୍ଟୋବରରୁ ନିଯୁକ୍ତି'

ବାଲିଅନ୍ତା ବ୍ଲକ ଅଞ୍ଚଳ ପାଇଁ ଏଥର ସୁଯୋଗ ସୃଷ୍ଟି ହୋଇଛି । ଏହି ଶିଳ୍ପ ଯୋଗୁଁ ଆଖପାଖ ଅଞ୍ଚଳର ଭିତ୍ତିଭୂମି ପରିବର୍ତ୍ତନ ହେବ ପାଞ୍ଚ ହଜାର ମହିଳା ସ୍ବାବଲମ୍ବୀ ହେବେ । ଏଠାରେ କାମ କରିବାକୁ ଥିବା ମହିଳାମାନଙ୍କୁ ପ୍ରତି ମାସରେ ୧୧ ହଜାରରୁ ୧୩ ହଜାର ଟଙ୍କା ମାସିକ ଦରମା ମିଳିବ । ପ୍ରଥମ ପର୍ଯ୍ୟାୟରେ ଏହି ଗାର୍ମେଣ୍ଟରେ ଛୋଟ ପିଲାମାନଙ୍କ ପ୍ୟାଣ୍ଟ୍ ଓ ସାର୍ଟ ତିଆରି କରାଯିବ । ଖେଳ ପଡିଆ, କର୍ମଜୀବୀ ମହିଳା ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ ।‌ ଫେବ୍ରୁଆରୀ ମାସରୁ କାର୍ଯ୍ୟ ଆରମ୍ଭ ହେବ, ଅକ୍ଟୋବର ମାସରୁ ମହିଳାମାନଙ୍କୁ ନିଯୁକ୍ତି ଦିଆଯିବ । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଉଛି । ଜୟଦେବରେ ଶୀତଳିକରଣ ଭଣ୍ତାର କରାଯିବ ଓ ଜଳ ସେଚିତ ବ୍ୟବସ୍ଥା ମଧ୍ୟ କରାଯିବ ।‌"

ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, ପୂର୍ବ ସରକାର ଯେମିତି ଋଣ ଦେଉଥିଲା ଏବଂ ସୁଧ ବେପାର କରୁଥିଲା । ସେପରି ଆଉ ହେବ ନାହିଁ । ଯେପରି ପ୍ରତିଶ୍ରୁତି ଦେଇଥିଲୁ ଯୁବକ ଓ ମା' ମାନଙ୍କୁ ରୋଜଗାର ଦେବୁ ସେସବୁ ପାଳନ ହେବ ।"

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details